Posted inଜାତୀୟ

ଖବରଦାତାଙ୍କ ବେଶରେ ଯୋଗୀଙ୍କ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ବିଭାଗ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଭୟ ରହିଛି। ଖବରଦାତା ବେଶରେ ଆତଙ୍କବାଦୀ ଗୋରଖପୁରର ଗୋରଖନାଥଙ୍କ ମନ୍ଦିର ବା ଭିଆଇପି ଗତିବିଧି ସମୟରେ ଯୋଗୀଙ୍କ ଉପରେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁଇନ୍ଦା ବିଭାଗ ଏନେଇ ଉତ୍ତରପ୍ରଦେଶ ପୋଲିସ ପାଇଁ ଏକ ଆଲର୍ଟ ଜାରି କରିଛି। ଏହାପରେ ଗୋରଖନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆଲର୍ଟ ପରେ ଏବେ ପୋଲିସ ଖବରଦାତାଙ୍କ ପାଇଁ ନୂଆ ପରିଚୟ ପତ୍ର ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହି ପରିଚୟ ପତ୍ର ସେମାନଙ୍କୁ ଦିଆଯିବ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ କାର୍ଯ୍ୟକ୍ରମ ସମୟରେ ଖବରଦାତା ମୁଖ୍ୟମନ୍ତ୍ରୀଙ୍କ ସହ ଦୂରତା ରକ୍ଷା କରିବେ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୋରଖପୁରରେ ଖବରଦାତା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପହଞ୍ଚିବା ସହଜ ହୋଇଥିବାରୁ ଆତଙ୍କବାଦୀ ଏହାର ଲାଭ ଉଠାଇପାରନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିସେସ୍‌ ଓ୍ବାଲର୍‌ଡ ସରଗମ କୌଶଲ

ଭାରତର ସରଗମ କୌଶଲ ଚଳିତବର୍ଷର ମିସେସ୍‌ ଓ୍ବାଲର୍‌ଡ ଟାଇଟଲ୍‌ ନିଜ ନାମରେ କରିଛନ୍ତି। ୨୧ ବର୍ଷ ପରେ ଏହି ଟାଇଟଲ୍‌ ପୁଣି ଭାରତକୁ ଫେରିଛି। ଶନିବାର...

ଯୋଗୀଙ୍କ ଶାସନରେ ଏନ୍‌କାଉଣ୍ଟର, ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି…

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଏନ୍‌କାଉଣ୍ଟରରେ ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୧୫୭୪ କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଜବତ ହୋଇଛି।...

ଥରିଲା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ

ପୋର୍ଟ ବ୍ଲେୟାର, ୧୧।୮: ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ୪.୩...

ସକ୍ରିୟ ମାମଲା ୩ ହଜାରରୁ କମ…

ନୂଆଦିଲ୍ଲୀ, ୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ...

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ...

ଫଡନବିଶଙ୍କୁ ଶୁଭେଚ୍ଛା ଜଣାଇଲେ ଶିବସେନା ନେତା

ମୁମ୍ବାଇ,୯।୧୧: ମହାରାଷ୍ଟ୍ର ରାଜନୀତିର ଗଣିତ ଏବେବି ଅଡୁଆ ହୋଇ ରହିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ...

ସିନ୍ଥିରେ ସିନ୍ଦୁର ଦେଇ କହିଲେ ଏବେ ତୁମେ ମୋ’ ସ୍ତ୍ରୀ, ପରେ ନେଲେ ଏମିତି ପ୍ରତିଶୋଧ

ଭୋପାଳ,୨୩ା୬: ଜଣେ ଯୁବତୀ ଜଣେ ଯୁବକଙ୍କୁ ପୂରା ବିଶ୍ୱାସ କରିନେଇଥିଲେ। ଯୁବତୀ ଭାବିଲେ ୟାଙ୍କୁ ହିଁ ବିବାହ କରିବି। ୩ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ...

ସୁପ୍ରିମକୋର୍ଟ ପହଞ୍ଚିଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ମାମଲା: ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ଆନ୍ଦୋଳନ। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର...

Advertisement
Archives

Model This Week