Posted inଖେଳ

ଖେଳାଳିଙ୍କ ନିରାପତ୍ତା ସହ ବୁଝାମଣା କରାଯାଇଥିଲା: ସାଇନା

ନୂଆଦିଲ୍ଲୀ,୧୮।୩(ପି.ଟି.)- ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଆୟୋଜନ ନେଇ ପ୍ରଶ୍ନ ଉଠାଇଛନ୍ତି। ଖେଳାଳିଙ୍କ ନିରାପତ୍ତାକୁ ହେୟ କରି ଅର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। କରୋନା ଭାଇରସ ସାରା ବିଶ୍ୱରେ ଏକ ମହାମାରୀ ରୂପ ନେଇଥିବା ବେଳେ କିପରି ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ କେବଳ ଅର୍ଥକୁ ଅଧିକ ଗୁରତ୍ୱ ଦିଆଯାଇଥିଲା। ନହେଲେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କୌଣସି କାରଣ ନ ଥିଲା ବୋଲି ସାଇନା ଟୁଇଟ୍‌ କରି ଜଣାଇଛନ୍ତି।
ଅଲ ଇଂଲଣ୍ଡରେ ସାଇନା ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ବିଦାୟ ନେଇଥିଲେ। ବିପଦ ସତ୍ତ୍ୱେ କେତେକ ଖେଳାଳି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଅଲିମ୍ପିକ୍‌ କ୍ୱାଲିଫିକେଶସ ଓ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଦୃଷ୍ଟିକୋଣରୁ ଏହି ଟୁର୍ନାମେଣ୍ଟର ମଧ୍ୟ ଯଥେଷ୍ଟ ଗୁରତ୍ୱ ରହିଥିଲା। ତେବେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିବାରୁ ସାଇନାଙ୍କ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇପାରିଥାନ୍ତା କିମ୍ବା ବାତିଲ କରାଯାଇପାରିଥାନ୍ତା ବୋଲି ସେ କହିଛନ୍ତି। କରୋନା ଭାଇରସ ଆତଙ୍କ କାରଣରୁ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ତାର ସବୁ ଇଭେଣ୍ଟକୁ ସ୍ଥଗିତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ବିଜୟୀ ନ୍ୟୁଜିଲାଣ୍ଡର ସ୍ବଦେଶ ପ୍ରତ୍ୟାବର୍ତ୍ତନ

ଅକଲାଣ୍ଡ,୨୭।୬(ପି.ଟି.): ଫାଇନାଲରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଜିତିଥିବା କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଏହି ଦଳ...

୪୧ ବର୍ଷରେ ପଦାର୍ପଣ କଲେ କ୍ରିସ୍‌ ଗେଲ୍‌, ଖାଇବା ଲାଗି ଦିନେ କରିବାକୁ ପଡ଼ିଥିଲା ଚୋରି

ନୂଆଦିଲ୍ଲୀ, ୨୧।୯: ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ସୋମବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ପଡ଼ିଆ ଭିତରେ ବଡ଼ ବଡ଼ ଛକା ମାରି ନିଜର...

ରମଣ ଇଫେକ୍ଟ: ନୀତୁଙ୍କ ଚୟନ କମିଟି, ମଦନ ଲାଲ୍‌ ସନ୍ଦେହ ଘେରରେ

ନୂଆଦିଲ୍ଲୀ,୧୫।୫(ପି.ଟି.): ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟ.ଭି. ରମଣଙ୍କୁ ହଠାତ୍‌ ଭାରତୀୟ ମହିଳା କ୍ରିକେଟ ଦଳର ହେଡ୍‌ କୋଚ୍‌ ପଦରୁ ବିଦା କରାଯିବା ପରେ ବିବାଦ ସୃଷ୍ଟି...

୧୭ ବର୍ଷର ରେକର୍ଡ ଭାଙ୍ଗିଲେ ଅକ୍ଷର ପଟେଲ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ମାତ୍ର ୩୫ ବଲରୁ ଅପରାଜିତ ୬୪ ରନ୍‌ ସ୍କୋର କରି...

ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍‌ଙ୍କ ପରାମର୍ଶ

ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍‌. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ...

କୋହଲିଙ୍କ ଉପରେ ରାଗିଲା ବିସିସିଆଇ

ଓଭାଲ,୭।୯: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ରାଗିଛି। ନିକଟରେ କୋହଲି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ମଧ୍ୟ...

ବିଶ୍ୱକପ୍‌ ଫାଇନାଲ ଟାଇ ହେଲେ ଚାମ୍ପିୟନ ନିର୍ଣ୍ଣୟ ଲାଗି ଦଳୀୟ ପଏଣ୍ଟକୁ ହିସାବକୁ ନିଆଯାଉ: ଚାପେଲ

ନୂଆଦିଲ୍ଲୀ,୨୨।୭(ପି.ଟି.)- ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଯେଉଁଭଳି ବିଜେତା ନିର୍ଣ୍ଣୟ ହେଲା, ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଇଆନ ଚାପେଲ।...

ୟୁଏସ୍‌ ଓପନ୍‌: ଶରନ- ହୁଗୋ ଆଉଟ୍‌

ନ୍ୟୁୟର୍କ, ୩୦।୮ (ପି.ଟି.)-ଭାରତର ଡିିଭିଜ ଶରନ ଓ ତାଙ୍କ ମୋନାକୋ ପାର୍ଟନର ହୁଗୋ ନିସ୍‌ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍ସ...

Advertisement
Archives

Model This Week