କ୍ଷତିପୂରଣ ଦାବିରେ ଚାଷୀଙ୍କ ଆନ୍ଦୋଳନ

ଖଇରା,୧୨।୧୧(ଡି.ଏନ.ଏ.)- ବୁଲ୍‌ବୁଲ୍‌ ବାତ୍ୟା ପ୍ରଭାବରେ ଧାନ ଓ ପନିପରିବା ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସକାଶେ ଦାବି କରି ଶତାଧିକ ଚାଷୀ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତରା ରାଜସ୍ବ କ୍ଷେତ୍ର ଅଧୀନ ଅନ୍ତରା, ଗରସଙ୍ଗ, ରପେୟା ଓ ବରଦା ଗ୍ରାମର ଶତାଧିକ ଚାଷୀ ଆରଆଇଙ୍କ କାର୍ଯ୍ୟାଳୟ ଘେରାଉ କରି ରାଜସ୍ବ ନିରୀକ୍ଷକ ସୁବ୍ରତ କୁମାର ସିଂଙ୍କୁ ଅଟକ ରଖି ଦାବି ପୂରଣ ଲାଗି ଅଡି ବସିଥିଲେ। ଖବର ପାଇ ଖଇରା ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଓ ସହକାରୀ କୃଷି ଅଧିକାରୀ ବାସୁଦେବ ଶତପଥୀ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଚାଷୀମାନଙ୍କ ଦାବି ସମ୍ପର୍କରେ ସେମାନେ ଜିଲାପାଳଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବାରୁ ସେମାନେ ଆନ୍ଦୋଳନରୁ ଓହରିଥିଲେ।
ଏହି ଆନ୍ଦୋଳନକାରୀ ଚାଷୀ ଦର୍ଶାଇଥିଲେ ଯେ, ବାତ୍ୟା ଓ ବର୍ଷା ଛାଡିବାର ୩ଦିନ ବିତିଲାଣି । ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଅଧିକାରୀ ଏ ଅଞ୍ଚଳକୁ ଆସି କ୍ଷୟକ୍ଷତି ଆକଳନ କରି ନାହଁାନ୍ତି ା ଏହା ବାତ୍ୟା ପ୍ରଭାବିତ ଚାଷୀଙ୍କୁ ଅଧିକ କ୍ଷୁବ୍ଧ କରିଛି। ଏଠାକାର ୪ ପଞ୍ଚାୟତ ସମେତ ଆଖପାଖରେ ଅଧିକ କ୍ଷୟକ୍ଷତି ଘଟିଛି। ତୁରନ୍ତ କ୍ଷତି ଆକଳନ କରି କୃଷିଋଣ ଛାଡ଼ କରିବା,ଏକର ପ୍ରତି ୨୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ଜଳକର ଛାଡ଼, ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଚାଷୀଙ୍କୁ ସହାୟତା ଘୋଷଣା କରିବାଲାଗି ସେମାନେ ଦାବି ଉପସ୍ଥାପନ କରିଛନ୍ତି। ଚାଷୀମାନେ ପୂର୍ବାହ୍ନରେ ଆରଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବେଳେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସୋସିଆଲ ରୁରାଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରଦାର ପୂର୍ବତନ ସରପଞ୍ଚ ପରୀକ୍ଷିତ ମହାପାତ୍ର, ରପେୟା ସରପଞ୍ଚ ଅଜୟ ସାମଲ, ଓସଙ୍ଗ ସେବା ସମବାୟ ସମିତିର ସଭାପତି ନରେଶ କର, ଚାଷୀ ଶ୍ୟାମସୁନ୍ଦର ଜେନା, କେଶବ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ

ବୌଦ୍ଧ,୫।୧୦(ସ୍ବ.ପ୍ର.): ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ...

ଛାତରୁ ପଡ଼ି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଭୁବନେଶ୍ୱର ଆଇଆଇଟି ପରିସରରେ ମଙ୍ଗଳବାର ଛାତରୁ ପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମହାରାଷ୍ଟ୍ରର ଚିରାଗ ଜୈନ୍‌। ଚିରାଗଙ୍କୁ ଏକ ଘରୋଇ...

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ଅଫିସ/ହିନ୍ଦୋଳ,୬।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ବାଲିମି ଥାନା ଅନ୍ତର୍ଗତ ଅସରଡା ଜଙ୍ଗଲରେ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛିି। ବାର୍‌ହା ଶିକାର ପାଇଁ ବଛା...

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ବିୟୋଗ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଖବର ପାଇ ମୁଁ...

ନୂଆ ଜୀବନ ପାଇଲେ ମାମୁନି

ଭୁବନେଶ୍ୱର,୬ା୭(ବ୍ୟୁରୋ): ଅଭିନେତା ସବ୍ୟସାଚୀଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ଜଗତ୍‌ସିଂହପୁରର ମାମୁନି। ବୟସ ମାତ୍ର ୧୯ବର୍ଷ। ହେଲେ ଏତେ କମ୍‌ ବୟସରେ ତାଙ୍କ କାନ୍ଧରେ ଏବେ...

ତୃତୀୟ ପର୍ଯ୍ୟାୟରେ ହିଂସା ବୃଦ୍ଧି

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳକୁ ବେଳ ଉଗ୍ରରୂପ ଧାରଣ କରୁଛି। ନିଜ ସପକ୍ଷରେ ଜନମତ ନେବାକୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ହିଂସାକାଣ୍ଡର ସାହାରା...

ଶିକ୍ଷାବିତ୍‌ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର ଅଫିସ,୨୧।୧: ବରିଷ୍ଠ ଶିକ୍ଷାବିତ୍‌ ତଥା ସ୍ବର୍ଗତ ପଣ୍ଡିତ ବାଇକୋଳି ମହାପାତ୍ର(ଜ୍ୟୋତିଷ ବିଶାରଦ)ଙ୍କ ପୁତ୍ର ତାରାପ୍ରସାଦ ମହାପାତ୍ରଙ୍କ(୮୫)ର ସୋମବାର ପରଲୋକ ଘଟିଛି। ସ୍ବର୍ଗତ ମହାପାତ୍ର ଖଲ୍ଲିକୋଟର...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡ଼ାଗଲା ପାଣି

କୋକସରା,୧୦।୭(ଡି.ଏନ୍‌.ଏ.): ଚଳିତ ୨୦୨୨-୨୩ ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲା ମୁଖୀଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ମେଗାଲିଫ୍ଟ କେନାଲ ମଙ୍ଗଳପୁର ବ୍ୟାରେଜରୁ ରବିବାର ପାଣି ଛଡାଯାଇଛି। ଏହାଦ୍ୱାରା...

Advertisement
Archives

Model This Week