Posted inଖେଳ

ଖାତା ଖୋଲିପାରିଲେ ନାହିଁ ରୋହିତ

ବିଜୟନଗରମ,୨୮।୯: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଶନିବାର ଅନ୍ତିମ ଦିନରେ ପହଞ୍ଚତ୍ଛି। ଏହି ମ୍ୟାଚ୍‌ରେ ବରିଷ୍ଠ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ପ୍ରଥମ ଥର ପାଇଁ ଟେଷ୍ଟ ଫର୍ମାଟରେ ଓପନିଂ କରିଥିଲେ। ହେଲେ ୩୦ ବର୍ଷୀୟ ରୋହିତ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି। ଭାରତୀୟ ଇନିଂସର ଦ୍ୱିତୀୟ ଓଭରରେ ଭନର୍ନ ଫିଲାଣ୍ଡରଙ୍କ ବଲରେ ଆଉଟ୍‌ ହୋଇ ରୋହିତ ଫ୍ୟାଭିଲିଅନ ଫେରିଛନ୍ତି। ଏହି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ୍‌ ପୂର୍ବରୁ ଏକମାତ୍ର ଅଭ୍ୟାସ ମ୍ୟାଚ। ପୂର୍ବରୁ ଭାରତୀୟ ଦଳ ଘୋଷଣାବେଳେ ରୋହିତଙ୍କୁ ଟେଷ୍ଟରେ ଓପନର ଭାବେ ଖେଳାଇବାକୁ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସେ୍‌କେ ପ୍ରସାଦ କହିଥିଲେ। ଏହାପରେ ରୋହିତ ଦିନିକିଆ ଓ ଟି୨୦ ଭଳି ଟେଷ୍ଟ ଫର୍ମାଟରେ ସଫଳ ହେବେ କି ନାହିଁ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦ୍ମଶ୍ରୀ ପାଇଁ ବିଜୟନଙ୍କ ନାମ ସୁପାରିସ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇଁ ପୂର୍ବତନ ଅଧିନାୟକ ଆଇଏମ୍‌ ବିଜୟନଙ୍କ ନାମ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସିଖବର, ଆଇପିଏଲ୍‌ ୨୦୨୩ରେ ଖେଳିବେ ଏହି ଘାତକ ବୋଲର୍‌!

ନୂଆଦିଲ୍ଲୀ,୧୯।୧୧: ଇଂଲଣ୍ଡର ତାରକା ଫାଷ୍ଟ ବୋଲର୍‌ ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ୍‌ ୨୦୨୨ ମେଗା ନିଲାମରେ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) କିଣିଥିଲା। ମାତ୍ର ଆହତ...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର...

ପଞ୍ଜାବୀ ଗୀତରେ ଗେଲ୍‌ଙ୍କ ସହ ମିଶି ଧୂମ୍‌ ନାଚିଲେ ଯୁବରାଜ

ଟିମ୍‌ ଇଣ୍ଡିଆର ସିକ୍ସର୍‌ କିଙ୍ଗ୍‌ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂକୁ ଏବେ ବି ଦର୍ଶକ ଉପଭୋଗ କରୁଛନ୍ତି। କାନାଡାରେ...

ଓ୍ବେଲିଂଟନରେ ବର୍ଷା: ଭାରତର ସ୍କୋର ୧୨୨/୫

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଓ୍ବେଲିଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ, ଚେନ୍ନାଇନ ପଏଣ୍ଟ ଭାଗ କଲେ

ମାର୍ଗାଓ,୬।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ବେଙ୍ଗାଲୁରୁ ଏଫ୍‌ସି ଓ ଚେନ୍ନାଇନ୍‌ ଏଫ୍‌ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର ରହିଛି।...

ନାଇକ୍‌ର ହାଇଟେକ୍‌ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌

ମୋନାକୋ,୧୮।୧- ବିଶ୍ୱର ଅନ୍ୟତମ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ନାଇକ୍‌ର ଅତି ଉନ୍ନତର ଭାପୋରଫ୍ଲାଇ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌। ଅତି ଉନ୍ନତ ଟେକ୍‌ନୋଲୋଜି ବ୍ୟବହାର...

ହକିକୁ ସ୍ବାଗତ କରୁଛି ସମଗ୍ର ବିଶ୍ୱ

ଭୁବନେଶ୍ୱର,୧୬ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍‌-୨୦୨୩। ବିଶ୍ୱକପ୍‌କୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର। ଐତିହାସିକ କଳିଙ୍ଗ ଷ୍ଟାଡିୟମ ଓ ହକିର...

Advertisement
Archives

Model This Week