Posted inଖେଳ

ଖେଳାଳି ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ: ସଞ୍ଜୟ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ”ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠି ଆସୁଛି। ଏଥିରେ ମୁଁ ଆଦୌ ଖୁସି ନୁହେଁ। ତେଣୁ ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବା ଉପରେ ମୁଁ ଅଧିକ ଗୁରୁତ୍ୱ ଦେଉଛି। ଖେଳାଳି ରାଜ୍ୟର ଯେ କୌଣସି ଜିଲାର ହୋଇଥାଉନା କାହିଁକି ଯଦି ତା ନିକଟରେ ପ୍ରତିଭା ଥିବ ସେ ଯେପରି ରଜ୍ୟ ଦଳରେ ସ୍ଥାନ ପାଇବ ଏବଂ ଓଡ଼ିଶା ଖେଳାଳିମାନେ କିପରି ଜାତୀୟ ଦଳରେ ସ୍ଥାନ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯିବ“ ବୋଲି ବୁଧବାର ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ (ବିଏଏ) ପକ୍ଷରୁ ସମ୍ବର୍ଦ୍ଧିତ ହେବା ଅବସରରେ ପ୍ରକାଶ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନର ନୂଆ ସମ୍ପାଦକ ସଞ୍ଜୟ ବେହେରା। ଆଗାମି ଦିନରେ ରାଜ୍ୟରେ କ୍ରିକେଟର ଉନ୍ନତି ପାଇଁ କେତେକ ଯୋଜନା ପ୍ରସ୍ତୁତ କରାଯାଉଛି। ସେଥିରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବ। କେହି ଉପଯୁକ୍ତ ପରାମର୍ଶ ଦେଇ ପାରିଲେ ତାହାକୁ ମଧ୍ୟ ଗ୍ରହଣ କରାଯିବ। ସର୍ବୋପରି ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତିମାନ ନିଆଯିବ ବୋଲି ସଞ୍ଜୟ କହିଛନ୍ତି। ଓଡ଼ିଶା କ୍ରିକେଟକୁ ଭୁବନେଶ୍ୱରର ଅବଦାନ ଅନେକ। ଏଠାରେ ଏକାଧିକ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିଛନ୍ତି। ଆଗାମି ଦିନରେ ମଧ୍ୟ ଏହା ଜାରି ରହୁବୋଲି ମୁଁ ଆଶା କରିବି। ମୁଁ ମୋ ଲକ୍ଷ୍ୟ ପଥରେ ଅଗ୍ରସର ହେବାପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ ଆଶା କରୁଛି ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି। ବିଏଏ ପକ୍ଷରୁ ସଞ୍ଜୟଙ୍କ ବ୍ୟତୀତ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ନବନିର୍ବାଚିତ କର୍ମକର୍ତ୍ତାମାନେ ଅନୁପସ୍ଥିତ ଥିଲେ।

