କ୍ୱାରାଣ୍ଟାଇନରେ ଥିବାରୁ ମା’ଙ୍କୁ ପୁଅ ଦେଇପାରିଲେନି ମୁଖାଗ୍ନି

ନବରଙ୍ଗପୁର,୧୪।୫(ବି.ପ୍ର.)- କରୋନା କେବଳ ମଣିଷ ମଣିଷ ଭିତରେ ଦୂରତା ବଢ଼ାଇନାହିଁ। ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁ ନିଜ ମା’ର ଶେଷ ଦର୍ଶନ କରିପାରିଲାନି କ୍ୱାରାଣ୍ଟାଇନରେ ଥିବା ଏକମାତ୍ର ପୁଅ। ଏପରିକି ମା’ର ମୃତଦେହ ଉପରେ ୨ ଟୋପା ଲୁହ ଝରେଇବା ଦୂରେଥାଉ ମୁଖାଗ୍ନି ଦେବାର ଅଧିକାର ବି ଛଡ଼େଇ ନେଇଛି କୋଭିଡ୍‌-୧୯। ଏପରି ଏକ ଦୃଶ୍ୟ ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଥିଲା।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ମୁର୍ଲାବାଇ ଗ୍ରାମର ଧନେଇ ଜାନୀ(୫୯)ଙ୍କ ବୁଧବାର ରାତିରେ ମୃତ୍ୟୁ ହୋଇଥିଲା। ଧନେଇଙ୍କ ଏକମାତ୍ର ପୁଅ ଶଙ୍କର ଜାନୀ (୨୦) ଗତ ୧୧ ତାରିଖରେ ହାଇଦ୍ରାବାଦରୁ ଫେରି ନନ୍ଦାହାଣ୍ଡି ବ୍ଲକର ଆଦର୍ଶ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସଙ୍ଗରୋଧର ଆବଶ୍ୟକତା ଜରୁରୀ ଥିବାରୁ ମା’ର ମୃତ୍ୟୁ ହେବା ଜାଣିବା ପରେ ମଧ୍ୟ କ୍ୱାରାଣ୍ଟାଇନରୁ ଆସି ଶୁଦ୍ଧିକ୍ରିୟା କରିପାରି ନ ଥିଲେ। ତେବେ ଜିଲା ପ୍ରଶାସନ ବଢ଼ାଇଥିଲା ସହାୟତାର ହାତ। ଧନେଇଙ୍କ ପୁତୁରା ଭଗତ ଜାନୀଙ୍କୁ ମୁଖାଗ୍ନି ଦେବା ପାଇଁ ଅନୁମତି ଦିଆଯାଇଥିଲା। ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ବିଶୋୟୀ ଉପସ୍ଥିତ ଥିଲେ। ଏଥିସହ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା,ଶୁଦ୍ଧିକ୍ରିୟା ପାଇଁ ୫୦ କେଜି ଚାଉଳ ଓ ୫ କେଜି ଡାଲି , ଜିଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଜାତୀୟ ପତାକା

ନନ୍ଦାହାଣ୍ଡି,୧୬।୧୦,(ଡି.ଏନ.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକାକୁ ଅସମ୍ମାନ। ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିଢ଼ି ତଳେ ପରିତ୍ୟକ୍ତ ଅବସ୍ଥାରେ ପଡି...

ଖାଉଟି ଠକେଇ

ନବରଙ୍ଗପୁର ଜିଲାରେ ଖାଉଟି ଠକାମିର ଶିକାର ହେଉଛନ୍ତି। ଏବେ ବି ଜିଲାରେ ମାଣ ଓ ଅଡା କାରବାର ହାଟ ବଜାରରେ ଦେଖିବାକୁ ମିଳୁଛି। ଆଦିବାସୀ ଅଧ୍ୟୁଷିତ...

ଆଖୁ ଖାଇବାକୁ ଗାଁରେ ପଶିଛନ୍ତି ୩ ଭାଲୁ

ନନ୍ଦାହାଣ୍ଡି,୧୪।୪,(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମରେ ପୁଣି ୩ ଭାଲୁ ଖାଦ୍ୟ ଅନ୍ବେଷଣରେ ପହଞ୍ଚତ୍ଛନ୍ତି। ଏକମ୍ବା ଗ୍ରାମରେ ବହୁ ପରିମାଣରେ ଆଖୁ ଚାଷ ହେଉଥିବାରୁ...

ଦୁଇ ବାଇକ୍‌ ମୁହାଁମୁହିଁ: ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଉମରକୋଟ, ୧୨।୯(ଡି.ଏନ୍‌.ଏ.)- ଉମରକୋଟ ବ୍ଲକ କାରଗା ନିକଟରେ ବୁଧବାର ରାତିରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ଏଥିରେ...

୪୦ଫୁଟ୍‌ ତଳକୁ ଖସିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୫ ଶ୍ରମିକ

ଉମରକୋଟ, ୨୫।୫(ସ୍ବ.ପ୍ର.) ଉମରକୋଟ ବ୍ଲକ ଭାସ୍କେଲ ଡ୍ୟାମ୍‌ ନିକଟରେ ଏକ ନଳକୂପ ଟ୍ରକ୍‌ ଓଲଟିବା ଫଳରେ ଟ୍ରକ୍‌ ଡ୍ରାଇଭର ଖାଣ୍ଡା ଗ୍ରାମର ଦୀନାକର ନେତାମ ଗୁରୁତର...

ତଦାରଖ ଅଭାବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ରାଇଘର, ୨୪।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଖୋଲାଖୋଲିଭାବେ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି। ଗତ ଆର୍ଥିକ ବର୍ଷରେ ବ୍ଲକର ୨୬ ପଞ୍ଚାୟତରେ ଏହି...

ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ

ଡାବୁଗାଁ,୭ା୨(ଡି.ଏନ୍‌.ଏ.)-  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍‌ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି।...

ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ୍‌ ସଂଯୋଗ କାଟିଦେଉଛି ବିଭାଗ

ନନ୍ଦାହାଣ୍ଡି, ୧୦ା୩(ଡି.ଏନ୍‌.ଏ.):  ବିଦ୍ୟୁତ୍‌ ବିଲ୍‌ ପଇଠ ହୋଇ ନ ଥିବାରୁ ବିଦ୍ୟୁତ୍‌ ବିଭାଗ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଗାଁରେ ଥିବା ଜଳ ଯୋଗାଣ...

Advertisement
Archives

Model This Week