ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଆସିକା,୨୦ା୪(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ମେ ୧୨ରେ ଅନୁଷ୍ଠିତ ହେବ। ଏଥିପାଇଁ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଶୁକ୍ରବାରଠାରୁ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବିମାନରେ ସ୍ଥାପନ କରି ବାଦ୍ୟବଜାଣା ସହ ପଟୁଆରରେ ନଗର ପରିକ୍ରମା ଆରମ୍ଭ ହୋଇଛି ା ପରିକ୍ରମାର ପ୍ରଥମ ଦିବସରେ ଖମ୍ବେଶ୍ୱରୀ ପାଟଣା ସାହିର ରାଜେନ୍ଦ୍ର ପାତ୍ରଙ୍କ ବାସଭବନ ସମ୍ମୁଖରେ ଠାକୁରାଣୀଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା ପରେ ପୁଣି ଠାକୁରାଣୀ ନଗର ପରିକ୍ରମା କରି ମନ୍ଦିରକୁ ଫେରିଥିଲେ ା ସେହିପରି ପ୍ରତିଦନ ଖମ୍ବେଶ୍ୱରୀପାଟଣା, କୁମ୍ଭାର ସାହି, ବସଷ୍ଟାଣ୍ଡ, ବାଣିବିହାର, ରଘୁନାଥ ନଗର, ଲକ୍ଷ୍ମୀ ବଜାର, ବିନାୟକ ବଜାର, ଅଶୋକା ସିନେମା ହଲ ରୋଡ ଆଦି ଅଞ୍ଚଳରେ ଠାକୁରାଣୀଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଇଛି ା ମେ ୧୧ରେ ମନ୍ଦିର ପକ୍ଷରୁ ଠାକୁରାଣୀଙ୍କ ଶେଷ ପଟୁଆରରେ ଅଣାଯାଇ ଖମ୍ବେଶ୍ୱରୀ ପାଟଣା ସ୍କୁଲ ନିକଟରେ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ ା ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ବାଇଁ, ଯାତ୍ରା କମିଟି ସଭାପତି ନିମାଇ ଚରଣ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଠାକୁରାଣୀଙ୍କ ଯାତ୍ରା ଉତ୍ସବ ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

ଭଞ୍ଜନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା; ଜଗଦିଶ ସଭାପତି, ଶିଶିର କାର୍ଯ୍ୟକାରୀ ସମ୍ପାଦକ

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା (NPS) ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସଂଘର ନୂତନ କର୍ମକର୍ତ୍ତା…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?