Posted inଫୁରସତ

କ୍ୟୁଆର୍‌ କୋଡ୍‌ ସ୍କାନ୍‌ କଲେ ଖୋଲେ ଏୟାରପୋର୍ଟର ବିଶ୍ରାମକକ୍ଷ : ଆରାମଚେୟାର ସହିତ ରହିଛି ଇଣ୍ଟରନେଟ୍‌ ସୁବିଧା, ଜାଣନ୍ତୁ କେଉଁଠି…

ଏୟାରପୋର୍ଟରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏମିତି ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଯେଉଁଠି ସମସ୍ତ ସୁବିଧା ଉପଲବ୍ଧ। ଆରାମରେ ବସିବା ସହିତ ଇଣ୍ଟରନେଟ୍‌ ସୁବିଧା ମଧ୍ୟ ରହିଛି। ଏମିତି ଆରାମଦାୟକ ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଚାଇନାର ଜୋଝିୟାଙ୍ଗସ୍ଥିତ ହଙ୍ଗଝୋହୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ। ଏହା ବେଶୀ ବଡ଼ ମଧ୍ୟ ନୁହେଁ। ଏଠାରେ କ୍ୟାପସୁଲ ସଦୃଶ ୮ଟି ବିଶ୍ରାମକକ୍ଷ ରହିଛି। ଏୟାରପୋର୍ଟର ଅଧିକାରୀ କୁହନ୍ତି, ଗୋଟିଏ ବିଶ୍ରାମକକ୍ଷ ୩ ମିଟର ବର୍ଗର ନିର୍ମାଣ କରାଯାଇଛି। କ୍ୟୁଆର କୋଡ୍‌ ସ୍କାନ୍‌ କଲେ ଏହାର ଗେଟ୍‌ ଖୋଲିଥାଏ। ଏଠାରେ ଯାତ୍ରୀମାନେ ବସିବା ପାଇଁ ଏକ ଆରାମଦାୟକ ଚେୟାର ରହିଛି।

ଖାଲି ସେତିକି ନୁହେଁ, ଏକ ବଟନ୍‌ ଦବାଇଲେ ଚେୟାରଟି ବେଡ୍‌ ପରି ହୋଇଯାଇଥାଏ। ଏଥିରେ ମୋବାଇଲ, ଲାପଟପ୍‌ ଚାର୍ଜ ହେବା ସହିତ ଇଣ୍ଟରନେଟ୍‌ର ମଧ୍ୟ ସୁବିଧା ରହିଛି। ଏହି ବିଶ୍ରାମକକ୍ଷରେ ଲଗେଜ୍‌ ରଖିବାରେ କୌଣସି ଅସୁବିଧା ହେବ ନାହିଁ। ଏହାବ୍ୟତୀତ ଫ୍ଲାଇଟ୍‌ ସମ୍ପର୍କରେ ଜାଣିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ନେଟ୍‌ ବ୍ୟବହାର କରିବା ସମୟରେ ଫ୍ଲାଇଟ୍‌ ସମ୍ପର୍କରେ ସମସ୍ତ ଅପ୍‌ଡେଟ୍‌ ଏହା ଭିତରେ ଜଣାପଡ଼ିଯିବ। ଏହି ବିଶ୍ରାମକକ୍ଷରେ ହାଇସ୍ପିଡ୍‌ ଓ୍ବାଇଫାଇ ସହିତ ଏୟାର ଫ୍ରେଶନର, ଏୟାର କଣ୍ଡିଶନର ଏବଂ ପାଓ୍ବାର ସକେଟ୍‌ ସୁବିଧା ମଧ୍ୟ ଉପଲବ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ମା’ଙ୍କୁ ଝୁରୁଥିଲେ ବୋଲି ବାପାଙ୍କୁ ବିବାହ କରିନେଲେ ପ୍ରେମିକା, ପରେ ଯାହା କହିଲେ…

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପ୍ରେମିକ। ସାହାରା ଦେବାକୁ ଯାଇ ପ୍ରେମିକଙ୍କ ବାପାଙ୍କୁ ବିବାହ କରି ନେଇଛନ୍ତି ଜଣେ ଯୁବତୀ। ଏପରି କରିବା ଦ୍ୱାରା ପ୍ରେମିକଙ୍କ...

ସୋସିଆଲ ମିଡିଆରେ ଅନ୍ୟ ମହିଳାଙ୍କୁ ପସନ୍ଦ କରୁଥିଲେ ସ୍ବାମୀ, ସ୍ତ୍ରୀ କଲେ ଏମିତି…

ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଭାଲେଣ୍ଟାଇନ୍‌ ଡେ’ରେ ଅଜବ ଗିଫ୍ଟ ପ୍ରଦାନ...

ଭିନ୍ନ ଢଙ୍ଗରେ କରୋନା ବାର୍ତ୍ତା : ଅଷ୍ଟ୍ରିଆନ୍‌ ପାଇଲଟ୍‌ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଲେଖିଲେ ‘ଷ୍ଟେ ହୋମ୍‌’

ଭିଏନା: ଅଷ୍ଟ୍ରିଆର ଜଣେ ପାଇଲଟ୍‌ କୋରନା ଭାଇରସ୍‌ ମହାମାରୀ ସମୟରେ ଘରେ ରହିବା ପାଇଁ ଆକାଶମାର୍ଗରୁ ଲୋକଙ୍କୁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

ଜାତିପ୍ରଥା ପାଇଁ ଅଧାରୁ ବନ୍ଦ ହେଲା ମହିଳାଙ୍କ ଶବଦାହ

ଆଗ୍ରା, ୨୭।୭: ଉତ୍ତର ପ୍ରଦେଶରେ ଲୋକଙ୍କ ମନରେ ଏବେ ମଧ୍ୟ କେମିତି ଜାତିପ୍ରଥା ବସା ବାନ୍ଧିହୋଇ ରହିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଗ୍ରାରେ ଦେଖିବାକୁ...

ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ

ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର...

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ...

ସର୍ତ୍ତ ପୂରା କରିବାକୁ ଯାଇ ଘଟିଲା ମୃତ୍ୟୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତି ଏମିତି ସର୍ତ୍ତ କରିଥିଲେ ଯେ ଏହାକୁ ଜିତିବା ପାଇଁ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଅଷ୍ଟ୍ରେଲିଆର ବ୍ରିସବେନ୍‌ଠାରେ ଏକ...

Advertisement
Archives

Model This Week