ଖଡିଆଳ ପୋଲିସର ଅଭିନବ ପ୍ରୟାସ:ଟ୍ରାଫିକ୍‌ ନିୟମ ଉପରେ ଶିଶୁ କଲେ ସଚେତନ

ନୂଆପଡା ଅଫିସ/ଖଡିଆଳ,୭।୯(ଡି.ଏନ.ଏ.)
ସରକାର ଯାନବାହନ ଚଳାଚଳ ଉପରେ ଥିବା ୧୯୮୮ ଅଧିନିୟମରେ ପରିବର୍ତ୍ତନ କରି ପରିବର୍ତ୍ତିତ ନିୟମକୁ ବର୍ତ୍ତମାନ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ଚାଳକ, ଯାତ୍ରୀଙ୍କୁ ବିଭିନ୍ନ ଦଣ୍ଡିତ କରିବା ବ୍ୟବସ୍ଥା କରାଯାଇଛି । ଏହାକୁ ଗୋଟିଏପଟେ କାର୍ଯ୍ୟାନ୍ବୟନ କରାଯାଉଥିବା ବେଳେ ଅନ୍ୟପଟେ ବ୍ୟାପକ ସଚେତନତା ଆଣିବାକୁ ଜିଲା ପୋଲିସ ମଙ୍ଗ ଧରିଛି । ଏହିକ୍ରମରେ ନୂଆପଡ଼ା ଜିଲା ଖଡିଆଳ ପୋଲିସ ଅଭିନବ ପ୍ରୟାସ ଆରମ୍ଭ କରିଛି । ଏଥିରେ ପ୍ରଥମେ ବିଭିନ୍ନ ବିଦ୍ୟାଳୟକୁ ଯାଇ ଶିଶୁମାନଙ୍କ ଦ୍ୱାରା ସଚେତନତା କରାଯାଉଛି । ପୋଲିସ ଅଧିକାରୀମାନେ ସ୍ଥାନୀୟ ଏକ ପବ୍ଲିକ ସ୍କୁଲକୁ ଯାଇ ସଚେତନତା କାର୍ଯ୍ୟକ୍ରମ କରିଥିବା ବେଶ ଗ୍ରହଣୀୟ ହୋଇଛି ।
ଖଡିଆଳ ଥାନାଧିକାରୀ କୈଳାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ଓ ପୁରୁଷ ପୋଲିସ ଅଧିକାରୀମାନେ ୱେଷ୍ଟର୍ଣ୍ଣ ଓଡିଶା ପବ୍ଲିକ ସ୍କୁଲକୁ ଯାଇଥିଲେ । ବିଦ୍ୟାଳୟରେ ସମସ୍ତ ଶିଶୁଙ୍କୁ ପ୍ରଚାରପତ୍ର ଦେଇଥିବାବେଳେ ଘରେ କିପରି ନିଜର ମା’ବାପାଙ୍କୁ ସଚେତନ କରାଇବେ ସେଥିପ୍ରତି ପରାମର୍ଶ ଦେଇଥିଲେ। ପ୍ରତ୍ୟହ ଘରୁ ବାହାରିବା ବେଳେ ବାପା ହେଲମେଟ ପିନ୍ଧିଲେ କି ବୋଲି ପଚାରିବେ । ସାଙ୍ଗରେ ସମସ୍ତ କାଗଜାତ ଧରିଛନ୍ତି କି ବୋଲି ପଚାରିବେ । ଏଥିରେ ପରିବାରର ସମସ୍ତ ଲୋକ ଆଗକୁ ଆସି ସଚେତନ ହେବେ । ପ୍ରତି ପରିବାର ସଚେତନ ହେଲେ ସମଗ୍ର ଦେଶ ସଚେତନ ହେବ ବୋଲି ଅଧିକାରୀମାନେ କହିଥିଲେ । ଏହି ଅବସରରେ ପିଲାମାନଙ୍କ ଏକ ସଚେତନତା ରାଲି ବାହାରିଥିଲା । କୁନି କୁନି ଶିଶୁମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏଥିରେ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ସାମିଲ ଥିଲେ। ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଆଗାମୀ ଦିନରେ ଏହି ଅଭିଯାନ ଚାଲିବ। କାର୍ଯ୍ୟକ୍ରମ ଶେଷରେ ଥାନାଧିକାରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ହାତକୁ ନେବା ପରେ ଶୁକ୍ରବାର ଖଡିଆଳ ସହରରେ ସମସ୍ତଙ୍କ ମଧ୍ୟରେ ଏକ ଜାଗରଣ ଆସିଥିବା ଦେଖାଯାଇଛି । ବିଭିନ୍ନ ହେଲମେଟ ଦୋକାନଗୁଡିକରେ ବିକ୍ରି ବଢିଯାଇଥିଲା। ଏପରିକି ଦୋକାନଗୁଡିକରେ ଲମ୍ବା ଧାଡି ମଧ୍ୟ ଦେଖିବାକୁ ମିଳିଥିଲା । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଡା ଜରିମାନା ଦେବାକୁ ପଡୁଥିବାରୁ ଲୋକେ ଘରୁ ବାହାରିବା ସମୟରେ ଏଥିପ୍ରତି ଚିନ୍ତା କରୁଛନ୍ତି । ଏପରିକି ଏହି ଦିନ ସହରରେ ବହୁ ଲୋକ ହେଲମେଟ ପିନ୍ଧି ବୁଲୁଥିବା ଦେଖାଯାଇଥିଲା । ଏହା ଏକ ଅଭିଯାନ ଏଥିରେ ସମସ୍ତେ ଆଗକୁ ଆସି ସାମିଲ ହେବା ଦରକାର ବୋଲି ଥାନାଧିକାରୀ ସେଠୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri