ଖାଏଦ୍‌ ସୁରକ୍ଷା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ

ପର୍ଲା, ୫।୩ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଦିବ୍ୟାଙ୍ଗମାନକର ଲାଗି ମାଲମାଲ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅଧ୍‌କାରୀ, କରମ୍‌ଚାରୀକଁର ଅନ୍‌ଦେଖା ଲାଗି ହକ୍‌ଦାର ହିତାଧିକାରୀ ନିଜର ହକ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବୋଡ଼େନ ପଁଚେତ୍‌ ବାରିକପଡ଼ା ଗାଁରେ। ଇ ଗାଁର ଦୁଇ ଦିବ୍ୟାଙ୍ଗ ଭାଇବହେନ୍‌ ସରକାରୀ ଯୋଜନାରୁ ବଁଚିତ୍‌ ହେଇଥିବାର ତାକର ପରିବାର ଲୋକ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବାରିକପଡ଼ାର ପିତାମ୍ବର ବାରିକ(୪୫)। ପରିବାର କହେଲେ ମାଏକିନା ରମଣି(୩୮) ପୁଓ କାରଣ(୨୪), ମଣ୍ଟୁ(୧୮) ଆର ଝି’ ଚୁମକି(୨୨)କୁଁ ନେଇ ସଁସାର। ପୁଓ କାରଣ ଆର ଝି’ ଚୁମକି ଦୁହେଁ ଜନ୍‌ମୁ ମାନ୍‌ସିକ ଭିନ୍ନକ୍ଷମ। ଏନ୍‌ତା କି ଦୁହେଁ ଭଲଭାବେ ଦେଖି ନାଇଁପାରବାର। ସ୍ବାସ୍ଥ୍ୟ ବିଭାଗ ତରଫୁ ଦୁଇ ଭାଇବହେନ୍‌କେ ୯୦ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ମିଲିଛେ। କାରଣ ୫ଶହ ଆର ଚୁମକି ୭ଶହ ଟଁକା ଭତା ପାଉଛନ୍‌ ସତ୍‌। ହେଲେ ଭତା ଟଁକାକେ ଛାଡ଼ିଦେଲେ ଦୁଇ ଭାଇବହେନ୍‌ ବାକି ସବୁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। କାରଣ ଆର ଚୁମକି ଜନମ ବେଲେ ଠିକ୍‌ଠାକ୍‌ ଥିଲେ। ହେଲେ ଅଭାବ ଅନାଟନ, ଭୁଖମରି କାରନ୍‌ରୁ ଦୁହେଁ ପୁଷ୍ଟିହୀନତାର ଶିକାର ହେଇଥିଲେ। ବଏସ୍‌ ବଢ଼ବାର ସଂଗେ ଦୁହେଁ ମାନ୍‌ସିକ ଭିନ୍ନକ୍ଷମ ପାଲଟିଗଲେ ବଲି ପରିବାର ଲୋକ୍‌ କହିଛନ୍‌। ଇଆଡ଼େ ଘର ଅଭାବୁ ପିତାମ୍ବର ପରହର କଁାଥିକେ ଲଗେଇ ଝାଟିମାଟି କୁରିଆଟେ କରି ଉପରେ ପଲିଥିନ୍‌ ଢାପି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ପିତାମ୍ବର ଝନେ ନିହାତି ଗରିବ୍‌ ଲୋକ, ଜମିବାଡ଼ି ସଁପତି ବଲି କିଛି ନାଇଁ। ଫିଦିନ ସଖାଲ ପାଏଲେ କୁଲିମଜୁରି କଲେଯାଇ ଘରର ଚୁଲି ଜଲୁଛେ। ସେ ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ଟଁକା ପଏସା ଅଭାବୁ ଝି’ପୁଓକର ଚିକିଛା କରେଇ ନାଇଁ ପାରୁଥିବାର ପିତାମ୍ବର କହିଛନ୍‌। ସେନ୍‌ତା ସରକାରୀ ନିୟମ ହିସାବେ ଦୁଇ ଭାଇବହେନ୍‌ ଖାଏଦ୍‌ ସୁରକ୍ଷା ଆର ଆବାସ ଯୋଜନାରେ ସାମିଲ ହେବାର କଥା। ପିତାମ୍ବର ଝି’ପୁଓକର ନଁାରେ ରାଶନକାର୍ଡ, ଆବାସ ଯୋଜନାରେ ଘରଖଁଡ଼େ ମିଲବା ବଲି କାଗଜପତର ଦେଇ ପଁଚେତ୍‌ରୁ ବ୍ଲକ ତକ୍‌ ଲିଖିତ ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଇ ଦିବ୍ୟାଙ୍ଗ ଭାଇବହେନ୍‌ ଉପରେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ଉପଜିଲାପାଳ ପଦ୍ମନାଭ ବେହେରାକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରାଯାଇ ଦୁହିଁକୁ ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri