Posted inଖେଳ

ଖେଳାଳିମାନେ ନାଚିବା, ପାର୍ଟି କରିବା ସବୁଠାରୁ ଖରାପ ଉଦାହରଣ: ଇଭାନ୍ସ

ଲଣ୍ଡନ, ୨୩।୬- ମହାମାରୀ କରୋନା ଭାଇରସ୍‌ର ଭୟାବହତା ମଧ୍ୟରେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ନିକଟରେ ବେଲ୍‌ଗ୍ରାଡେରେ ଏକ ପ୍ରଦର୍ଶନୀ ଚ୍ୟାରିଟି ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ। ଏଥିରେ ସାମିଲ ହୋଇଥିବା ବୁଲ୍‌ଗେରିଆର ଗ୍ରିଗୋର ଦିମିତ୍ରୋଭା, କ୍ରୋଏସିଆର ବୋର୍ନା କୋରିକ୍‌ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏହି ଟୁର୍ନାମେଣ୍ଟକୁ ବାତିଲ୍‌ କରିଦିଆଯାଇଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ଟୁର୍ନାମେଣ୍ଟରେ ଅନ୍ୟତମ ଅଂଶଗ୍ରହଣକାରୀ ସର୍ବିୟାର ଭିକ୍ଟର ତ୍ରୋଇକ ଓ ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଟୁର୍ନାମେଣ୍ଟକୁ ଆୟୋଜନ କରିଥିବା ନିଜେ ଜୋକୋଭିଚ୍‌ ଓ ତାଙ୍କ ସ୍ତ୍ରୀଙ୍କ କରୋନା ରିପୋର୍ଟ ମଧ୍ୟ ଇତିମଧ୍ୟରେ ପଜିଟିଭ ବାହାରିଛି। ଫଳରେ ଏହାକୁ ନେଇ ବ୍ରିଟେନର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ଡାନ୍‌ ଇଭାନ୍ସ ଜୋକୋଭିଚ୍‌ଙ୍କୁ ଦାୟୀ କରିଛନ୍ତି। ଇଭାନ୍ସ କହିଛନ୍ତି, ‘ଚ୍ୟାରିଟି ଟୁର୍ନାମେଣ୍ଟ କରିବା ଭଲ କଥା। କିନ୍ତୁ ୨ ମିଟର ଦୂରତା ଅବଲମ୍ବନ କରିବା ନେଇ ରହିଥିବା ସାମାଜିକ ଦୂରତା ଗାଇଡ୍‌ଲାଇନ୍‌କୁ ଟୁର୍ନାମେଣ୍ଟରରେ ପାଳନ କରିବା ଉଚିତ୍‌ ଥିଲା। ଏହା ଏକ ହାସ୍ୟାସ୍ପଦ ଘଟଣା ନୁହେଁ। ସେହିଭଳି ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଖେଳାଳିମାନେ ପ୍ରତିଯୋଗିତାରେ ପାର୍ଟି ଓ ଏକାଠି ନାଚିବା ସବୁଠାରୁ ଖରାପ ଉଦାହରଣ। ଟୁର୍ନାମେଣ୍ଟ ଆୟୋଜନ କରୁଥିବା ହେତୁ ସେ (ଜୋକୋଭିଚ୍‌) ନିଜେ ଦାୟିତ୍ୱବାନ ହେବାର ଥିଲା’ ବୋଲି ଇଭାନ୍ସ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଝାରୁଦ୍ଦିନଙ୍କ ପୁଅ-ସାନିଆଙ୍କ ଭଉଣୀ

ହାଇଦ୍ରାବାଦ,୭।୧୦: ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଭଉଣୀ ଆନମ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ...

ମ୍ୟାଚ୍‌ ଜିତିବାର ଥିଲେ ଟସ୍‌ ଜିତ

ନୂଆଦିଲ୍ଲୀ,୧।୪: ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଟୁର୍ନାମେଣ୍ଟ ଆରମ୍ଭ ହେବା ଦିନରୁ ଟସ୍‌ ଜିତିବା ହିଁ ବିଜୟର ଫର୍ମୁଲା ପାଲଟିଛି। କାରଣ...

ଜେମିମା ଖେଳିବେ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ

ମୁମ୍ବାଇ, ୩୦ା୫ (ପି.ଟି.)-ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ରେ ଜୁଲାଇ ୨୧ରୁ ଆରମ୍ଭ ହେଉଥିବା ଦି ହଣ୍ଡ୍ରେଡ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ସ୍ବଳ୍ପ ବୟସ୍କା ମହିଳା...

କ୍ରିକେଟ୍‌ରଙ୍କୁ ଟିପ୍ସ ଦେବେ ସାନିଆ

ବେଙ୍ଗାଲୁରୁ,୧୫।୨: ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ମେଣ୍ଟର ଭାବରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନିଯୁକ୍ତ ହୋଇଛନ୍ତି। ବୁଧବାର ଟୁଇଟର୍‌...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଶନିବାର ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତ...

ବାବରଙ୍କୁ କୋହଲିଙ୍କ ସହ ଏବେ ତୁଳନା କରାଯାଇପାରିବନି: ୟୁନିସ୍‌

କରାଚୀ,୧୮।୫ (ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ ବାବର ଆଜମଙ୍କୁ ତୁଳନା କରାଯିବା ବହୁତ ଶ୍ରୀଘ ହେବ ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌...

ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ସଲମାନ ଖାନ୍‌ଙ୍କ ଗୀତରେ ଡ୍ୟାନ୍ସ କରିଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଡାକ୍ତର ତଥା ୟୁଟ୍ୟୁବର୍‌ ଧନଶ୍ରୀ ବର୍ମାଙ୍କୁ ନିଜ ମନ ଦେଇ ବସିଛନ୍ତି। ଗତ ଅଗଷ୍ଟ ୮ରେ ଧନଶ୍ରୀଙ୍କ ସହ ତାଙ୍କ...

ଏହି କ୍ରିକେଟର୍‌ଙ୍କ କାହାଣୀ ଶୁଣିଲେ ଆଖିଲେ ଆସିଯିବ ଲୁହ: ଆଇପିଏଲ୍‌ରେ କଲେ ଧମାକା

ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)ରେ ସୋମବାର ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଟକ୍କର ହୋଇଥିଲା। ଏହି ମ୍ୟାଚରେ କିଙ୍ଗ୍ସ ଏକାଦଶ...

Advertisement
Archives

Model This Week