ଖବରଦାତାଙ୍କ ବେକରେ ଦଉଡ଼ି

ନୂଆଦିଲ୍ଲୀ,୨୯ା୪: ମହାମାରୀ କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇନେଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଖବରଦାତା। କର୍ମକ୍ଷେତ୍ର ସଙ୍କୁଚିତ ହୋଇଯାଇଥିବାବେଳେ ନିର୍ଭୟରେ ରିପୋର୍ଟ କରିବା ମଧ୍ୟ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ଖବରଦାତା ଓ ସାମ୍ବାଦିକତା ନ୍ୟୁଜ୍‌ ପାଲଟିଲେ ଆମକୁ ଚିନ୍ତା କରିବାକୁ ପଡ଼ିବ। କଶ୍ମୀରରେ ୭୨ ଘଣ୍ଟା ମଧ୍ୟରେ ତିନିଜଣ ଖବରଦାତାଙ୍କ ବେକରେ ମାମଲାର ଦଉଡ଼ି ଛନ୍ଦିଦିଆଗଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ତଥ୍ୟଗତ ତ୍ରୁଟି ଥିବା ରିପୋର୍ଟକୁ ନେଇ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ କଠୋର ମାମଲା କରାଗଲା। ପୋଲିସ ଓ ସୁରକ୍ଷା ବଳର ଏପରି ମାମଲା ଓ ଧମକପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କଶ୍ମୀରରେ ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ହାତଗଣତି କେତେଜଣ ମହିଳା ଖବରଦାତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯିବା ନିଶ୍ଚିତ ଭାବେ ନୂଆ କଥା।
ମସ୍‌ରତ ଜହରା ଜଣେ ମେଧାବୀ ଯୁବ ଫଟୋଜର୍ନାଲିଷ୍ଟ, ଯାହାଙ୍କ ରିପୋର୍ଟିଂ ଅଲ୍‌ ଜଜିରା, ଓ୍ବାଶିଂଟନ ପୋଷ୍ଟ ଓ ଅନ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉପତ୍ୟକାରେ ପତ୍ରକାରିତା ଏକ ପୁରୁଷ ପ୍ରଧାନ ବୃତ୍ତି ହୋଇଥିବାବେଳେ ମସ୍‌ରତ ଏହାକୁ ଆପଣାଇ ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ସମ୍ପ୍ରତି ଜହରାଙ୍କ ବ୍ୟତୀତ ଆହୁରି ଅନେକ ମହିଳା ଖବରଦାତା ନିଜ ସାହସ ଓ ଗୁଣବତ୍ତା ବଳରେ କାର୍ଯ୍ୟରେ ନିପୁଣତା ପ୍ରତିପାଦିତ କରିପାରିଛନ୍ତି। ୨୦୦୮ ଓ ୨୦୧୮ ମସିହାର ଫେସ୍‌ବୁକ ପୋଷ୍ଟକୁ ନେଇ ୟୁଏପିଏ ବଳରେ ମାମଲା ରୁଜୁ କରାଯିବା ଏବଂ ଖବରଦାତା ଭାବେ ଚିହ୍ନଟ ନ ହୋଇ କେବଳ ଜଣେ ଫେସ୍‌ବୁକ ୟୁଜର ଭାବେ ପରିଗଣିତ ହେବା ଜହରାଙ୍କ ପାଇଁ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ତାଙ୍କୁ କାହିଁକି ଟାର୍ଗେଟ କରାଗଲା? ପୂର୍ବ ପ୍ରକାଶିତ କେତେକ ଫେଟୋଗ୍ରାଫ୍‌ ପୋଷ୍ଟ କରିଥିବାରୁ ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଅନେକ ଦିଗକୁ ଉନ୍ମୋଚନ କରିବ ଆଗାମୀ ଦିନରେ।
ଚିନ୍ତାର ବିଷୟ ହେଉଛି ନୂଆଦିଲ୍ଲୀର ନିର୍ଦ୍ଦେଶ ମାନି ଏଭଳି କାର୍ଯ୍ୟାନୁଷ୍ଠାନ ବଳରେ ସାମଗ୍ରିକ ଭାବେ ଦିଆଯାଇଥିବା ସନ୍ଦେଶ। ଜହରାଙ୍କ ସମେତ ‘ଦି ହିନ୍ଦୁ’ର ପୀରଜାଦା ଆଶିକ୍‌ ଓ ଲେଖକ ତଥା ଖବରଦାତା ଗୋହାର ଗିଲାନିଙ୍କ ଭଳି ଦୁଇଜଣ ଅନୁଭୂତିସମ୍ପନ୍ନ ଖବରଦାତାଙ୍କୁ ଆଇନର କାଠଗଡ଼ାକୁ ଟଣାଯିବା ସୂଚାଇ ଦେଉଛି ଯେ, ସେମାନଙ୍କ ପାଇଁ କିଛି ବଦଳିନାହିଁ। ଏପରି କି କୋଭିଡ୍‌-୧୯ ମହାମାରୀ ସମୟରେ ମଧ୍ୟ ସବୁକିଛି ଅପରିବର୍ତ୍ତିତ ରହିଛି। ସେମାନଙ୍କ ସ୍ବାଧୀନତା କେବଳ ପରିବର୍ଦ୍ଧିତ ହୋଇ ରହିଛି ଅଧିକାରୀମାନଙ୍କ ହାତରେ ଥିବା ଦଉଡ଼ି ଭଳି, ଯାହାକୁ ବିନା କୌଣସି ନୋଟିସରେ ଟାଣି ନିଆଯିବ। ଏହି ଖବରଦାତାମାନଙ୍କୁ ଭାରତରେ ସମ୍ମାନ ଦିଆଯାଇ ପ୍ରଶଂସା କରାଯିବା ଦରକାର। ଏହାସହ କଶ୍ମୀରରେ ଥିବା ଏମାନଙ୍କ ପ୍ରତିପକ୍ଷମାନଙ୍କୁ ବର୍ତ୍ତମାନ ସ୍ଥିତିରେ କାର୍ଯ୍ୟ ଜାରି ରଖିବା ପାଇଁ ସୁଯୋଗ ମଧ୍ୟ ଜରୁରୀ।
ଜହରା, ଆଶିକ୍‌ ଓ ଗିଲାନିଙ୍କ ବିରୋଧରେ ମାମଲା ଆମକୁ କଶ୍ମୀରର କୁତ୍ସିତ ବାସ୍ତବତାକୁ ସ୍ମରଣ କରାଇଦେଇଛି, ଯେଉଁଠି ନିଜକୁ ଗଣତନ୍ତ୍ର ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲାଉଥିବା ଲୋକଙ୍କ ଗୋଲାମୀର ରାଜତ୍ୱ ଚାଲେ। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ, କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟସ୍‌, ନେଟ୍‌ଓ୍ବାର୍କ ଅଫ୍‌ ଓମେନ ଇନ୍‌ ମିଡିଆ ଓ ଅନ୍ୟମାନଙ୍କ ପକ୍ଷରୁ ଏମାନଙ୍କ ପାଇଁ ସମର୍ଥନର ବିବୃତି ଜାରି କରାଯାଇଛି। ତେବେ କଶ୍ମୀରରେ ମିଡିଆକୁ ଏକ ମଜଭୁତ ଦଉଡ଼ିରେ ବାନ୍ଧି ରଖିବା ପାଇଁ ଦିଲ୍ଲୀର ସଂକଳ୍ପରେ ଏହା କେତେ ପରିବର୍ତ୍ତନ ଆଣିପାରୁଛି ତାହା ଦେଖିବା ବାକି ରହିଲା।
ଅନ୍ୟ ସ୍ଥାନଗୁଡ଼ିକରେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହେବା ଭଳି ଭିନ୍ନ କାରଣକୁ ନେଇ କର୍ତ୍ତବ୍ୟରତ ଖବରଦାତାମାନେ ଖବରରେ ରହିଛନ୍ତି। ମୁମ୍ବାଇରେ ୧୬୭ ଟିଭି ଜର୍ନାଲିଷ୍ଟଙ୍କ ମଧ୍ୟରୁ ୫୩ ଜଣଙ୍କ ପଜିଟିଭ୍‌ ବାହାରିଥିବାରୁ ତାହା ସମସ୍ତ ଖବରଦାତା ସମୁଦାୟ ପାଇଁ ସତର୍କର ଘଣ୍ଟି ସାଜିଛି। ମହାମାରୀ ସମ୍ପର୍କରେ ଘରେ ଥାଇ ରିପୋର୍ଟିଂ କରାଯାଇପାରିବ ନାହିଁ, ଏପରି କି ଅଫିସରୁ ମଧ୍ୟ ନୁହେଁ। ଏଭଳି ରିପୋର୍ଟ ପ୍ରସ୍ତୁତ କରିବାକୁ ହେଲେ ପଦାକୁ ଗୋଡ଼ କାଢ଼ିବାକୁ ପଡ଼େ। ଏଥିପାଇଁ ଏହି ଯୁବ ଖବରଦାତା ଓ ଟିଭି ଚ୍ୟାନେଲଗୁଡ଼ିକର କ୍ୟାମେରାମ୍ୟାନମାନେ ଜୀବନକୁ ବାଜି ଲଗାଇ ରିପୋର୍ଟ କରୁଛନ୍ତି। କିନ୍ତୁ ଏହାର ପ୍ରତିକାର ସମ୍ପର୍କିତ ପରାମର୍ଶ, ସିନିୟର୍ସଙ୍କ ନିର୍ଦ୍ଦେଶ ଓ ଆବଶ୍ୟକ ଜୀବନ ରକ୍ଷକ ସାମଗ୍ରୀର ଅଭାବ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି କରିଛି। ସବୁଠୁ ଦୁଃଖଦ ବିଷୟ ହେଉଛି ସେମାନଙ୍କ ମଧ୍ୟରୁ ଅନେକେ ନିଜ ସଂସ୍ଥାର ସମର୍ଥନ ପାଉନାହାନ୍ତି। ପଜିଟିଭ୍‌ ବାହାରିଥିବା ଜଣେ ମହିଳା ଯୁବ ଖବରଦାତା ଏନେଇ ତାଙ୍କ ଅଫିସରେ ସିନିୟରଙ୍କୁ ଜଣାଇଥିଲେ। ହେଲେ ତାଙ୍କୁ ଉତ୍ତର ମିଳିଲା, ନିଜ ଯନତ୍ ନିଅ। କିଛିଦିନ ପାଇଁ ପଛଘୁଞ୍ଚା ଦିଅନାହିଁ।
ମୁମ୍ବାଇ ଘଟଣା ପରେ ଦିଲ୍ଲୀ ଭଳି ଅନ୍ୟ ସ୍ଥାନଗୁଡ଼ିକରେ ସରକାର ଓ ମ୍ୟୁନିସିପାଲିଟିଗୁଡ଼ିକ ଖବରଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ଏପରି ସ୍ଥଳେ ଖବରଦାତାମାନେ କିପରି ସ୍ଥିତିକୁ ସାମ୍ନା କରିପାରନ୍ତି ଓ ବିପଦକୁ ବରଣ କଲେ କ’ଣ ସବୁ ସୁବିଧା ଉପଲବ୍ଧ ଅଛି ସେନେଇ ଅବଗତ ହେବା ଜରୁରୀ।
ରିପୋର୍ଟରମାନଙ୍କୁ ବାହାରକୁ ପଠାଯିବାବେଳେ ଭାରତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ସାଧାରଣତଃ କୌଣସି ପ୍ରକାର ପ୍ରୋଟୋକଲ ନ ଥାଏ। ଖବରଦାତା ଯୁଦ୍ଧ, ଆଭ୍ୟନ୍ତରୀଣ ସଂଘର୍ଷ, ଦଙ୍ଗା ଅଥବା ମହାମାରୀ ଭଳି ସମୟରେ ରିପୋର୍ଟ କରିବାବେଳେ ବିପଜ୍ଜନକ ସ୍ଥିତିରେ ପଡ଼ିଲେ ସେମାନଙ୍କୁ ସହାୟତା ମିଳିବା ନଜିର ପ୍ରାୟ ନାହିଁ କହିଲେ ଚଳେ। ଶାରୀରିକ ବା ମାନସିକ ଆଘାତ ଲାଗିଲେ ସେମାନଙ୍କ ସଂସ୍ଥା ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସି ନ ପାରେ। ଏକଥାକୁ ସେମାନେ ବୁଝିଯିବା ଭଲ। ଅନ୍ୟପକ୍ଷରେ ବିବିସି ଭଳି ମିଡିଆ ତା’ ଖବରଦାତାମାନଙ୍କ ପାଇଁ କାର୍ଯ୍ୟକୁ ପଠାଇବା ପୂର୍ବରୁ ଉପଯୁକ୍ତ ତାଲିମ ଓ ସୁରକ୍ଷା ବ୍ୟବସ୍ଥା କରିଥାନ୍ତି। ଲଣ୍ଡନରେ ବିବିସି ପକ୍ଷରୁ ନିୟୋଜିତ ଖବରଦାତାଙ୍କ ପାଇଁ ହେଲ୍‌ଥ ଆଣ୍ଡ ସେଫ୍ଟି ମ୍ୟାନେଜମେଣ୍ଟ ଟିମ୍‌ ରହିଛି। ଫୋନ୍‌ କଲେ ଡାକ୍ତର ମଧ୍ୟ ଆସି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଜଣେ ରିପୋର୍ଟର କହିଛନ୍ତି। ତେଣୁ କୋଭିଡ୍‌ ପରବର୍ତ୍ତୀ ଭବିଷ୍ୟତକୁ ନେଇ କ’ଣ ବିଚାର କରାଯାଇପାରେ। ଗଣମାଧ୍ୟମକୁ ବାଟକୁ ଆଣି କାମ କରାଇବା ପାଇଁ କ୍ଷମତାର ସ୍ବାଦକୁ ରାଷ୍ଟ୍ର ଚାଖିସାରିଛି। କଶ୍ମୀରୀ ଖବରଦାତାଙ୍କୁ ଦଶନ୍ଧି ଧରି ପ୍ରତ୍ୟକ୍ଷ ଭାବେ ଧମକ ଦେଇ ହେଉ ଅଥବା ଗଣମାଧ୍ୟମ ସଂସ୍ଥା ମାଲିକଙ୍କ ଉପରେ ଚାପ ପକାଇ ହେଉ ଏପରି କରାଯାଉଥିବା ଭାରତରେ କିଛି ବର୍ଷ ହେଲା ଦେଖିବାକୁ ମିଳୁଛି।
୨୦୨୦ରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଭାରତ ଦୁଇପାଦ ତଳକୁ ଖସିଛି। ୧୮୦ ଦେଶକୁ ନେଇ କରାଯାଇଥିବା ସର୍ଭେରେ ଭାରତ ଗତବର୍ଷ ୧୪୦ତମ ସ୍ଥାନରେ ଥିବାବେଳେ ଏଥର ୧୪୨କୁ ଚାଲିଆସିଛି। ସମ୍ଭବତଃ ଏହା ସାଧାରଣ ପାଠିକାପାଠକ ବା ଦର୍ଶକଙ୍କ ପାଇଁ କିଛି ମାନେ ରଖୁନାହିଁ। କିନ୍ତୁ ଏହା ସ୍ପଷ୍ଟ ହେବ ସେମାନଙ୍କ ପସନ୍ଦର ବିଷୟବସ୍ତୁରୁ। ଯେତେଦୂର ଖବରଦାତାମାନଙ୍କ କଥା ଉଠେ କରୋନା କାଳରେ ସ୍ଥିତି ଅତି ସଙ୍ଗିନ ହୋଇଯାଇଛି। କାରଣ ସେମାନଙ୍କ ପାଇଁ ଚାକିରି ସଙ୍କୁଚିତ ହେବାରେ ଲାଗିଥିବାବେଳେ ନିର୍ଭୀକ ଭାବେ ରିପୋର୍ଟିଂ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri