କ୍ଲଷ୍ଟର ବୋରୱେଲକୁ ବିଜୁଳି, ମୋଟର ଲାଗୁନିଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ଚାଷୀ

ନୂଆପଡା ଅଫିସ,୬ା୮
ଆଜକୁ ଲାଗ ଲାଗ ୪ରୁ ୫ ବର୍ଷଧରି ମରୁଡି ପରିସ୍ଥିତି ଯୋଗୁ ଜିଲାର ଚାଷୀମାନେ ଘାଇଲା ହୋଇଗଲେଣି। ଅନ୍ୟପଟେ ଏଥିରୁ ରକ୍ଷା ପାଇବାକୁ ସରକାର ଚାଷୀଙ୍କୁ କ୍ଲଷ୍ଟର ଜରିଆରେ ବୋରୱେଲ ମାଧ୍ୟମରେ ଜଳ ସେଚନର ସୁବିଧା କରିବାକୁ ବ୍ୟବସ୍ଥା କରୁଛନ୍ତି । ହେଲେ ଏହି ବ୍ୟବସ୍ଥାକୁ ବିଭାଗୀୟ ଅଧିକାରୀମାନେ ଅବହେଳା କରୁଥିବାରୁ ଚାଷୀମାନେ ସୁଫଳ ପାଇପାରୁ ନ ଥିବା ଦେଖାଯାଇଛି । ସଦର ବ୍ଲକ ଗୋଡଫୁଲା ଗ୍ରାମପଞ୍ଚାୟତର ହଂସପୁରୀ ଗାଁ ଏହାର ଉଦାହରଣ ହୋଇଛି । ଚାଷୀମାନେ ସୋମବାର ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଚାଷୀ ଚନ୍ଦ୍ରଭାନୁ ସାହୁ, ମୀନାଲାଲ ସାହୁ, ଭୋଲାନାଥ ସାହୁ, କୌଶିକ ସାହୁ ପ୍ରମୁଖ ପୂର୍ବାହ୍ନ ୧୧ଟାବେଳେ ଆସି ଜିଲାପାଳ ମଧ୍ୟସ୍ମିତା ସାହୁଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି । ଏହି ଗାଁରେ ଆଜକୁ ବର୍ଷକ ତଳେ ଉଠା ଜଳସେଚନ ବିଭାଗ ତରଫରୁ କ୍ଲଷ୍ଟର ବୋରୱେଲ ଖୋଲାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଏଥିରେ ବିଜୁଳି ସଂଯୋଗ କି ମୋଟର ବ୍ୟବସ୍ଥା କରାଯାଇ ନ ଥିବାରୁ ଚାଷୀମାନେ ବାର ଦୁଆର ହେଉଛନ୍ତି । ଠିକ ସମୟରେ ଏହା କରା ନ ଗଲେ ଏବର୍ଷ ମଧ୍ୟ ଏଥିରୁ ସୁଫଳ ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମାନଙ୍କ ସକାଶେ ବିଭାଗ ତରଫରୁ ବୋରୱେଲ ଖନନ କରାଯାଇଥିଲା । ହେଲେ ଆଜକୁ ବର୍ଷେ ବିତିଯାଇଥିଲେ ହେଁ ବିଜୁଳି ସଂଯୋଗ କରାଯାଇ ନ ଥିବାବେଳେ ମୋଟର ମଧ୍ୟ ଯୋଗାଇ ଦିଆଯାଉନାହିଁ । ଏହାକୁ ନେଇ ଚାଷୀମାନେ ବାରମ୍ବାର ବିଭାଗକୁ ଦୌଡୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ କରିଛନ୍ତି । ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଜଣାଇଛନ୍ତି । ଏହା କଲେ ବର୍ତ୍ତମାନର ମରୁଡି ପରିସ୍ଥିତିରେ ଜଳ ସେଚନର ସୁବିଧା ପାଇପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri