Posted inରାଜ୍ୟ

ଖରା ଛୁଟିରେ ଖୋଲିବ ହାଇକୋର୍ଟ, ନିମ୍ନ କୋର୍ଟ

କଟକ ଅଫିସ,୨୮।୪: ଚଳିତବର୍ଷ ଖରାଛୁଟିରେ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ ବନ୍ଦ ରହିବ ନାହିଁ। ମଙ୍ଗଳବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଜିଷ୍ଟ୍ରାର୍‌ (ଜୁଡ଼ିସିଆଲ୍‌) ଲଳିତ କୁମାର ଦାସଙ୍କ ତରଫରୁ କୁହାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ କୋର୍ଟଗୁଡ଼ିକ ଏକ ପ୍ରକାର ବନ୍ଦ ରହିଛି। ଏନେଇ ହାଇକୋର୍ଟ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ୍‌, ଓଡ଼ିଶା ହାଇକୋର୍ଟ ଓକିଲ ସଂଘର ସଭାପତି, ଉପସଭାପତି ଏବଂ ସମ୍ପାଦକଙ୍କ ସହ ଆଲୋଚନା କରାଯାଇଥିଲା। ଯଦି ମେ’ ୩ ପରେ ଲକ୍‌ଡାଉନ୍‌କୁ ବୃଦ୍ଧି କରା ନ ଯାଏ, ତେବେ ଆସନ୍ତା ଖରାଛୁଟିରେ ହାଇକୋର୍ଟ ଖୋଲା ରହିବ ବୋଲି ରେଜିଷ୍ଟ୍ରାର୍‌ (ଜୁଡ଼ିସିଆଲ୍‌) ଦାସ ସୂଚନା ଦେଇଛନ୍ତି। ସେହିଭଳି ନିମ୍ନ ଅଦାଲତଗୁଡ଼ିକ ମଧ୍ୟ ଖରା ଛୁଟିରେ ଖୋଲିବ। ରେଜିଷ୍ଟ୍ରାର୍‌(ଆଡମିନ୍‌) ରାଜେନ୍ଦ୍ର କୁମାର ତୋସଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି ଲକ୍‌ଡାଉନ୍‌ ମେ’ ୩ ପରେ ବଢ଼ା ନ ଯାଏ, ତେବେ ଆସନ୍ତା ଖରା ଛୁଟିରେ ସମସ୍ତ ନିମ୍ନ କୋର୍ଟ ଖୋଲିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି: ଆସନ୍ତାବର୍ଷକୁ ଆଉ ଭୁଲ୍‌ ହେବନି କହିଲେ SCERT ନିର୍ଦ୍ଦେଶିକା

ଭୁବନେଶ୍ୱର,୧୮ା୬: ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ SCERT ନିର୍ଦ୍ଦେଶିକା କହିଛନ୍ତି ଏଥର ଭୁଲ୍‌ ହୋଇଯାଇଛି। ଆସନ୍ତା ବର୍ଷକୁ ଭୁଲ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦ୍ଦେଶିକା। ଡିଇଓମାନଙ୍କୁ…

ଶସ୍ତା ହେବ କି ପେଟ୍ରୋଲ? ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଭାରତ ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି, କିନ୍ତୁ ଏହା ପରେ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କେଉଁଠି କ’ଣ ରହିଛି କାର୍ଯ୍ୟସୂଚୀ…

ଭୁବନେଶ୍ୱର,୧୮ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ…

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

ରାତି ପାହିଥିଲେ ହୋଇଥାନ୍ତା ଭଉଣୀଙ୍କ ବାହାଘର, ନଦୀରେ ଭାସିଗଲେ ଭାଇ

ଚାନ୍ଦବାଲି,୧୮ା୬(ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ନଦୀରେ ବାଲିଆପାଳ ପଟୁ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଟ୍ରାକ୍ଟରମାଲିକଙ୍କୁ ଧମକ ଦେଇ ନେଇଥିଲେ ଏତିକି ଟଙ୍କା ଲାଞ୍ଚ

ଡେଲାଙ୍ଗ,୧୮ା୬: ପୁରୀ ଜିଲା ଡେଲାଙ୍ଗ ରେଞ୍ଜ ଅନ୍ତର୍ଗତ ଆଙ୍କୁଇର ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସେ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ…

ଚାକିରିରୁ ବିଦା ହେଲେ ମଞ୍ଚେଶ୍ୱର ଥାନା ASI

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri