ଖସୁଛି ଆର୍ଥିକ ଅଭିବୃଦ୍ଧି ହାର; ତ୍ୱରିତ ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ, ୨୮-୮: ଦେଶର ଆର୍ଥତ୍କ ଅଭିବୃଦ୍ଧି ହାର ଖସୁଛି। ଏଥିରେ ତୁରନ୍ତ ସୁଧାର ଆସିବାର ସମ୍ଭାବନା କମ୍‌ ରହିଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି। ଦେଶ ମଧ୍ୟରେ ବିଗିଡିଥିବା ଆର୍ଥତ୍କ ଢାଞ୍ଚାରେ ତ୍ୱରିତ ଉନ୍ନତି ଆସୁ ନ ଥିବାରୁ ଏହାର ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡୁଥିବା ଜଣାପଡିଛି। ଇନ୍‌ ଏଣ୍ଡ ବ୍ରାଡଷ୍ଟ୍ରିଟ ଇକୋନୋମି ଅବଜରଭର ତଥ୍ୟ ମୁତାବକ ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି) ଅଭିବୃଦ୍ଧି ହାର ଶୀଥିଳ ରହିବା ନେଇ ଆଶଙ୍କା କରାଯାଇଛି। ଦେଶର ମାନଫାକଚରିଂ କ୍ଷେତ୍ର ବିଭିନ୍ନ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ଜୁଲାଇ ମାସରେ ଆଇଆଇପି ୨.୫%ରୁ ୩% ଅଭିବୃଦ୍ଧି ହାସଲ କରିପାରେ। ଅର୍ଥନୈତିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଘୋଷଣା ଏବଂ ରିଜର୍ଭ ବ୍ୟାଙ୍କର ବିଭିନ୍ନ ପଦକ୍ଷେପ କମ୍ପାନୀଗୁଡିକ ଲାଗି କିଛିଟା ଆଶ୍ୱସ୍ତି ଆଣିପାରେ। ଏହାବାଦ ବିଭିନ୍ନ କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ଆର୍ଥତ୍କ ପ୍ୟାକେଜ ଆସିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଇନ୍‌ ଆଣ୍ଡ ବ୍ରାଡଷ୍ଟ୍ରିଟ ଇଣ୍ଡିଆର ମୁଖ୍ୟ ଅର୍ଥନୀତଜ୍ଞ ଅରୁଣ ସିଂ କହିଛନ୍ତି ଯେ, ବିଶ୍ୱ ଏବଂ ଘରୋଇ ବଜାରରେ ରହିଥିବା ବିଭିନ୍ନ ଅସୁବିଧାର ପ୍ରଭାବ ଦେଶର ତ୍ୱରିତ ଅଭିବୃଦ୍ଧି ରାସ୍ତାରେ ବାଧକ ହେଉଛି। ଏଥି ଲାଗି ଅଭିବୃଦ୍ଧି ଧାରା ପ୍ରଭାବିତ ହେଉଛି। ଦେଶର ଆର୍ଥତ୍କ ଢାଞ୍ଚାରେ ଆସିଥିବା ପ୍ରଭାବକୁ ତୁରନ୍ତ ସମାଧାନ କରିବା ଏତେଟା ସହଜ ନୁହେଁ। ସରକାର ଅର୍ଥନୀତିର ବିଭିନ୍ନ ଦିଗକୁ ବିଚାର କରିବା ସହ ସମାଧାନ ଲାଗି ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଅର୍ଥନୀତିକୁ ନେଇ ରହିଥିବା ଖାଉଟିଙ୍କ ଧାରଣା ବଦଳିବ ଏବଂ ଘରୋଇ କ୍ଷେତ୍ର ନିବେଶ ବଢାଇବାରେ ସହାୟତା କରିବ। ଶେୟାର ବଜାର ନିବେଶଙ୍କ ଲାଗୁ ହେଉଥିବା ସରଚାର୍ଜକୁ ସରକାର ଶୁକ୍ରବାର ପ୍ରତ୍ୟାହାର କରିଥିବା ବେଳେ ଷ୍ଟାର୍ଟଅପଗୁଡିକର ଏଞ୍ଜେଲ ନିବେଶ ଉପରେ ଟିକସରୁ ମୁକ୍ତି, ଅଟୋ ସେକ୍ଟର ଅସୁବିଧା ଦୂରୀକରଣ ଲାଗି ପଦକ୍ଷେପ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଲାଗି ୭୦,୦୦୦ କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। ଏହାବାଦ ବ୍ୟାଙ୍କଗୁଡିକ ସେମାନଙ୍କ ସୁଧହାର ରିଜର୍ଭ ବ୍ୟାଙ୍କର ରେପୋ ରେଟ ସହ ଯୋଡିବାକୁ ପଦକ୍ଷେପ ନିଆଯାଇଛି। ଏହା ଦ୍ୱାରା ବାସଗୃହ ଏବଂ ଯାନ ଋଣ ଶସ୍ତା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମାସରେ ସୋନାଲିକାର ୧ଲକ୍ଷ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୪।୧୨: ଦେଶର ପ୍ରମୁଖ ଟ୍ରାକ୍ଟର କମ୍ପାନୀ ତଥା ସର୍ବବୃହତ୍‌ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଆଉ ଏକ ସଫଳତା ସହ ଲକ୍ଷ୍ୟ ପୂରଣ କରିଛି। ଏପରିକି...

ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଜୀବନ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ‘ଗ୍ୟାରେଣ୍ଟେଡ୍‌ ଇନ୍‌କମ୍‌ ବୀମା ଯୋଜନା’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ...

ଜେକେ ଟାୟାରର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୪ା୯: ଦେଶର ପ୍ରମୁଖ ଟାୟାର କମ୍ପାନୀ ଜେକେ ଟାୟାର ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ...

ବାତ୍ୟା ଅଞ୍ଚଳରେ ଏଚ୍‌ଡିଏଫ୍‌ସିର ମୋବାଇଲ ଏଟିଏମ୍‌ ଭ୍ୟାନ

ଭୁବନେଶ୍ୱର,୨୨।୫: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ କ୍ୟାଶ ଉପଲବ୍ଧ କରାଇବା ଲାଗି ରାଜ୍ୟ ସଚ୍ଚିବାଳୟ ପରିସରରୁ ମୋବାଇଲ ଏଟିଏମ୍‌ ଭ୍ୟାନର ଶୁଭାରମ୍ଭ କରାଯାଇଛି।...

ନିବେଶକଙ୍କ ସମ୍ପତ୍ତିରେ ୨.୭୩ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୩୦-୧୦: ମଙ୍ଗଳବାର ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହେବା ସହ ନିବେଶକଙ୍କ ସମ୍ପତ୍ତିରେ ୨.୭୩ ଲକ୍ଷ କୋଟି ବୃଦ୍ଧି ଘଟିଛି। ଏହି ସମୟରେ ବମ୍ବେ ଷ୍ଟକ...

ମାନ୍ଦାବସ୍ଥା ଦୂର ପାଇଁ ସୀତାରାମନ୍‌ଙ୍କ ଘୋଷଣା: ଋଣମେଳାରେ ସାମିଲ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଘରୋଇ ବ୍ୟାଙ୍କ,ଏନ୍‌ବିଏଫ୍‌ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ ମୁଖ୍ୟମାନଙ୍କ ସହ ବୈଠକରେ ବସି ଋଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।...

ରପ୍ତାନି କଟକଣା ପରେ କମୁଛି ପିଆଜ ଦର

ଭୁବନେଶ୍ୱର,୪-୧୦: ସରକାର ପିଆଜ ରପ୍ତାନିକୁ ନିଷେଧ ଏବଂ ମହଜୁଦ ଉପରେ ସୀମା ଲଗାଇବା ପରେ ଏହାର ଦର ଆସ୍ତେ ଆସ୍ତେ କମୁଛି। ଏହାର ପାଇକାରୀ ଦର...

ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର...

Advertisement
Archives

Model This Week