ଖରିନାସୀରେ ଷ୍ଟୋଭ୍‌ ଫାଟିବା ଘଟଣା : ଆଖି ବୁଜିଲେ ଗୁରୁତର

ମହାକାଳପଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳର ଖରିନାସୀ ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏଠାକାର ମେରାଇନ୍‌ ବୋଟ୍‌ର ୨ କର୍ମଚାରୀ ରବିବାର ସକାଳେ ରୋଷେଇ କରୁଥିବାବେଳେ ଷ୍ଟୋଭ୍‌ ଫାଟି ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁତର ବ୍ୟକ୍ତିଜଣଙ୍କର ସେଠାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ମୃତକ ଦ୍ୱୟ ହେଲେ ନୟାଗଡ଼ର ପ୍ରକାଶ ଚନ୍ଦ୍ର ସାମନ୍ତରାୟ(୪୧) ଏବଂ ଗଞ୍ଜାମ ଜିଲା ଛତ୍ରପୁରର ସୁଶାନ୍ତ ସାହୁ(୪୭)। ମୃତଦେହ ଦୁଇଟି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ଏବଂ ଡିଏସ୍‌ପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ମହାକାଳପଡ଼ା ଆଇଆଇସି ମନୋରଞ୍ଜନ ଚୌଧୁରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ...

ସୁନ୍ଦରଗଡ଼, ରାଜଗାଙ୍ଗପୁର ପୌରାଞ୍ଚଳରେ କଟକଣା ଜାରି

ସୁନ୍ଦରଗଡ଼,୧ା୮(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌...

ଚାକିରି କରାଇଦେବାକୁ କହି ଲକ୍ଷେ ଲାଞ୍ଚ: ଜିଲା ପ୍ରାଣୀ ଚିକିତ୍ସାଳୟ କିରାଣି ଗିରଫ

ଭଦ୍ରକ ଅଫିସ, ୨।୧୧ – ଚାକିରି କରାଇଦେବା ନଁାରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଭଦ୍ରକ ଜିଲା...

ଜିଲା ମହୋତ୍ସବ ପ୍ରସ୍ତୁତି ବୈଠକ ପ୍ଲାଷ୍ଟିକ୍‌ମୁକ୍ତ ହେବ ମହୋତ୍ସବ

ନୟାଗଡ଼ ଅଫିସ,୧୨।୧୧- ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳା-୨୦୧୯ ପାଇଁ ପ୍ରସ୍ତୁତି ବୈଠକ ସୋମବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନରେ ଅନୁଷ୍ଠିତ ହୋଇଯାଇଛି।...

ଜିଲାରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ୪ ମହିଳା, ଜଣେ ପୁରୁଷ; ୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୨୭ା୪ : ଜିଲାରେ ସୋମବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।...

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସି ଗର୍ଭବତୀ ହଟହଟା

ଦାରିଙ୍ଗବାଡ଼ି,୧୦।୯(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଚିକିତ୍ସାରେ ଅବହେଳା, ଅସ୍ବାସ୍ଥ୍ୟକର ପରିବେଶ ଓ ନିୟମିତ ଡାକ୍ତର ରହୁ ନ ଥିବା ପୂର୍ବରୁ ଅଭିଯୋଗ...

ଚାନ୍ଦିନୀଚୌକରେ ହେବନି ରଥଯାତ୍ରା

କଟକ ଅଫିସ,୧୭ା୬: ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ରଥାଯାତ୍ରା ପାଳନ ନ ହେବା ପାଇଁ ରଥଯାତ୍ରା ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ପରିଚାଳନା ସମିତି ସମ୍ପାଦକ...

ପ୍ରଶାସନ ଶୁଣିଲାନି: ପୋଲ ନିର୍ମାଣ କଲେ ଗ୍ରାମବାସୀ

ବାଲିଗୁଡା,୭ା୬.(ଡି.ଏନ.ଏ.)- ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନଓ୍ବାଡି, ପଞ୍ଚାୟତ ଗୃହ। ନାଳ ଏପଟେ ରହିଯାଇଛନ୍ତି ଲୋକେ। ଯାତାୟାତ ପାଇଁ ନାଳ ଉପରେ ପୋଲଟିଏ ନାହିଁ। ଖରାଦିନେ...

Coronavirus Update

Archives

Model This Week

Why Dharitri