ଦ୍ୱିତୀୟ କ୍ରିକେଟ ଷ୍ଟାଡିୟମ ହେବ-
ସମ୍ବର୍ଦ୍ଧିତ ହେବା ଅବସରରେ ଓସିଏ ସଭାପତି ପଙ୍କଜ କହିଲେ ଯେ, ଏବେ ବିସିସିଆଇରେ ପରିବର୍ତ୍ତନ ଆସିଛି, ଓସିଏରେ ମଧ୍ୟ ନୂଆ କର୍ମକର୍ତ୍ତା ନିର୍ବାଚନ ହୋଇଛନ୍ତି। ତେଣୁ କିଛି ଗୋଟିଏ ନୂଆ ହେବ ବୋଲି ସମସ୍ତେ ଆଶା କରିଛନ୍ତି। ଏ ସମ୍ପର୍କରେ ଓସିଏ ସମ୍ପାଦକ ସଞ୍ଜୟ କିଛି ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକି ଆମକୁ ଭଲ ଲାଗିଛି। ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପରେ ତାହା ଯେପରି କାର୍ଯ୍ୟକାରୀ ହେବ ତାକୁ ନଜର ଦେବୁ। ଓଡ଼ିଶାରେ ଦ୍ୱିତୀୟ କ୍ରିକେଟ ଷ୍ଟାଡିୟମ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସରକାର ଓ ବିସିସିଆଇ ସହିତ ଆଲୋଚନା ହୋଇଛି। ଆମ କାର୍ଯ୍ୟକାଳ ମଧ୍ୟରେ ତାହା ଯେପରି ଆରମ୍ଭ ହୋଇପାରିବ ତା ଉପରେ ଧ୍ୟାନ ଦିଆଯିବ। ରାଜ୍ୟ କ୍ରିକେଟର ବିକାଶରେ ଭୁବନେଶ୍ୱରର ଅବଦାନ ଅନେକ ବୋଲି ପଙ୍କଜ ପ୍ରକାଶ କରିଛନ୍ତି।
ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ବିଏଏ ସଭାପତି ତଥା ବିଧାୟକ ସୁରେଶ ରାଉତରାୟ। ବିଏଏ ସମ୍ପାଦକ ଡ.ସୌର୍ଯ୍ୟରଞ୍ଜନ ପରିଜା, ଉପସଭାପତି ସନ୍ତୋଷ କୁମାର ଦାସ, ଯୁଗ୍ମ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ରଘୁନାଥ ପଣ୍ଡା, କ୍ରିକେଟ ସମ୍ପାଦକ ଅଶୋକ ପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ସଭାପତି ତପନ ମହାନ୍ତି ଓ ସମ୍ପାଦକ ଦିଲୀପ ଦାସ ଓସିଏ କର୍ମକର୍ତ୍ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ସିଟି କ୍ଲବ ଏବଂ ଚନ୍ଦ୍ରଶେଖରପୁର ଆଥଲେଟିକ୍‌ ଆସୋସିଏଶନ ପକ୍ଷରୁ ମଧ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟାଉନ୍‌କ୍ଲବ ପକ୍ଷରୁ ବିଏଏ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ କ୍ଲବର ସଭାପତି, ସମ୍ପାଦକ, ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ଅନେକ ରଣଜୀ ଖେଳାଳି, ପ୍ରତିଷ୍ଠିତ କ୍ରିକେଟ କୋଚ୍‌ କିଶୋର ମାଣିଆ ଏବଂ ବିଏଏର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବକ୍ସିଂ ଡେ ଟେଷ୍ଟ ମେଲବୋର୍ନରେ ଖେଳାଯିବ

ମେଲବୋର୍ନ,୯ା୮(ପି.ଟି.): ଯଦି ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଦିଆଯାଏ ତା’ହେଲେ ବକ୍ସିଂ ଡେ ଟେଷ୍ଟ ମେଲବୋର୍ନରେ ଆୟୋଜନ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)...

ଇଂଲଣ୍ଡରେ ରହିବାକୁ ଯୋଜନା କରୁଛନ୍ତି ଅମିର

କରାଚୀ, ୨୮।୭- ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ବାମହାତୀ ପେସର ମହମ୍ମଦ ଅମିର ଏବେ ବ୍ରିଟିଶ ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଲାଇ...

ମହିଳା ହକି: ଆର୍ଜେଣ୍ଟିନା ସହ ଡ୍ର ରଖିଲା ଭାରତ

ବୁଏନ୍ସ ଏୟାର୍ସ, ୨ା୨ (ପି.ଟି.)- ଭାରତୀୟ ସିନିୟର ମହିଳା ହକି ଦଳ ବିଶ୍ୱର ୨ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ୧-୧ ଗୋଲ୍‌ରେ ଡ୍ର...

ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍‌ସ ମେଡିସିନ୍‌) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର...

ଖେଳାଳିଙ୍କୁ ଚକିତ କଲା ଅମ୍ପାୟରଙ୍କ ଅଜବ ନିଷ୍ପତ୍ତି

ମେଲବୋର୍ନ,୩୧।୧୨- ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ମେଲବୋର୍ନ ରେନେଗେଡ୍ସ ମଧ୍ୟରେ ଖେଳାଯାଇଥିବା ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ)ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆନ ଅମ୍ପାୟର ଗ୍ରେଗ ଡାଭିଡସନ...

ପୁଣି ପଡ଼ିଆରେ ଦେଖିବାକୁ ମିଳିବ ସଚିନଙ୍କ ମ୍ୟାଜିକ୍‌

ମୁମ୍ବାଇ, ୯ା୨- ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ବ୍ରାଏନ ଲାରା, ମୁଥିଆ ମୁରଲିଧରଣଙ୍କ ଭଳି ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ମିଳିବ।...

କ୍ରିକେଟରୁ ଦୂରେଇ ଗଲେ ଐତିହାସିକ କୋଲକାତା ଟେଷ୍ଟର ଅନ୍ତିମ ଷ୍ଟାର

ମୁମ୍ବାଇ,୨୪।୧୨: ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ଐତିହାସିକ କୋଲକାତା ଟେଷ୍ଟରେ ଭାରତୀୟ ଦଳକୁ...

ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ...

Advertisement
Archives

Model This Week