Advertisement
Posted inଖେଳ

କ୍ରିକେଟ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କଲେ ଗାଙ୍ଗୁଲି

କୋଲକାତା,୨୦।୯(ପିଟି): ଏଠାରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟକୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ରେଷ୍ଟୁରାଣ୍ଟରେ ରହିଛି ଭାରତୀୟ କ୍ରିକେଟର ୧୦୦ରୁ ଅଧିକ ସ୍ମାରକୀ। ‘ମୁଁ ଶ୍ରୀଲଙ୍କା, ଇଂଲଣ୍ଡ ଭଳି ଦେଶରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟ ଦେଖିଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ବହୁ ସ୍ମରଣୀୟ ମୂହୁର୍ତ୍ତ ରହିଛି। କ୍ରିକେଟ ଫ୍ୟାନମାନଙ୍କ ପାଇଁ ଏହା ଉପଯୋଗୀ ରେଷ୍ଟୁରାଣ୍ଟ’ ବୋଲି ଗାଙ୍ଗୁଲି କହିଛନ୍ତି। ରେଷ୍ଟୁରାଣ୍ଟରେ ସ୍ଥାନ ପାଇଥିବା ସ୍ମାରକୀରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ, ଭିଭିଏସ୍‌ ଲକ୍ଷ୍ମଣ, ଶାହିଦ ଆଫ୍ରିଦୀ, କ୍ରିସ ଗେଲ, ଡେଭିଡ ଓ୍ବାର୍ନରଙ୍କ ଭଳି ବହୁ କ୍ରିକେଟରଙ୍କ ହସ୍ତାକ୍ଷର ରହିଛି। ବିଭିନ୍ନ ଆଇପିଏଲ ଫ୍ରାଞ୍ଚାଇଜରେ କାର୍ଯ୍ୟ କରିଥିବା ମୋଇନ ବିନ ମକସୁଦ ଏହି ସବୁ ସ୍ମାରକୀକୁ ସଂଗ୍ରହ କରିଛନ୍ତି। ଏହି ରେଷ୍ଟୁରାଣ୍ଟରେ ପ୍ୟାଭିଲିୟନ ମଧ୍ୟ ରହିଛି। ଏଠାରେ ପାରମ୍ପରିକ ତନ୍ଦୁର, ଇଣ୍ଡିଆନ ଓ ଚାଇନିଜ ଫୁଡ୍‌ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧାଓ୍ବନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ‘ବେବି ଏବି’, ରଚିଲେ ଇତିହାସ

ନୂଆଦିଲ୍ଲୀ,୪।୨: ଏବି ଡି’ଭିଲିୟର୍ସ ବିଶ୍ୱର ସବୁଠାରୁ ପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଜଣେ। କ୍ରିକେଟରଙ୍କ ଅବସରକୁ ଏକ ବର୍ଷ ପୁରି ନ ଥିବା ବେଳେ ଏବେ କ୍ରିକେଟ...

ପ୍ରିକ୍ୱାର୍ଟର ଫାଇନାଲରେ କାଶ୍ୟପ, ସୌରଭ

କାଲଗାରୀ,୪।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଓ ଜାତୀୟ ଚାମ୍ପିୟନ ସୌରଭ ବର୍ମା ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ କାନାଡା...

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ...

ସାଇବର କ୍ରାଇମ ଶିକାର ହେଲେ ପୂର୍ବତନ ଅଷ୍ଟ୍ରେଲିଆ କୋଚ୍‌

ସିଡ୍‌ନୀ,୮।୧- ଅଷ୍ଟ୍ରେଲିଆର ପୂର୍ବତନ କୋଚ୍‌ ଡାରେନ ଲିମ୍ୟାନ ସାଇବର କ୍ରାଇମ ଶିକାର ହୋଇଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରିଦିଆଯାଇଛି। ଆକାଉଣ୍ଟର ନାମ ପରିବର୍ତ୍ତନ କରି...

ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି...

ଆଇପିଏଲ୍‌: ସାମ୍‌ସନ- ସାଙ୍ଗକାରାଙ୍କ ଉପରେ ରାଜସ୍ଥାନର ଭାଗ୍ୟ ନିର୍ଭର କରେ

ନୂଆଦିଲ୍ଲୀ,୮।୪(ପି.ଟି.): ଆଉ ଗୋଟିଏ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଉଇକେଟକିପର...

ପୂର୍ବତନ କ୍ରିକେଟର୍‌ ଶେୟାର କଲେ ଏମିତି ଫଟୋ, ଦେଖିଲେ ହସି ହସି ଗଡିଯିବେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ମହମ୍ମଦ କୈଫ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଫଟୋ ଶେୟାର କରିଛନ୍ତି। ଯାହା ଦେଖିଲେ ଆପଣ ନ ହସି...

ରାଞ୍ଚି ରେ ଧୋନୀଙ୍କ ଅଭ୍ୟାସ

ନୂଆଦିଲ୍ଲୀ, ୮।୮-ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସେପ୍ଟେମ୍ବରରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣ ଜନିତ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି...

Advertisement
Archives

Model This Week