ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିବେ କେରଳରୁ ଫେରୁଥିବା ପ୍ରବାସୀ ଓଡ଼ିଆ, ଅଧିକାରୀ କଲେ ସମୀକ୍ଷା

ଜଟଣୀ,୨।୫(ଡି.ଏନ୍‌.ଏ.): କେରଳରୁ ଆସୁଥିବା ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଟ୍ରେନରେ ଶନିବାର ରାତିରେ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ପହଞ୍ଚିବେ। ଗଞ୍ଜାମ ଓ କୋରାପୁଟ ଜିଲାକୁ ଛାଡ଼ି ଅନ୍ୟ ଜିଲାର ୫ ଶହ ପ୍ରବାସୀ ଓଡ଼ିଆ ଏହି ଷ୍ଟେଶନରେ ଓହ୍ଲାଇ ବସ୍‌ ଯୋଗେ ବିଭିନ୍ନ ଜିଲା ଅନ୍ତର୍ଗତ ନିଜ ଗ୍ରାମକୁ ଫେରିବେ। ଏଥିପାଇଁ ଜଟଣୀସ୍ଥିତ ଖୋର୍ଦ୍ଧାରୋଡ୍‌ ରେଳ ଡିଭିଜନ ମୁଖ୍ୟ ଦପ୍ତର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଓ ରେଲୱେର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଥିଲେ। କେନ୍ଦ୍ରାଞ୍ଚଳ ଆର୍‌ଡିସି, ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧାରୋଡ଼ ଡିଭିଜନର ଡିଆର୍‌ଏମ୍‌ଙ୍କ ସମେତ ରାଜ୍ୟ ଓ ରେଲୱେର ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ। ଟ୍ରେନ ଏଠାରେ ପହଞ୍ଚିବା ପରେ ଲକ୍‌ଡାଉନ୍‌ର ସମସ୍ତ ନିୟମକୁ ପାଳନ କରି ଫେରିଥିବା ପ୍ରବାସୀ ଓଡିଆଙ୍କୁ କିପରି ସେମାନଙ୍କ ଘରେ ପହଞ୍ଚାଯିବ ସେନେଇ ଆଲୋଚନାରେ ସ୍ଥାନ ପାଇଥିଲା। ଟ୍ରେନରୁ ଓହ୍ଲାଇବା ପରେ ଆଶ୍ରୟ ନେବା ସ୍ଥାନ, ଅଲିଭା କାଳୀ ମରାଯିବା, ବସ ରହିବା ସ୍ଥାନ ଆଦି ବୁଲି ଅନୁଧ୍ୟାନ କରିବା ସହ ପ୍ରସ୍ତୁତି ଉପରେ ସମୀକ୍ଷା କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାରରୁ କାଉଣ୍ଟରରେ ମିଳିବ ମଦ: ଭିଡ ଏଡ଼ାଇବା ପାଇଁ କରାଯିବ ଇ-ଟୋକନ ବ୍ୟବସ୍ଥା

ଭୁବନେଶ୍ୱର, ୩୦।୬(ବ୍ୟୁରୋ):  ବୁଧବାରଠାରୁ ମଦ ଦୋକାନ କାଉଣ୍ଟରରେ ମଦ ମିଳିବ। ଓ୍ବାଇନ୍‌, ବିୟର, ଦେଶୀ ଓ ବିଦେଶୀ ମଦ ଗ୍ରାହକ କିଣିପାରିବେ। ସକାଳ ୭ଟାରୁ ସନ୍ଧ୍ୟା...

ମାସ୍କ ପିନ୍ଧ ନ ଥିବାରୁ ପୋଲିସ-ଯୁବକ ହାତାହାତି: ଯୁବକ ଆହତ

ବନ୍ତ,୯ା୫(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ଥାନା ଛକଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି।  ମାସ୍କ ପିନ୍ଧି ନ ଥିବା ଜଣେ ଯୁବକଙ୍କୁ ପୋଲିସ...

କରୋନା ପ୍ରତିରୋଧ ଲାଗି ପୁରୁଷୋତ୍ତମପୁରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ, ଏନ୍‌ଏସି ପକ୍ଷରୁ ମାସ୍କ, ହ୍ୟାଣ୍ଡ ୱାସ୍‌ ବଣ୍ଟନ

ପୁରୁଷୋତ୍ତମପୁର, ୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିିଲା ପୁରୁଷୋତ୍ତମପୁର ତହସିଲଦାର...

ପଠନ ଅଭ୍ୟାସ ମଣିଷକୁ ସାକାରାତ୍ମକ କରେ

ସୋନପୁର,୨୪।୧(ନି.ପ୍ର.) ସୋନପୁର ରୟାଲ ପଡିଆଠାରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଚତୁର୍ଥ ସୁବର୍ଣ୍ଣପୁର ଜିଲା ପୁସ୍ତକ ଓ ସାହିତ୍ୟ ଉତ୍ସବ ଇଙ୍କ୍‌ଫେଷ୍ଟ-୨୦୨୦ ଗୁରୁବାର ରାତିରେ...

ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ‘ମୋ ମାଛ ପୋଖରୀ’

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ମାଛ ଚାଷ ଓ ଉପତ୍ାଦନ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳରେ ଆବଶ୍ୟକ...

ନୟାଗଡ଼ ମେଡ଼ିକାଲ ବୁଲିଲେ ୩ ପ୍ରମୁଖ ଅଧିକାରୀ

ନୟାଗଡ଼ ଅଫିସ,୧୨ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ପାଇଁ ଶୁକ୍ରବାର ୩ ପ୍ରମୁଖ ଅଧିକାରୀ...

ବକେୟା ଜିଏସ୍‌ଟିଆର୍‌-୧ ରିଟର୍ନ: ୧୦ ସୁଦ୍ଧା ଦାଖଲ କଲେ ହିଁ ଛାଡ଼ହେବ ବିଳମ୍ବ ଶୁଳ୍କ

କଟକ ଅଫିସ,୫।୧: ଜିଏସ୍‌ଟି ଆଇନ ପ୍ରଣୟନ ପରଠାରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାକିଥିବା ଜିଏସ୍‌ଟିଆର୍‌-୧ ରିଟର୍ନ ଦାଖଲ ନିମନ୍ତେ ସରକାର ବିଳମ୍ବ ଶୁଳ୍କ ଛାଡ଼ କରିଛନ୍ତି।...

ନିମ୍ନମାନର ରାସ୍ତା କାମ, ଉଠିଯାଉଛି ପିଚୁ

ଭଦ୍ରକ ଅଫିସ,୨୪।୨-ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ବଚ୍ଛତାକୁ ନେଇ ବିବାଦ ଲାଗିରହିଛି। ମାସକ ତଳେ ବିଭାଗର ଜଣେ ଡାଟାଏଣ୍ଟ୍ରି ଅପରେଟର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି...

Coronavirus Update


Archives

Model This Week

Why Dharitri