‘ଖଣି ଅଞ୍ଚଳ ରାସ୍ତା ୭ ଦିନରେ ମରାମତି କର’

ଯୋଡ଼ା ୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ସୋମବାର ଅନୁଷ୍ଠିତ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ରାସ୍ତାଘାଟ, ଜୁରୁଡି ଏସେଲ ମାଇନିଂ ଦ୍ୱାରା ପରିଚାଳିତ ହେଉଥିବା ଡିଏଭି ସ୍କୁଲ, ଅଧିକାଂଶ ଖଣି ବନ୍ଦ ଯୋଗୁ କାମଧନ୍ଧା ହରାଇ ଲୋକେ ଦାଦନ ଖଟିବାକୁ ଯିବା, ଆବାସ ଯୋଜନା ଓ ଭତ୍ତା ଆଦି ସମସ୍ୟା ସମ୍ପର୍କରେ ସମୁଦାୟ ୫୭ ଅଭିଯୋଗ ଆସିଥିଲା। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଏସପି, ମିତ୍ରଭାନୁ ମହାପାତ୍ର, ସିଡିଏମଓ ଅଶୋକ କୁମାର ଦାସ, ଚମ୍ପୁଆ ଉପଜିଲାପାଳ ପାରୁଲ ପଟାଓରୀ, ଯୋଡା ବ୍ଲକ ଅଧ୍ୟକ୍ଷା ଶୁକୁମାରୀ ଦେହୁରୀ, ଯୋଡା ବ୍ଲକ ବିଡିଓ କ୍ଷୀରୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ। ଖଣି ଅଞ୍ଚଳ ରାସ୍ତାର ଦୁରବସ୍ଥା ଓ ଟ୍ରାଫିକ୍‌ ଜାମ ସମସ୍ୟା ଗୁରୁତର ରୂପ ନେଉଥିବାରୁ ଯୋଡା-ବାମେବାରୀ ୨ ନମ୍ବର ରାଜ୍ୟ ରାଜପଥର ମରାମତି ଓ ସମ୍ପ୍ରସାରଣ କାମ ଏକସପ୍ତାହ ମଧ୍ୟରେ ସାରିବାକୁ କେନ୍ଦୁଝର ଶିବିରରେ ଗୁରୁତ୍ୱାରୋପ କରାଯାଇଥିଲା। ପରେ ଏହି ରାସ୍ତା ସମସ୍ୟା ନେଇ ଜିଲାପାଳ ଖଣି ଲିଜ୍‌ଧାରୀ ପ୍ରତିନିଧିଙ୍କ ସହିତ ପୃଥକ ବୈଠକ କରି ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ

ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର...

ଲାଇନ୍‌ଜୁରି ବେବସ୍‌ତା ଫେଲ: ମରନ୍‌ ଯଁତା ପାଲଟିଛେ ରାସ୍‌ତା

ଲାଠୋର, ୩।୩ (ଡି.ଏନ୍‌.ଏ.)- ସରକାର ଲୁକ୍‌କର ଯିବାର ଆଏବାର ଲାଗି କୋଟି କୋଟି ଟଁକା ଖରଚ୍‌ କରି ରାସ୍‌ତାଘାଟ, ରାସ୍‌ତା ତରେ ପାଏନ୍‌ ଯିବାର ଲାଗି...

ଜାମିନରେ ଆସି ଲୁଟ କରି ଧରାପଡ଼ିଲେ

ବ୍ରହ୍ମପୁର ଅଫିସ,୧୦।୯: ଜଣେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଜଣଙ୍କୁ କାବୁ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ମନୋଜ ପାଣିଗ୍ରାହୀ। ତାଙ୍କ...

ତିନି ଭାଇଙ୍କୁ ବାସନ୍ଦ ଘଟଣା, ତୁଟିଲା ବିବାଦ

ପାତ୍ରପୁର,୧୮ା୯(ଡ଼ିଏନଏ): ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଗ୍ରାମରୁ ତିନି ଭାଇଙ୍କୁ ବାସନ୍ଦ କରାଯାଇଥିବାବେଳେ ସେମାନଙ୍କ ପିଲା ମାନଙ୍କୁ ଗ୍ରାମ...

ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ହେଉ ନ ଥିବା ଅଭିଯୋଗ, ରାଜପଥ ଅବରୋଧ

ବଲାଙ୍ଗୀର ଅଫିସ,୧୮।୮: ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବଲାଙ୍ଗୀର ସହର ରାଜେନ୍ଦ୍ରପଡ଼ା ରାସ୍ତା ମରାମତି ଦାବିରେ ଗ୍ରାମବାସୀ ରବିବାର ୨୬ ନଂ.ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଲୋକେ...

ଅସୁରକ୍ଷିତ ଗଜରାଜ

ହାତୀଙ୍କ ଲାଗି ଅସୁରକ୍ଷିତ ହୋଇଛି ଖୋର୍ଦ୍ଧା ବନଖଣ୍ଡ। ଗତ ୧୫ବର୍ଷରେ ଏହି ବନଖଣ୍ଡରେ ଯାଇଛି ୭ ହାତୀଙ୍କ ଜୀବନ। ୧୧ବର୍ଷରେ ଘଟିଛି ୨୦ଜଣଙ୍କ ପ୍ରାଣହାନୀ। ଏଥିପାଇଁ...

ସୁରଟରେ ଅଟକିଛନ୍ତି ଶତାଧିକ ଓଡ଼ିଆ

ଆଠମଲ୍ଲିକ/ଛେଣ୍ଡିପଦା,  ୨୯।୩(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ଓ ଛେଣ୍ତିପଦା ବ୍ଲକର ଶତାଧିକ ଦାଦନ ସୁରଟରେ ଫସି ରହିଛନ୍ତି। ଟଙ୍କା ଅଭାବରୁ ସେମାନେ...

ଗର୍ଭବତୀ,ଶିଶୁ ଯତ୍ନ ସମ୍ପର୍କିତ ଆଲୋଚନା ଚକ୍ର

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଜିଲାପରିଷଦ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା...

Advertisement


Archives

Model This Week