ଖୋର୍ଦ୍ଧାରେ ଏନ୍‌କାଉଣ୍ଟର : ୨ ଅପରାଧୀ ଗୁରୁତର

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୮ା୫ (ଡି.ଏନ.ଏ.): ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ତାଳଚୁଆ ପାହାଡ଼ ନିକଟରେ ଶନିବାର ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ଏଥିରେ ୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଜଣେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ା ଗାଁର ପିଣ୍ଟୁ ମାଝି (୨୨) ଏବଂ ଆଉ ଜଣେ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଉମେଶ ସାହୁ(୨୩)। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଉଭୟଙ୍କର ଡାହାଣଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ପ୍ରକାଶଥାଉ କି, ଏହି ଦୁଇ ଅପରାଧୀ ଗତ ରବିବାର ବେଗୁନିଆ ଥାନା ଗୋବିନ୍ଦପୁର ଛକ ନିକଟରେ ବୋମା ଏବଂ ଗୁଳିମାଡ଼ କରି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସିଥିବା ଗାଡ଼ିରୁ ୯୪ ହଜାର ଟଙ୍କା ଲୁଟି ନେଇଥିଲେ। ଅଭିଯୁକ୍ତ ଦ୍ୱୟ ଅନେକ ଅପରାଧିକ ଘଟଣାରେ ସଂପୃକ୍ତ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ବେଗୁନିଆ ଆଇଆଇସି ରଶ୍ମୀରଞ୍ଜନ ସାହୁ, ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ଉମାଶଙ୍କର ସିଂ ଏହି ଏନ୍‌କାଉଣ୍ଟର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କ ନାମରେ ୩୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ, ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ତ୍ରୀ ଦିବ୍ୟାଭାରତୀଙ୍କ...

ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ଏ ନେଇ ରାଜ୍ୟ...

ଓଟିଇଟି ବିଭ୍ରାଟ: ୧୪ରେ ବୋର୍ଡ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଟିଇଟି ପ୍ରଶ୍ନ ଓ ଫଳ ପ୍ରକାଶନ ବିଭ୍ରାଟକୁ ନେଇ ଏକ୍ସ କ୍ୟାଡର ଶିକ୍ଷକ ମହାସଂଘ ପକ୍ଷରୁ ପୁଣିଥରେ ରାଜ୍ୟସ୍ତରୀୟ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରାଯିବ।...

ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣା ମହଙ୍ଗା ପଡ଼ିଲା : ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ବଲାଙ୍ଗୀର ଅଫିସ,୨୪ା୬: ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ କରିବା ଘଟଣା ପାଟଣାଗଡ଼ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଏହି ଦବଙ୍ଗଗିିରି ପାଇଁ ବିଧାୟକ ସରୋଜ...

ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୩: ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭...

ରାଜଧାନୀରେ ମାତିଲେ ଦୁର୍ବୃତ୍ତ: ଯୁବତୀଙ୍କଠାରୁ ଲୁଟିନେଲେ ମୋବାଇଲ

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରସୁଲଗଡ଼ କେନାଲ ରୋଡ ଅଞ୍ଚଳରେ ଜଣେ ଯୁବତୀଙ୍କଠାରୁ ଗୁରୁବାର ଦିନ ଦ୍ୱି’ପ୍ରହରରେ ଲୁଟ୍‌ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ମୋବାଇଲ ଲୁଟିନେଇଛନ୍ତି।...

ରାଜ୍ୟବ୍ୟାପୀ ଆନ୍ଦୋଳନ କଲା କଂଗ୍ରେସ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସମାନଭାବେ ଓଡ଼ିଶାରେ ମଧ୍ୟ...

ଶୀତ ଗାଏବ: ଉପକୂଳରେ କୁହୁଡି, ୧୩ରେ ହାଲୁକା ବର୍ଷା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଡିସେମ୍ବର ମାସ ଅଧା ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ସହରାଞ୍ଚଳରେ ଶୀତ ଗାଏବ ହୋଇଯାଇଥିଲେ ମଧ୍ୟ ବଣପାହାଡ଼ ଘେରା ଜିଲାରେ ବି...

Advertisement
Archives

Model This Week