ଖୁବ୍‌ ହସାଇଲା ‘ଟୁ ମଚ୍‌’

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଷ୍ଟାଣ୍ଡ୍‌-ଅପ୍‌ କମେଡିର କ୍ରେଜ୍‌ ଧୀରେ ଧୀରେ ଭୁବନେଶ୍ୱରରେ ଅଧିକ ଦେଖୁଥିବା ବେଳେ ଶନିବାର ସନ୍ଧ୍ୟାରେ ଏକ ଦମ୍‌ଦାର୍‌ ଷ୍ଟାଣ୍ଡ୍‌-ଅପ୍‌ କମେଡି ଶୋ’ର ମଜା ନେଇଥିଲେ ରାଜଧାନୀବାସୀ। ଦେଶର ଦୁଇ ଖ୍ୟାତନାମା ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ ଦେବେଶ ଦୀକ୍ଷିତ ଏବଂ ସୃଜନ କୌଶିକଙ୍କ ହ୍ୟୁମର୍‌ ଓ ଲାଇଭ୍‌ ଜୋକ୍‌ ଦର୍ଶକଙ୍କୁ ଖୁବ୍‌ ହସାଇଥିଲା। ଭୁବନେଶ୍ୱରର ହାସ୍ୟପ୍ରେମୀ ଦର୍ଶକଙ୍କ ପାଇଁ ଏଭଳି ଏକ ଶୋ’ର ଆୟୋଜନ କରିଥିଲା ‘ରାଉଣ୍ଡ ଟେବୁଲ୍‌ ଇଣ୍ଡିଆ’ ଏବଂ ‘ବିଏମ୍‌ଆର୍‌ଟି ୯୩’। ହୋଟେଲ କ୍ରାଉନ୍‌ଠାରେ ଅନୁଷ୍ଠିତ ଏହି ଷ୍ଟାଣ୍ଡ୍‌-ଅପ୍‌ କମେଡି ଶୋ’ ‘ଟୁ ମଚ୍‌’ ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିବା ବେଳେ ଏହା ସବୁବର୍ଗର ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥିଲା।

ଫାଲ୍‌କନ୍‌ ରିୟଲ ଇଷ୍ଟେଟ୍‌, ‘ଧରିତ୍ରୀ’, ‘ଓଡ଼ିଶା ପୋଷ୍ଟ’, ‘ଖିମ୍‌ଜୀ’, ‘ରେଡ୍‌ ଏଫ୍‌ଏମ୍‌’ ଏବଂ ଜାଗୁଆର୍‌ ସହଯୋଗରେ ଆୟୋଜିତ ଏହି ଭିନ୍ନସ୍ବାଦର ଷ୍ଟାଣ୍ଡ୍‌-ଅପ୍‌ ଲାଇଭ୍‌ ଶୋ’ ପ୍ରାରମ୍ଭରେ ଓଡ଼ିଶାର ଲୋକପ୍ରିୟ ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ ପ୍ରିୟରଞ୍ଜନ ପ୍ରବଳ ହସାଇଥିଲେ। ଏହାପରେ ମଞ୍ଚକୁ ଆସିଥିଲେ ‘ଦି ବିଗ୍‌ ଭାଙ୍ଗ୍‌ ଷ୍ଟୋରୀ’ ଏବଂ ‘ହ୍ବିଚ୍‌ କଲେଜ ୟୁ ଫ୍ରମ୍‌’ ଫେମ୍‌ ଦେବେଶ ଦୀକ୍ଷିତ୍‌। ଦୈନନ୍ଦିନ ଜୀବନକୁ ହ୍ୟୁମର୍‌ ଓ ଜୋକ୍‌ ମାଧ୍ୟମରେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରି ପ୍ରାୟ ଏକଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସେ ଦର୍ଶକଙ୍କ ହସାଇଥିଲେ। ଏହାପରେ ‘ଥିଙ୍ଗ୍‌ସ ହାପେନ୍‌ ଟୁ ମି’, ‘ଆଇ ହାପେନ୍‌ ଟୁ ଦେମ୍‌’ ଭଳି ଭିଡିଓ କରି ରାତାରାତି ୟୁଟ୍ୟୁବ୍‌ ଷ୍ଟାର୍‌ ପାଲଟିଥିବା ସୃଜନ କୌଶିକଙ୍କ ମଜାଦାର୍‌ ଶୋ’ ଜୋରଦାର ହସାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଉଣ୍ଡ ଟେବୁଲ୍‌ ଇଣ୍ଡିଆର ପ୍ରମୁଖ ଚାପ୍ଟର ‘ବିଏମ୍‌ଆର୍‌ଟି ୯୩’ ପକ୍ଷରୁ ଏକ ମହତ୍‌ ଉଦ୍ଦେଶ୍ୟରେ ଏହି ଶୋ’ର ଆୟୋଜନ କରାଯାଇଥିଲା। ଆର୍ଥିକ ଅନଗ୍ରସର ପିଲାମାନଙ୍କ ପାଇଁ ସ୍କୁଲ୍‌ ଗୃହ ନିର୍ମାଣ ନିମନ୍ତେ ପାଣ୍ଠି ସଂଗ୍ରହ କରିବାକୁ ଏହି ଫଣ୍ଡ୍‌ ରେଜିଂ ଇଭେଣ୍ଟ ହୋଇଥିଲା। ଏଥିରୁ ମିଳିଥିବା ଅର୍ଥରେ ଗରିବ ତଥା ଅପହଞ୍ଚ ଅଞ୍ଚଳରେ ସ୍କୁଲ୍‌ ତିଆରି କରାଯିବ ବୋଲି ଏହି ଅବସରରେ ‘ବିଏମ୍‌ଆର୍‌ଟି ୯୩’ ପକ୍ଷରୁ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୨୧ବର୍ଷରେ ‘ଫ୍ରିଡମ୍‌ ଥ୍ରୋ ଏଜୁକେଶନ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ରାଉଣ୍ଡ୍‌ ଟେବୁଲ୍‌ ଇଣ୍ଡିଆ’ ଦେଶର ୨୮୪୯ ବିଦ୍ୟାଳୟରେ ୬୬୨୩ରୁ ଅଧିକ ଶ୍ରେଣୀଗୃହ ନିର୍ମାଣ କରି ୭.୨୮ ମିଲିୟନ୍‌ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା‘ ବିଏମ୍‌ଆରଟି ୯୩’ ଅଧ୍ୟକ୍ଷ ରୋହନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

SRCଙ୍କ କଡ଼ା ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଏହି ୪ ଜିଲାକୁ ମିଳିବ ଚାଉଳ…

ଭୁବନେଶ୍ବର ୨୦।୮: ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଇଭି-ଇଥାନଲ୍ ଚାଳିତ ଗାଡ଼ିକୁ…

ଭୁବନେଶ୍ୱର,୨୦।୮: ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି…

ଗୋଟିଏ ମାସରେ ୪ ଲଘୁଚାପ, ପୁଣି ଦାନା ବାନ୍ଧିଲାଣି, କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ୱର,୨୦।୮: ପାଣିପାଗକୁ ନେଇ ବଡ଼ ଖବର । ଅଗଷ୍ଟ ମାସରେ ଗଲାଣି ତିନି ତିନିଟି ଲଘୁଚାପ । ତେବେ ପୁଣି ଆସୁଛି ଲଘୁଚାପ । ଏ ନେଇ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri