ଖବରଦାତାଙ୍କୁ ଆକ୍ରମଣ

କେନ୍ଦୁଝର, ୨୨।୪(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ପୋଲିସ ବୁଧବାର ଲକ ଡାଉନ ପାଇଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଖବରଦାତାଙ୍କୁ ଆକ୍ରମଣ କରାଯାଇଛି। ଏହାକୁ ନେଇ ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅସୁସ୍ଥ ଝିଅ ସହିତ କାର୍‌ରେ ମେଡିକାଲ ଯାଉଥିବା ବେଳେ ଡେଲି ମାର୍କେଟ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା। ସେ ନିଜର ପରିଚୟ ଦେବା ସହ ଡାକ୍ତରଖାନା ଯାଉଥିବା କହିଥିଲେ ହେଁ ଜଣେ କନଷ୍ଟେବଳ ପ୍ରଥମେ ଗାଳି ଗୁଲଜ କରିଥିଲେ। ପରେ ଅନ୍ୟ ଜଣେ ଏସଆଇ ଆସି ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଟାଉନ ଥାନା ଇନଚାର୍ଜ ଅମିତ ଭୂୟାଁ କହିଛନ୍ତି ଯେ, ଅଭିଯୋଗ ପାଇଛୁ। ରାସ୍ତାରେ ଡ୍ୟୁଟି ସମୟରେ ଯାଞ୍ଚ କରୁଥିବା ପୋଲିସ କର୍ମଚାରୀଙ୍କୁ ଉକ୍ତ ଖବରଦାତା ଆଶାଳୀନ ଆଚରଣ କରିବା ସହ ଆକ୍ରମଣ କରିଥିବା ନେଇ ଆଉ ଏକ ଅଭିଯୋଗ ମିଳିଛି। ଉଭୟ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଭଳି ଘଟଣାକୁ ପ୍ରେସ କ୍ଲବ ପକ୍ଷରୁ ନିନ୍ଦା କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଳବ ସଭାପତି ସତ୍ୟ ନାରାୟଣ ମିଶ୍ର କହି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ହାତୀଙ୍କ ମୃତଦେହ ଠାବ: କାଟି ନେଲେ ଦାନ୍ତ ଓ ଶୁଣ୍ଢ

ଯୋଡା/କେନ୍ଦୁଝର,୧୪।୬(ଡି.ଏନ.ଏ.)(ସ୍ବ.ପ୍ର)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ସେକ୍ସନ ଅଧିନସ୍ଥ ବୈତରଣୀ ରିଜର୍ଭ ଫରେଷ୍ଟରେ ରବିବାର ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ମୃତହାତୀଙ୍କ ମଧ୍ୟରେ...

୩୨୭୬ ଅଙ୍ଗନଓ୍ବାଡି କର୍ମୀଙ୍କୁ ସାନିଟାଇଜ୍‌ କିଟ୍‌

ଅନୁଗୋଳ ଅଫିସ, ୧୭।୫- କରୋନା ବିରୋଧରେ ଲଢ଼େଇ କରୁଥିବା ପ୍ରତିଟି ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ...

ଯୁବତୀଙ୍କୁ ହତ୍ୟା କରି ଚିଲିକା କୂଳରେ ପୋତିଦେବା ଅଭିଯୋଗ

ବ୍ରହ୍ମଗିରି,୨୫।୭(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ...

ବଜ୍ରପାତରୁ ସୁରକ୍ଷା ଦେବ ‘ମିଶନ ତାଳ’

କପ୍ତିପଦା,୨୬ା୮(ଡି.ଏନ୍‌.ଏ.)- ‘ମିଶନ ତାଳ’ର ଉଦ୍‌ଘାଟନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁରସ୍କୃତ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ମୟୂରଭଞ୍ଜ ଜିଲା...

ନୀଳଗିରିକୁ ପଶିଲେ ୪୫ରୁ ଊର୍ଦ୍ଧ୍ୱ ହାତୀ, ଲୋକେ ଆତଙ୍କିତ

ସଜନାଗଡ଼,୨୫।୧୧(ଡି.ଏନ୍‌.ଏ.): ଝାଡ଼ଖଣ୍ଡ ଜଙ୍ଗଲରୁ ନିୟମିତ ଭାବେ ୨୦୧୦ ମସିହାରୁ ହାତୀପଲ ବାଲେଶ୍ୱର ଜିଲା ନୀଳଗିରି ବନାଞ୍ଚଳକୁ ଚାଲିଆସୁଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା...

ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦର ୩ୟ ଦିନ: କଟାଗଲା ଶତାୟୁ ବରଗଛ

ପୁରୀ ଅଫିସ,୨୨ା୮: ଲଗାତର ତୃତୀୟ ଦିନରେ ପହଞ୍ଚତ୍ଛି ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା। ବୁଧବାର ମଧ୍ୟ ଦିନତମାମ୍‌ ପ୍ରଶାସନ ପକ୍ଷରୁ ଅନେକ ନିର୍ମାଣ ଭଙ୍ଗାଯାଇଛି।...

ରାହୁରେଖା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୨୨ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା...

କଟାପାଲିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ରେ ପହଞ୍ଚିଲା

ବରଗଡ଼ ଅଫିସ, ୨୭।୬: ବରଗଡ଼ ଜିଲାରେ ଶନିବାର ପୁଣି ଜଣେ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବରଗଡ଼ ବ୍ଲକ...

Coronavirus Update


Archives

Model This Week

Why Dharitri