କ୍ୟାମେରାକୁ ଦେଖି ଚିଡ଼ିଗଲେ ତୈମୁର, ଲୋକେ କହୁଛନ୍ତି, ‘ବେବୋଙ୍କଠାରୁ ଶିଖିଛନ୍ତି’

ବମ୍ବେ: କ୍ୟାମେରା ଫ୍ରେଣ୍ଡଲୀ କରିନା କପୁର ଖାଁ ଓରଫ ବେବୋଙ୍କ ପୁଅ ତୈମୁର। କ୍ୟାମେରା ଦେଖିଲେ ସେ ଭଳିକି ଭଳି ପୋଜ୍‌ ଦେଇଥାନ୍ତି। ପିଲାଦିନୁ ତାଙ୍କର ରହିଆସିଛି ଏଭଳି ଅଭ୍ୟାସ। ସୋସିଆଲ ମିଡିଆରେ ତାଙ୍କର ବିଭିନ୍ନ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ଏବେ ଚାରିଆଡେ କରୋନାକୁ ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଅଭିନେତା/ଅଭିନେତ୍ରୀମାନେ ଘରେ ରହୁଛନ୍ତି। ହେଲେ ନିକଟରେ ତୈମୁରଙ୍କୁ ବାପା ସୈଫଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କ୍ୟାମେରାକୁ ଦେଖି ଚିଡ଼ାଇବା ଭଳି ପୋଜ୍‌ ଦେଇଥିଲେ, ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି। ଏଭଳି କରିବା ସେ ବେବୋଙ୍କଠାରୁ ଶିଖିଥିବା ଅନେକେ କହୁଛନ୍ତି।

ଏହାପଛରେ କାରଣ ମଧ୍ୟ ରହିଛି। ନିକଟ ଅତୀତରେ ଇନ୍‌ଷ୍ଟାରେ ଡେବ୍ୟୁ କରିଛନ୍ତି କରିନା। ଦୁଇ ଦିନ ତଳେ ଆକାଉଣ୍ଟରେ ସେ ନିଜର ପିଲାଦିନ ଫଟୋ ଶେୟାର କରି କରୋନାଠାରୁ ନିଜକୁ ରକ୍ଷା କରିବାର ଉପାୟ କହିଥିବା ଦେଖାଯାଇଛି। ହେଲେ ଏହି ଫଟୋକୁ ତୈମୁରଙ୍କ ଫଟୋ ସହ ଯୋଡ଼ାଯାଉଛି। କିଛି ଲୋକ ମା’ଙ୍କ ଭଳି ତୈମୁର ମଧ୍ୟ ଦିଶୁଥିବା କହୁଛନ୍ତି।

ବାସ୍ତବରେ ଯଦି ଦେଖାଯାଏ ତେବେ ତୈମୁର ବାପା ସୈଫଙ୍କ ଅବିକଳ ନକଲ ହୋଇଛନ୍ତି। ପିଲାଦିନେ ସୈଫ ଯେପରି ଦେଖାଯାଉଥିଲେ, ତୈମୁର ମଧ୍ୟ ସେଭଳି ଲାଗୁଛନ୍ତି। ହଠାତ ଉଭୟଙ୍କ ଫଟୋକୁ ଏକାସାଙ୍ଗରେ ଦେଖିଲେ ଯେ କେହି କଥାକୁ ଠଉରାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚେସ୍‌ ପ୍ରିୟ କ୍ୟାଟ୍ରିନା

ଅଭିନେତ୍ରୀ ହେବା ପୂର୍ବରୁ କ୍ୟାଟ୍ରିନା ଚେସ୍‌ ଖେଳିବାକୁ ପସନ୍ଦ କରୁଥିଲେ। ଏପରି କି ଜଣେ ଭଲ ଚେସ୍‌ ଖେଳାଳି ଭାବରେ ସେ ଅନେକ ଥର ପୁରସ୍କୃତ...

ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ଯାତ୍ରା କରିଛନ୍ତି ଏହି ଅଭିନେତ୍ରୀ, ଏବେ ଦେଲେ ଏମିତି ଉତ୍ତର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ଘଟଣାର...

ଘରେ ରହିବାକୁ ନିବେଦନ କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିିଛି। ଏହି ସଙ୍କଟକୁ ରୋକିବାକୁ ସଞ୍ଜୟ ଦତ୍ତ ନିଜ ଫ୍ୟାନମାନଙ୍କୁ ହାତଯୋଡ଼ି ଘରେ ରହିବାକୁ...

ପ୍ରଥମଦିନରେ ୫ଟି ରେକର୍ଡ ଭାଙ୍ଗିଲା ସଲମାନଙ୍କ ଫିଲ୍ମ ‘ଭାରତ’

ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଯାଇଛି। ପ୍ରଥମଦିନରେ ଫିଲ୍ମ ୪୨.୩୦କୋଟି ଟଙ୍କା ରୋଜଗାର କରି ବକ୍ସଅଫିସ୍‌ ରେକର୍ଡ ଭାଙ୍ଗିଛି।...

ଭର୍ସାଟାଇଲ ଆକ୍ଟର ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ...

ବିବାହର ଗୋଟିଏ ମାସ ପରେ ସୁସ୍ମିତାଙ୍କ ଭାଇ ରାଜୀବ-ଚାରୁଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ବିବାହର ଏକ ମାସ ପରେ ସମ୍ପର୍କରେ ଫାଟ। ଏଭଳି କିଛି ଘଟିଛି ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ...

ପ୍ରେମ ଅନ୍ତରାଳେ

ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ପ୍ରାୟ ଅନେକ ସମୟରେ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ।...

ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠାଇଲା ଭାଜପା, ସିବିଆଇ ଯାଞ୍ଚ ଦାବି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଭାଜପା। ମହାରାଷ୍ଟ୍ରର ଭାଜପା ନେତା ଆଶିଷ ଶେଲାର...

Coronavirus Update


Archives

Model This Week

Why Dharitri