ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା: କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

ଢେଙ୍କାନାଳ ଅଫିସ, ୧୩।୯-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଗ୍ରାମର ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାର ପ୍ରତିବାଦରେ ଗୁରୁବାର ପଞ୍ଚାୟତ ପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀ ବ୍ଲକ ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରିବା ସହ ତାଲା ପକାଇଦେଇଥିଲେ।
ଅଭିଯୋଗରୁ ଜଣାପଡ଼ିଛି, କାଉଁରିଆପାଳ ଗ୍ରାମରେ କାର୍ଡଧାରୀଙ୍କ ସଂଖ୍ୟା ୨୨୦। କିନ୍ତୁ ଗ୍ରାମରେ କୌଣସି ରିଟେଲର ପଏଣ୍ଟ ନାହିଁ। ୩ବର୍ଷ ହେଲା ଜଣେ ବ୍ୟକ୍ତିଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ଏଥିରେ ବ୍ୟାପକ ଅନିୟମିତା ହେଉଛି। ଗ୍ରାମରେ ଜଣେ ରିଟେଲର ନିଯୁକ୍ତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ଦିନକୁ ଦିନ ସମସ୍ୟା ବଢ଼ିଚାଲିଥିବାବେଳେ ଗୁରୁବାର ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଥିଲା। ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ସମେତ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନେ ଘଟଣାର ତଦନ୍ତ ଦାବିକରି କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ନେଇ ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ କୁହନ୍ତି, ଅଭିଯୋଗ ମିଳିଛି। କିଛି ସମସ୍ୟା ରହିଛି। ହେଲେ ଏହାର ପ୍ରାମାଣିକ ତଥ୍ୟ ମିଳୁନାହିଁ। ତଥାପି ଅଭିଯୋଗର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ୯ଟା ସୁଦ୍ଧା ୯.୭୫% ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ତେବେ ସକାଳ ୯ଟା ସୁଦ୍ଧା ୯.୭୫ ମତଦାନ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସକାଳ...

କ୍ରୀଡା ପ୍ରତିଯୋଗିତା: ଜାତୀୟ ସ୍ତରରେ ସ୍ବର୍ଣ୍ଣ,ରୋପ୍ୟ ପଦକ ହାସଲ କଲେ କୁନି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାର୍କେଲଗୁଡାସ୍ଥିତ ଶିଶୁଗୃହର ଆଦିବାସୀ ଛାତ୍ରୀ କୁନି ମାଢି ଜାତୀୟ ସ୍ତରରେ କ୍ରୀଡାରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ...

ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟୁଛନ୍ତି ଡାବୁଗାଁ ବିଧାୟକ

ପାପଡ଼ାହାଣ୍ଡି, ୨୦।୩(ଡି.ଏନ୍‌.ଏ.): କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଆଗୁଆ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର...

ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍‌

ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍‌ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ...

୧୦ ବର୍ଷ ପରେ ହଜିଲା ପୁଅଙ୍କୁ ପାଇଲେ ମା’

କୋଦଳା,୩୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ...

୩ ପିଲାଙ୍କୁ ଅନାଥ କଲା କାମଳ ରୋଗ

ରସୁଲପୁର,୧୯ା୭(ଡି.ଏନ.ଏ.): ରସୁଲପୁର ବ୍ଲକ ପହଁଗା ପଞ୍ଚାୟତରେ କାମଳ ରୋଗ ୨ ଜଣଙ୍କ ଜୀବନ ନେଇଛି। ଗୋଟିଏ ପରିବାରର ଦମ୍ପତି ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ୫ବର୍ଷ...

ଚାକିରି ହୋଇଛି କହି ମିଠାରେ ନିଶା ଔଷଧ ଦେଲେ ଭଡ଼ାଟିଆ: ମାଲିକଙ୍କ ଘରୁ ଲୁଟିନେଲେ ୩୫ ଲକ୍ଷର ସୁନାଗହଣା

ମାଲକାନଗିରି,୨।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ମିଠାରେ ନିଶା ମିଶାଇ ଖାଇବାକୁ ଦେଇ ଅତି ସହଜରେ ସୁନାରୀଙ୍କ ଘରୁ କଳାକନା ବୁଲାଇଲେ ଭଡାରେ ରହୁଥିବା...

୧୪୪ ଗାଁ ଲୋକେ ପିଇବେ ସ୍ବଚ୍ଛ ପାଣି

ବାଲିଆପାଳ, ୨୪।୪(ସ୍ବ.ପ୍ର.): ବାଲେଶ୍ୱର ଜିଲା ବିଜେଡ଼ି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଶୁକ୍ରବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର...

Advertisement
Archives

Model This Week