ଜୋହାନ୍ସବର୍ଗ,୧୯।୧: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ସେ ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୩୯ ବର୍ଷୀୟ ଆମ୍ଲା ତାଙ୍କ କ୍ୟାରିୟରରେ ଏକ ତ୍ରିଶତକ ହାସଲ କରିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ଖେଳାଳିଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ। ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛି।
ଦକ୍ଷିଣ ଆଫ୍ରିକାର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହାସିମ ଆମଲା ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆମଲାଙ୍କ କ୍ୟାରିଅର୍ ପ୍ରାୟ ଦୁଇ ଦଶନ୍ଧି ବ୍ୟାପିଥିଲା। ଏହି ସମୟରେ ସେ ଅନେକ ରେକର୍ଡ ଭାଙ୍ଗିଥିଲେ।
ଆମଲା ତାଙ୍କ କ୍ୟାରିୟରରେ ୩୪,୧୦୪ ରନ ସ୍କୋର କରିଥିଲେ। ଏଥିମଧ୍ୟରୁ ୨୦୦୪ରୁ ୨୦୧୯ ମଧ୍ୟରେ ତାଙ୍କର ୧୨୪ ଟେଷ୍ଟ ମ୍ୟାଚରେ ୯,୨୮୨ ରନ କରିଥିଲେ। ୨୦୧୨ରେ ଆମଲା ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୩୧୧ ଖେଳିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରରେ ୨୮ ଶତକ ଏବଂ ୪୧ ଅର୍ଦ୍ଧଶତକ ହାସଲ କରିଥିଲେ। ଟେଷ୍ଟ ଫର୍ମାଟରେ ଦକ୍ଷିଣ ଆଫ୍ରିକା ପାଇଁ ତ୍ରିଶତକ ହାସଲ କରିଥିବା ସେ ମଧ୍ୟ ପ୍ରଥମ ଖେଳାଳି।
ଡର୍ବାନରେ ଜନ୍ମଗ୍ରହଣ କରିଥିବା ହାସିମ ଆମଲା ତାଙ୍କ କ୍ୟାରିୟରରେ ୧୮୧ଟି ଦିନିକିଆ ଏବଂ ୪୪ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଦିନିକିଆରେ ସେ ୨୭ ଶତକ ସହିତ ୮୧୧୩ ରନ ସ୍କୋର କରିଥିବାବେଳେ ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ସେ ୮ ଅର୍ଦ୍ଧଶତକ ସହ ୧୨୭୭ ରନ ସ୍କୋର କରିଥିଲେ।

୧୪୩୬ କିମି ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଏହି ଯୁବକ: ଧୋନୀଙ୍କୁ ଭେଟି କହିଲେ…
ରାଞ୍ଚି,୧୮।୧୧:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଦେଇସାରିଥିଲେ ମଧ୍ୟ ତାଙ୍କ...

ଡିସେମ୍ବର ୧୯ରେ ଆଇପିଏଲ୍ ଖେଳାଳି ନିଲାମ କୋଲକାତାରେ
ମୁମ୍ବାଇ,୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣର ଖେଳାଳି ନିଲାମ କୋଲକାତାରେ ଆସନ୍ତାମାସ ୧୯ ତାରିଖରେ ଆୟୋଜନ ହେବ। ମଙ୍ଗଳବାର ଏଠାରେ ଆୟୋଜିତ...

ରେକର୍ଡଠୁ ହାତେ ଦୂରରେ ଅଶ୍ୱିନ
କାନପୁର,୨୪।୧୧: ଏଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଖରେ ଭେଟେରାନ ଅଫ୍ ସ୍ପିନର ହରଭଜନ...

ସାମ୍ସନଙ୍କ ନିଷ୍ପତ୍ତି ଠିକ୍ ଥିଲା
ମୁମ୍ବାଇ, ୧୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ସୋମବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମାତ୍ର ୪ ରନରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା। ହାଇସ୍କୋରିଂ ମ୍ୟାଚରେ...

ଭାଇରାଲ ହେଉଛି ମହମ୍ମଦ ଆଝାରୁଦ୍ଦିନଙ୍କ ବକେଟ୍ ଲିଷ୍ଟ
ମୁମ୍ବାଇ,୧୫।୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ୩୭ ବଲରେ ବିସ୍ଫୋରକ ଶତକ ହାସଲ କରିଥିବା କେରଳ ଓପନର ମହମ୍ମଦ ଆଝାରୁଦ୍ଦିନ ବେଶ୍ କିଛି...

ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସର୍ବାଧିକ ମହିଳା ଶୁଟର
ନୂଆଦିଲ୍ଲୀ, ୧୧।୭(ପି.ଟି.): ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ପ୍ରଥମଥର ପାଇଁ ପୁରୁଷ ପ୍ରତିଯୋଗୀଙ୍କ ଅପେକ୍ଷା ସର୍ବାଧିକ ମହିଳା ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ମହିଳା...

ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଦଳରୁ ବାହାର ହେଲେ ଏହି ପ୍ରମୁଖ ଖେଳାଳି
ନୂଆଦିଲ୍ଲୀ,୧୮।୧୧: ନଭେମ୍ବର ୨୭ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଏହାର ଦଶ ଦିନ ପୂର୍ବରୁ ଅଷ୍ଟ୍ରେଲିୟ ଦଳକୁ ବଡ଼ ଝଟକା ଲାଗିଛି।...

ଇଣ୍ଡିଆନ ସୁପର ଲିଗ୍: ଏଟିକେର ବୃହତ୍ ବିଜୟ
କୋଲକାତା,୨୬।୧୦(ପି.ଟି.): ଚଳିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ(ଆଇଏସ୍ଏଲ୍)ର ଷଷ୍ଠ ମ୍ୟାଚରେ ଘରୋଇ ଏଟିକେ ଏଫସି ଏକ ବୃହତ୍ ବିଜୟ ହାସଲ କରିଛି। ଏଟିକେ ପଦାର୍ପଣ...