ଖରିଆରରୋଡରେ ଆବାସ ଯୋଜନା ବାଟବଣା: ହିତାଧିକାରୀ ଜିଲାପାଳଙ୍କ ଦ୍ୱାରସ୍ଥ; କାର୍ଯ୍ୟାଦେଶ ପରେ ବି ଟଙ୍କା ମିଳୁନି

ନୂଆପଡା ଅଫିସ,୧୧ା୯-ରାଜ୍ୟରେ ଜଣେ ହେଲେ କୁଡିଆ ଘରେ ରହିବେ ନାହିଁ। ୨୦୨୦ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଦେବାର ସଂକଳ୍ପ ନେଇଛନ୍ତି ସରକାର। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଲୋକଙ୍କୁ ନାଁକୁ ମାତ୍ର କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ହେଲେ ଘର ନିର୍ମାଣ କେଉଁ ସ୍ଥିତିରେ ଅଛି । ଲୋକେ କେତେଦୂର aନିର୍ମାଣ କରିବାରେ ସକ୍ଷମ ହେଉଛନ୍ତି । ଫାଇଲ କେଉଁଠି ଅଟକିଯାଇଛି । ସେସବୁ ଉପରେ ତପତ୍ରତା ପ୍ରକାଶ ହେଉ ନ ଥିବା ପରିଲକ୍ଷିତ ହେଉଛି । ଖୋଦ ଖରିଆରରୋଡ ଏନଏସିରେ ହିତାଧିକାରୀମାନଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବାର ୩ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଘର ନିର୍ମାଣ ସକାଶେ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଛି । ହିତାଧିକାରୀମାନେ ହାତ ଉଧାରି କରି ଗୃହ ନିର୍ମାଣ କରୁଛନ୍ତି । ପେମେଣ୍ଟ ପାଇଁ ବାରଦୁଆର ହେଉଥିଲେ ହେଁ ପ୍ରାପ୍ୟ ମିଳୁ ନ ଥିବାରୁ ହତାଶ ହୋଇପଡିଛନ୍ତି । ଏହାକୁ ନେଇ ହିତାଧିକାରୀମାନେ ମଙ୍ଗଳବାର ନୂଆପଡା ଆସି ଜିଲାପାଳଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଜଣାଇଛନ୍ତି ।
ଅଭିଯୋଗ ମୁତାବକ ଖରିଆରରୋଡ ସହରର ୱାର୍ଡ ନମ୍ବର ୨ ମୁଣ୍ଡାଗାଁର ଭୂପେନ କୁମାର ସାହୁଙ୍କୁ କାର୍ଯ୍ୟାଦେଶ ନମ୍ବର ୨୧୦୪ରେ ଗତ ଜୁନ ୧୯ ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସେହି ଦିନଠାରୁ ତାଙ୍କୁ କୌଣସି ଟଙ୍କା ମିଳିନାହିଁ । ଆଜିକାଲି କହି ସମୟ ଗଡାଯାଉଛି । ଏପଟେ ପୁରୁଣା ଖପର ଘର ଭାଙ୍ଗି ଧାର କରଜ କରି କାମ ଚଳାଇଛନ୍ତି । ବର୍ତ୍ତମାନ ସ୍ଲାବ କାମ କରି ସାରିଛନ୍ତି । ଟଙ୍କା ପ୍ରଦାନ କରାଯାଇ ନ ଥିବାରୁ କାମ ଅଟକି ଯାଇଥିବା ଭୂପେନ ପ୍ରକାଶ କରିଛନ୍ତି । ଏହିଭଳି ସେହି ପଡାର କିଷନ କୁମାର ସହିସଙ୍କୁ ସେହି ମାସ ୧୭ ତାରିଖରେ କାର୍ଯ୍ୟାଦେଶ ମିଳିଥିଲା। ସେ ମଧ୍ୟ ଧାର କରଜ କରି ସ୍ଲାବ ଲେଭେଲ ପର୍ଯ୍ୟନ୍ତ କାମ କରିଛନ୍ତି । କାଣି ପଇସା ଟିଏ ମିଳିନାହିଁ। ବାରମ୍ବାର ଏନଏସିକୁ ଦୌଡୁଛନ୍ତି । ହେଲେ ବିଭିନ୍ନ ବାହାନା କରି ଟଙ୍କା ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି। ସେହି ୱାର୍ଡର ଧନେଶ୍ୱର ସାହୁଙ୍କୁ ଗତ ଜୁଲାଇ ୭ ତାରିଖରେ କାର୍ଯ୍ୟାଦେଶ ନମ୍ବର ୨୨୬୪ରେ କାର୍ଯ୍ୟାଦେଶ ମିଳିଛି। ସେହି ଦିନଠାରୁ କୌଣସି କିସ୍ତି ମିଳି ନ ଥିବାରୁ ବାଧ୍ୟ ହୋଇ ସାହୁକାରଙ୍କଠାରୁ କରଜ କରି କାମ କରୁଛନ୍ତି । ଏହିଭଳି ଗଣେଶ ସହିସଙ୍କ ଦୁର୍ଦ୍ଦଶା କହିଲେ ନସରେ । ସେ କେବଳ ନାମକୁ ମାତ୍ର କାର୍ଯ୍ୟାଦେଶ ପାଇଛନ୍ତି । ସେ କହିଛନ୍ତି ଯେ, ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାମ ଶେଷ କଲେ ପୁରସ୍କାର ଦେଉଛନ୍ତି । ହେଲେ ୩ରୁ ୪ ମାସ ଧରି କିସ୍ତି ଟଙ୍କା ଦିଆଯାଉ ନ ଥିବାରୁ ଆମେ କେମିତି ନିର୍ଦ୍ଧାରିତ ସମୟରେ ଘର କାମ ଶେଷ କରିବୁ ବୋଲି କହିଛନ୍ତି । ଏସବୁ ଅଭିଯୋଗକୁ ନେଇ ହିତାଧିକାରୀମାନେ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହା ଉପରେ ତୁରନ୍ତ ପଦକ୍ଷେପ ନେଇ କିସ୍ତି ପ୍ରଦାନ କରିବାକୁ ଗୁହାରୀ କରିଛନ୍ତି। ଏହା କେବଳ କେତୋଟି ଉଦାହରଣ ମାତ୍ର। ଏଠାରେ ନିରୀହ ଲୋକମାନଙ୍କୁ ଘର ନିର୍ମାଣ ସକାଶେ ଆଦେଶ ଦିଆଯାଉ ନ ଥିବାବେଳେ ଧନୀ ଶ୍ରେଣୀର ତଥା ଯୋଗ୍ୟତା ନ ଥିବା ହିତାଧିକାରୀଙ୍କୁ ଗୃହ ଦିଆଯାଉଛି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ ଦାବି କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri