Posted inଖେଳ

କ୍ରିକେଟ୍‌ ଅଷ୍ଟ୍ରେଲିଆ ସିଇଓ ଦୌଡ଼ରେ ଷ୍ଟ୍ରସ୍‌

ମେଲବୋର୍ନ, ୧୮।୬- କରୋନା ମହାମାରୀ ଲାଗି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ଲାଗି ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ଆଣ୍ଡ୍ରିଉ ଷ୍ଟ୍ରସ୍‌ ଦୌଡ଼ରେ ରହିଛନ୍ତି। ନିକଟରେ କେଭିନ୍‌ ରବଟର୍‌ସ ସିଏର ସିଇଓ ପଦରୁ ଇସ୍ତଫା ଦେବାପରେ ଏହା ଖାଲି ପଡ଼ିଥିଲା। କରୋନା ମହାମାରୀ ବ୍ୟାପିବା ପରଠାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆର୍ଥିକ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ଏହି ସମସ୍ୟାରୁ ବର୍ତ୍ତିବା ଲାଗି ରବଟର୍‌ସ ଏପ୍ରିଲରେ ସିଏର ୮୦ ପ୍ରତିଶତ କର୍ମଚାରୀଙ୍କ ପାଉଣା କମ୍‌ କରିଦେଇଥିଲେ। ସେହିଭଳି ସିଏ ବୁଧବାର ବ୍ୟାଟିଂ କୋଚ୍‌ ଗ୍ରେମ୍‌ ହିକ୍‌ଙ୍କୁ ମିଶାଇ ଏହାର ୪୦ ଜଣ କର୍ମଚାରୀଙ୍କୁ ଛଟେଇ କରିଦେଇଛି। ତେବେ କିଛି ନିଷ୍ପତ୍ତି ଲାଗି ରବଟର୍‌ସଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସ୍ଥାନୀୟ ପ୍ରମୁଖ ଗଣମାଧ୍ୟମ ‘ଦି ଅଷ୍ଟ୍ରେଲିଆନ’ ରିପୋର୍ଟ ଅନୁଯାୟୀ, କ୍ରିକେଟ୍‌ ଅଷ୍ଟ୍ରେଲିଆର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସିଇଓ ପଦ ପାଇଁ ଷ୍ଟ୍ରସ୍‌ଙ୍କୁ ଆବେଦନ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଷ୍ଟ୍ରସ୍‌ ଏଥିପୂର୍ବରୁ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ୨୦୦୦୩ରୁ ୨୦୧୧ ପର୍ଯ୍ୟନ୍ତ ଷ୍ଟ୍ରସ୍‌ ଇଂଲଣ୍ଡ ଜାତୀୟ ଦଳ ପକ୍ଷରୁ ୧୦୦ ଟେଷ୍ଟ, ୧୨୭ ଦିନିକିଆ ଓ ୪ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିଳମ୍ବରେ ହେଉ ପଛେ ଫେରିଲେ’

ମୁମ୍ବାଇ,୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି ରବିନ୍ଦ୍ର ଜାଡେଜା। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀଙ୍କୁ...

ରୋଭର୍ସ ଆଥ୍‌ଲେଟିକ କ୍ଲବ ବିଜୟୀ

କଟକ,୮।୭,(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ରୋଭର୍ସ ଆଥଲେଟିକ କ୍ଲବ ବିଜୟୀ ହୋଇଛି। ରୋଭର୍ସ ୩-୧ ଗୋଲରେ...

ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା

ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ...

ଲକ୍‌ଡାଉନ୍‌ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍‌ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ...

ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି

ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ...

ବିଶ୍ୱକପ୍‌ ପୂର୍ବରୁ ଶାମିଙ୍କୁ ଆଶ୍ୱସ୍ତି, ପତ୍ନୀଙ୍କ ସହ ବିବାଦ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ,୨୦।୯: ଭାରତୀୟ କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଙ୍ଗଳବାର ପତ୍ନୀ ନିର୍ଯ୍ୟାତନା ମାମଲାରେ ଏକ ବଡ ଆଶ୍ୱସ୍ତି ମିଳିଛି। ଶାମିଙ୍କୁ ଅଲିପୁର...

ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଲା ବିସିସିଆଇ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣି ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଛି। ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବାର କିଛି...

ହାର୍ଦ୍ଦିକଙ୍କ ଅସନ୍ତୋଷ ପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୩୧।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ଇକାନା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ପ୍ରଶଂସକଙ୍କ ସହ ଉଭୟ ଟିମ୍‌ ଲାଗି...

Advertisement
Archives

Model This Week