ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଆସିକା,୨୦ା୪(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ମେ ୧୨ରେ ଅନୁଷ୍ଠିତ ହେବ। ଏଥିପାଇଁ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଶୁକ୍ରବାରଠାରୁ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବିମାନରେ ସ୍ଥାପନ କରି ବାଦ୍ୟବଜାଣା ସହ ପଟୁଆରରେ ନଗର ପରିକ୍ରମା ଆରମ୍ଭ ହୋଇଛି ା ପରିକ୍ରମାର ପ୍ରଥମ ଦିବସରେ ଖମ୍ବେଶ୍ୱରୀ ପାଟଣା ସାହିର ରାଜେନ୍ଦ୍ର ପାତ୍ରଙ୍କ ବାସଭବନ ସମ୍ମୁଖରେ ଠାକୁରାଣୀଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା ପରେ ପୁଣି ଠାକୁରାଣୀ ନଗର ପରିକ୍ରମା କରି ମନ୍ଦିରକୁ ଫେରିଥିଲେ ା ସେହିପରି ପ୍ରତିଦନ ଖମ୍ବେଶ୍ୱରୀପାଟଣା, କୁମ୍ଭାର ସାହି, ବସଷ୍ଟାଣ୍ଡ, ବାଣିବିହାର, ରଘୁନାଥ ନଗର, ଲକ୍ଷ୍ମୀ ବଜାର, ବିନାୟକ ବଜାର, ଅଶୋକା ସିନେମା ହଲ ରୋଡ ଆଦି ଅଞ୍ଚଳରେ ଠାକୁରାଣୀଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଇଛି ା ମେ ୧୧ରେ ମନ୍ଦିର ପକ୍ଷରୁ ଠାକୁରାଣୀଙ୍କ ଶେଷ ପଟୁଆରରେ ଅଣାଯାଇ ଖମ୍ବେଶ୍ୱରୀ ପାଟଣା ସ୍କୁଲ ନିକଟରେ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ ା ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ବାଇଁ, ଯାତ୍ରା କମିଟି ସଭାପତି ନିମାଇ ଚରଣ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଠାକୁରାଣୀଙ୍କ ଯାତ୍ରା ଉତ୍ସବ ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ ସିଦ୍ଧି ବିନାୟକ ପୀଠ: ଜିଲାପାଳ

ବ୍ରହ୍ମପୁର ଅଫିସ,୧୯ା୮: ଗଣେଶ ପୂଜା ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ କରୋନା କଟକଣା ଯୋଗୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ପାଇଁ ବନ୍ଦ...

କନିଅର ମଞ୍ଜି ଖାଇ ବୃଦ୍ଧଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୬ା୬-ବାର୍ଦ୍ଧକ୍ୟ ଯନ୍ତ୍ରଣା ସହି ନ ପାରି ଜଣେ ଶତାୟୁ କନିଅର ମଞ୍ଜି ଖାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର...

ବାଘୁଆ ପ୍ରକଳ୍ପରୁ ପାଣି ଛଡାଗଲା

ବୁଗୁଡ଼ା,୨୧ା୭(ଡି.ଏନ.ଏ.)- ବୁଗୁଡ଼ା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜୁଲାଇ ୧୩ରେ ଅନୁଷ୍ଠିତ ବାଘୁଆ ପାଣି ପଞ୍ଚାୟତ ପ୍ରକଳ୍ପ କମିଟିର ନିଷ୍ପତ୍ତି ଅନୁଯାୟୀ ରବିବାର ଅପରାହ୍ନ ୪ଟାରେ ବାଘୁଆ...

ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ...

ଜିଲାପରିଷଦ ପ୍ରାର୍ଥୀଙ୍କ ନାଁରେ ଠକେଇ ଅଭିଯୋଗ

ଗଞ୍ଜାମ, ୧୬।୫(ଡିଏନଏ ): ଗତ ପଞ୍ଚାୟତ ନିର୍ବାଚନରେ ୧୫ ନମ୍ବର ଜୋନ ପାଇଁ ଜିଲାପରିଷଦ ସଭ୍ୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସୁମନ୍ତ ଦାସଙ୍କ ବିରୁଦ୍ଧରେ...

କ୍ଷତି ବଢ଼ିବା ପରେ ଚେତିଲା ପ୍ରଶାସନ: ମାସକ ମଧ୍ୟରେ କର୍ମଚାରୀଙ୍କୁ ମିଳିବ ବକେୟା

ଭଞ୍ଜନଗର,୧୯।୬(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଜୋନର ଅସ୍ଥାୟୀ କର୍ମଚାରୀମାନେ ବକେୟା ଦରମା ଦାବି ନେଇ ଗତ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଜୋନ୍‌ର କ୍ଷତି ବଢ଼ିବା ପରେ ପ୍ରଶାସନ...

ନବୀନଙ୍କ ରାଜନୈତିକ କ୍ୟାରିୟର, ଗଞ୍ଜାମରୁ ଆରମ୍ଭ….

ବ୍ରହ୍ମପୁର ଅଫିସ,୨ା୬: ଗଞ୍ଜାମ ଜିଲାରୁ ନବୀନ ପଟ୍ଟନାୟକ ରାଜନୀତି ଆରମ୍ଭ କରିବାର ୨୫ ବର୍ଷ ବିତିଛି। ଏହି ସମୟ ମଧ୍ୟରେ ସେ ୩ ଲୋକ ସଭା...

ପୁନରୁଦ୍ଧାର ହୋଇପାରୁନି ହରିଡ଼ାଖଣ୍ଡି ବଡ଼ବନ୍ଧ

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ. ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ବହୁ ସମସ୍ୟା ରହିଛି। ଏହି ୱାର୍ଡରେ ଥିବା ହରିଡ଼ାଖଣ୍ଡି...

Advertisement
Archives

Model This Week