Posted inଜାତୀୟ

ଖାଦ୍ୟମନ୍ତ୍ରୀଙ୍କୁ ମହମ ବୋଳା ସେଓ ବିକି ହରଡ଼ଘଣାରେ ଫଳ ଷ୍ଟଲ୍‌ ମାଲିକ

ନୂଆଦିଲ୍ଲୀ,୧୮।୯: ସମ୍ପ୍ରତି ଫଳରେ ବିଭିନ୍ନ ରଙ୍ଗ ଏବଂ ରାସାୟନିକ ପଦାର୍ଥ ପ୍ରଲେପ ଦିଆଯାଇ ବିକ୍ରି କରାଯାଉଛି। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ନିକଟରେ ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ମଧ୍ୟ ଏଥିରୁ ରକ୍ଷା ପାଇ ନାହାଁନ୍ତି। ସେ ଦିଲ୍ଲୀର ଖାନ୍‌ ମାର୍କେଟରୁ ପାସଓ୍ବାନ ଜଣେ କର୍ମଚାରୀଙ୍କ ଦ୍ୱାରା ସେଓ ମଗାଇଥିଲେ। ସେ ସାଲାଡ୍‌ ଲାଗି ସେଓ କାଟୁଥିବା ସମୟରେ ତାଙ୍କ ହାତରେ ମହମ ଲାଗିଥିଲା। ସେଓରେ ମହମ ବୋଳା ହୋଇଥିବା ଜାଣି ପାସଓ୍ବାନ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଟିମ୍‌ ଫଳ ଷ୍ଟଲ୍‌ ମାଲିକଙ୍କ ପାଖରେ ପହଞ୍ଚି ତଦନ୍ତ କରିବା ସମୟରେ ଜଣା ପଡ଼ିଥିଲା ଯେ, ସେ ଓଜନରେ ୩ଶହ ଗ୍ରାମ୍‌ ସେଓ ମଧ୍ୟ ଠକିଛନ୍ତି। ଏନେଇ ତାଙ୍କୁ ପଚରାଉଚରା କରାଯିବା ସହିତ ନିକଟରେ ଥିବା ଅନ୍ୟ ଷ୍ଟଲ୍‌ର ଯାଞ୍ଚ୍‌ ଆରମ୍ଭ ହୋଇଛି। ଫଳରେ ଏବେ ଷ୍ଟଲ ମାଲିକ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଷ୍ଟଲ ମାଲିକ ସେଓ କିଲୋ ପିଛା ୪୨୦ ଟଙ୍କା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ମହାରାଷ୍ଟ୍ର, ଗୁଜରାଟରେ ବାତ୍ୟା

ମୁମ୍ବାଇ,୧ା୬(ପି.ଟି.): ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେବାକୁ ଯାଉଛି। ଏହା ଜୁନ୍‌ ୩ରେ ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳ ଅତିିକ୍ରମ...

ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି: ଲୋକାୟୁକ୍ତଙ୍କ ପାଖରେ ହେବେ ହାଜର

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ ଅନୁସାରେ ଜୁଲାଇ ୩୦ରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ପାଖରେ ହାଜର ହେବେ।...

ପିଏମ୍‌ କିଷାନ ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧ା୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ...

ଏପ୍ରିଲରେ ରାହୁଲଙ୍କ ଦ୍ୱିତୀୟ ଇନିଂସ: ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୧।୨(ଆଇଏଏନ୍‌ଏସ୍‌):କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଦଳର ମଙ୍ଗ ଧରିବେ। ଆସନ୍ତା ଏପ୍ରିଲରେ ସେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ବଜେଟ...

‘ଡିସେମ୍ବର ୬ରୁ ରାମମନ୍ଦିର ନିର୍ମାଣ’

ଏଟା,୨୫ା୯(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୬ ତାରିଖରୁ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ମଙ୍ଗଳବାର ଭାଜପା ଏମ୍‌ପି ସାକ୍ଷୀ ମହାରାଜ କହିଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓ...

୩୭୦ ଉପରେ ପାର୍ଲାମେଣ୍ଟରେ ଭାଷଣ ଦେଇ ରାତାରାତି ହିରୋ ହେଲେ ଏମ୍‌ପି, ଏବେ ଫେସବୁକକୁ ନେଇ ଚିନ୍ତିତ

ନୂଆଦିଲ୍ଲୀ, ୮।୮:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ଏବଂ ରାଜ୍ୟକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି...

ଭାରତର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ !

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ଦେଶର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସେସବୁ ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର,...

ହସାଇଲା ଜୋମାଟୋ

ନୂଆଦିଲ୍ଲୀ,୯।୭: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ନିକଟରେ ଏମିତି ଏକ ମଜାଳିଆ ଟୁଇଟ୍‌ କରିଛି ଯାହାକୁ ପଢି ଲୋକେ ଏହାର ମଜା ଉଠାଉଛନ୍ତି। କେହି କେହି...


Coronavirus Update

Archives

Model This Week

Why Dharitri