Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ୧୦୦ ମିଟରରେ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୯।୨(ସ୍ପୋଟର୍‌ସ ବ୍ୟୁରୋ): ଦେଶର ଦ୍ରୁତତମ ମହିଳା ଦୂତୀ ଚାନ୍ଦ ପୁଣିଥରେ ନିଜ ଖ୍ୟାତି ଅନୁରୂପ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ କିଟ୍‌ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରି ୧୦୦ମିଟର ଫାଇନାଲ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଏହି ରେସ୍‌ରେ ସେ ୧୧.୪୯ ସେକେଣ୍ଡ ନେଇ ଏହି ସଫଳତା ପାଇଛନ୍ତି। ସେହିପରି ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଏସ. ଧନଲକ୍ଷ୍ମୀ ୧୧.୯୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପଟେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ଏସ୍‌.ଏସ୍‌. ସ୍ନେହା ୧୨.୦୮ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଜ୍ୟୋତି ୟାରାଜୀ ୧୨. ୩୧ ସେକେଣ୍ଡ ସମୟ ନେଇ ଚତୁର୍ଥ, ଉତ୍କଳ ବିଶ୍ୱବିଦ୍ୟାଳର ଦୀପାଳି ମହାପାତ୍ର ୧୨. ୩୫ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଛନ୍ତି। ଉତ୍କଳ ତରଫରୁ ଅଂଶଗ୍ରହଣ କରିଥିବା ଅନ୍ୟତମ ଧାବିକା ବିନତି ବେହେରା ୧୩.୨୪ ସେକେଣ୍ଡ ସମୟ ନେଇ ଅଷ୍ଟମ ସ୍ଥାନରେ ରହିଛନ୍ତି।
ଏଥି ସହିତ ୨୪ ବର୍ଷୀୟା ଦୂତୀ ନୂଆ ମିଟ୍‌ ରେକର୍ଡ ସ୍ଥାପନ କରିଛନ୍ତି। ପୂର୍ବର ରେକର୍ଡ ୧୧. ୫୬କୁ ଦୂତୀ ଅତିକ୍ରମ କରିଛନ୍ତି। ଏହା ପୂର୍ବରୁ ସକାଳେ ସେମିଫାଇନାଲରେ ଦୂତୀ ୧୧. ୬୧ ସେକେଣ୍ଡ ସମୟ ନେଇଥିଲେ। ଫାଇନାଲରେ ସେ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି। ଦୂତୀଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧୧.୨୨ ସେକେଣ୍ଡ। ଗତବର୍ଷ ଜାତୀୟ ଓପନ୍‌ ଆଥଲେଟିକ୍ସରେ ସେ ଏହି ସଫଳତା ହାସଲ କରି ନିଜର ପୂର୍ବର ରେକର୍ଡରେ ସୁଧାର ଆଣିଥିଲେ। ଦୂତୀ ଏବେ ଏହି ମେଗା ଇଭେଣ୍ଟର ଅନ୍ତିମ ଦିବସରେ ରବିବାର ୨୦୦ମି. ଦୌଡ଼ରେ ଅଂଶଗ୍ରହଣ କରିବେ। ଏହି ଇଭେଣ୍ଟରେ ଦୂତୀ ଅବଶ୍ୟ ଫେଭରାଇଟ ବିବେଚିତ ହେଉଛନ୍ତି। ଉଲ୍ଲେଖଥାଉ କି, ଦୂତୀ ୨୦୧୯ ଜୁଲାଇ ୧୦ ତାରିଖରେ ଇଟାଲୀର ନାପୋଲିରେ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ୧୦୦ମିଟର ଦୌଡ଼ରେ ୧୧.୩୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ ଏହି କ୍ରୀଡ଼ାରେ ୧୦୦ମି.ରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ପୂର୍ବରୁ କୌଣସି ଭାରତୀୟ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଇତିହାସରେ ୧୦୦ମି. ଫାଇନାଲକୁ କ୍ୱାଲିଫାଏ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

କୋରାପୁଟ,୨୭।୧୦(ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି କୋରାପୁଟ–ରାଣୀଗଡ଼ା–ବୋରିଗୁମ୍ମା ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ଗତ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଏହି ଘାଟି ରାସ୍ତାରେ…

ବାତ୍ୟା ଅର୍ଣ୍ଣବ: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ

ରାୟଗଡ଼ା,୨୭।୧୦(ଜଗନ୍ନାଥ ଗୌଡ଼): ବାତ୍ୟା ଅର୍ଣ୍ଣବର ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଙ୍ଗଳବାର ରାୟଗଡ଼ାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ରାୟଗଡ଼ାରେ ପହଞ୍ଚି…

ଜୁଆଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ୭ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମରେ କୁମାର ପୂର୍ଣ୍ଣିମା ରବିବାର ସାରେ ଚାଲିଥିବା ଜୁଆଖେଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ…

ହ୍ୟାରି କେନଙ୍କୁ ଅଭିନନ୍ଦନ ଜଣାଇଲେ ବିରାଟ କୋହଲି କହିଲେ – ‘ଆପଣ ଏହି ପୁରସ୍କାର ପାଇବାକୁ ଯୋଗ୍ୟ…’

ନୂଆଦିଲ୍ଲୀ,୨୭।୧୦: ଇଂରେଜ ଫୁଟବଲ ଖେଳାଳି ହ୍ୟାରି କେନ ‘ବ୍ୟାଲୋନ ଡି’ଅର୍‌’ (Ballon d’Or) ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଏହି…

ମାଡ଼ି ଆସୁଛି ବାତ୍ୟା: ଗୋପାଳପୁର ବନ୍ଦର ପରିଦର୍ଶନ କଲେ ବିଧାୟକ

ଛତ୍ରପୁର,୨୭।୧୦(ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଙ୍ଗଳବାର ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଗୋପାଳପୁର ବନ୍ଦର ଏବଂ…

IAS ସ୍ତରରେ ବଡ଼ ଅଦଳବଦଳ, ୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର, ୨୭।୧୦: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ୮ ଜଣ IAS ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ଓ ଅତିରିକ୍ତ…

ବର୍ଷା, ପବନ ସତ୍ତ୍ୱେ କଟକ ଜିଲାରେ ସ୍କୁଲ ଖୋଲା, ଅଭିଭାବକ ମହଲରେ ଅସନ୍ତୋଷ

କଟକ ସଦର,୨୭।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଟକ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ…

ଗାଜଲବାଡି ଘାଟିରେ ଗାଡି ଯାତାୟାତ ବନ୍ଦ: ଫସିଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ବଡ଼ ପଦକ୍ଷେପ। ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?