ଖଣି କାରବାର ମାମଲା: ଅଭିଯୁକ୍ତ ଦିଲୁ ଯାଜପୁରରୁ ଗିରଫ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଖୋର୍ଦ୍ଧାରେ ଗତ କିଛିଦିନ ହେଲା ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ ଜଣକ ପରେ ଜଣେ ଖଣି ମାଫିଆ ଧରାପଡ଼ୁଛନ୍ତି। ୧୫ଦିନ ତଳେ ଏସ୍‌ଟିଏଫ୍‌କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିବା ବେଆଇନ ଖଣି କାରବାରର ଅନ୍ୟତମ ଅଭିଯୁକ୍ତ ଦିଲୁ ଓରଫ ଦିଲୀପ ଦାଶ (୩୯)ଙ୍କୁ ରବିବାର ଗିରଫ କରାଯାଇଛି। ଦିଲୁଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅଧୀନ ପାଲହାଟ ଅଞ୍ଚଳରେ ହୋଇଥିବାବେଳେ ସେ ଯାଜପୁର ଜିଲା ମଙ୍ଗଳପୁରକୁ ଚାଲିଯାଇ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ସେଠାକୁ ଯାଇ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ଦିଲୁ ଖୋର୍ଦ୍ଧାରୁ ଆସି ପ୍ରଥମେ ଭୁବନେଶ୍ୱରର ପଳାଶୁଣୀରେ କିଛିଦିନ ରହିଥିଲେ। ପରେ ଏସ୍‌ଟିଏଫ୍‌ ନଜରରୁ ବର୍ତ୍ତିବା ପାଇଁ ଯାଜପୁର ଚାଲିଯାଇଥିଲେ। ଏସ୍‌ଟିଏଫ୍‌ ଅଧିକାରୀ ମାନେ ତାଙ୍କ ମୋବାଇଲ ଟ୍ରାକ୍‌ କରୁଥିଲେ। ମୋବାଇଲ ଟ୍ରାକ୍‌ରୁ ସେ ଯାଜପୁର ଜିଲାର ମଙ୍ଗଳପୁର ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ପକ୍ଷରୁ ଜାଲ ବିଛାଯାଇଥିଲା। ତାଙ୍କ ନାମରେ କେସ୍‌ ନଂ. ୭/୧୯ ରୁଜୁ ହୋଇଥିବାବେଳେ ବେଆଇନ ଖଣି ଖନନ, ବେଆଇନ ବନ୍ଧୁକ ରଖିବା ଓ ଦାଦାବଟି ପାଇଁ ଧମକଚମକ ଦେବା ଆଦି ଅଭିଯୋଗ ରହିଛି। ତାଙ୍କ ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ପାଇଁ ଏସ୍‌ଟିଏଫ୍‌ ତାଙ୍କୁ ରିମାଣ୍ଡରେ ଆଣିବ। ଏଥିଲାଗି ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଅଧିକାରୀ କହିଛନ୍ତି। ପ୍ରଥମେ ଦିଲୁଙ୍କର ଆର୍ଥତ୍କ ସ୍ଥିତି ଭଲ ନ ଥିଲା। ତାଙ୍କୁ ଜଣେ ବ୍ୟକ୍ତି ଖଣିରୁ ପଥର ଚାଲାଣ ତଦାରଖ ଦାୟିତ୍ୱ ଦେଇଥିଲେ। ପରେ ଦିଲୁ ନିଜେ ଏକ ଗ୍ୟାଙ୍ଗ୍‌ ଗଢି ଖଣିରୁ ପଥର ଖୋଳି ବିକ୍ରି କରୁଥିଲେ। ଏଭଳି ଚୋରା କାରବାର ମାଧ୍ୟମରେ ସେ ରାତାରାତି କୋଟିପତି ବନିଥିଲେ। ଲୋକଙ୍କୁ ସେ ଡରାଇ ଧମକାଇ ରଖିଥିଲେ। ଖଣିରୁ ପଥର ଖନନ କରି ତାହାକୁ ଏକ କ୍ରଶରକୁ ନେଇ ଚିପ୍ସ କରୁଥିଲେ। ତଦନ୍ତ ବେଳେ ଏସ୍‌ଟିଏଫ୍‌ ଏହା ଜାଣିବାକୁ ପାଇଛି ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଯାଉଛନ୍ତି କି? ପୂର୍ୱରୁ ଜାଣିନିଅନ୍ତୁ ସୁନା ଦୋକାନର ସ୍କିମ୍‌ ପଛର ସତ…

ନୂଆଦିଲ୍ଲୀ,୧୮।୪: କିସ୍ତିରେ ସୁନା କିଣିବା ଏକ ବୁଦ୍ଧିମାନ ଧାରଣା। ଆପଣ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ରଖିଛନ୍ତି, ଏବଂ ସମୟସୀମା ଶେଷ ହେବା ପର୍ଯ୍ୟନ୍ତ,…

ଇରାନ-ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କେବେ ଏବଂ କେଉଁଠି ହେବ? ସାମ୍ନାକୁ ଆସିଲା ସ୍ଥାନ ସହ ତାରିଖ

ତେହରାନ,୧୮।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ସୋମବାର (୨୦ ଏପ୍ରିଲ, ୨୦୨୬) ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ…

କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…

ହୋଟେଲ ଉପରେ ଅତର୍କିତ ଚଢ଼ାଉ: ମୁଖ୍ୟ ସଡ଼କରୁ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୧୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି। ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ହୋଟେଲ ଗୁଡିକରେ…

ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…

ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ…

ବାଦ୍‌ ପଡ଼ିବ ନାହିଁ କୌଣସି ଘର: ଜନଗଣନା ସର୍ଭେ ଆରମ୍ଭ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବହୁ ପ୍ରତୀକ୍ଷିତ ଭାରତୀୟ ଜନ ଗଣନା ସର୍ଭେ ୨୦/୨୬-୨୭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରତି ଘର ଜନଗଣନା ସର୍ଭେରେ ସାମିଲ ହେବେ। ସର୍ଭେ ସମ୍ପର୍କରେ…

ପରବର୍ତ୍ତୀ ଟାର୍ଗେଟକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଲେ ୭୦ ବର୍ଷ ଧରି ଅପେକ୍ଷା କରିଛନ୍ତି ଲୋକେ

ଓ୍ବାଶିଂଟନ୍‌,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ ନୁହେଁ। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କର ପରବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri