Posted inଖେଳ

କୋହଲି, ରାହାନେଙ୍କ ଅର୍ଦ୍ଧଶତକ: ଭାରତ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଅଧିନାୟକ ବିରାଟ କୋହଲି ଓ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ସ୍ଥିତି ଦୃଢ଼ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ପ୍ରଥମ ଇନିଂସରେ ୯୬.୪ ଓଭରରେ ୨୯୭ ରନକରି ଅଲଆଉଟ୍‌ ହୋଇଥିଲ। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଆରମ୍ଭ କରି ୭୪.୨ ଓଭରରେ ୨୨୨ ରନ କରିଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୭୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭୨ ଓଭରରେ ୩ ଉଇକେଟ ହରାଇ ୧୮୫ ରନ ସଂଗ୍ରହ କରିଛି। ଫଳରେ ଭାରତ ୭ ଉଇକେଟ ବାକି ରଖି ମୋଟ ଉପରେ ୨୬୦ ରନର ଅଗ୍ରଣୀ ହାସଲ କରି ମ୍ୟାଚ୍‌କୁ ନିୟନ୍ତ୍ରଣକୁ ଆଣିଛି। ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୫୧ ଓ ରାହାନେ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଓପନର ଲୋକେଶ ରାହୁଲ ୩୮, ମୟଙ୍କ ଅଗ୍ରଓ୍ବାଲ ୧୬, ଚେତେଶ୍ୱର ପୂଜାର ୨୫ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ରୋଷ୍ଟନ ଚେଜ ୨ ଓ କେମର ରୋଚ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୮୯/୮ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଜାସନ ହୋଲ୍ଡର ୧୦ ଓ ମିଗୁଏଲ କୁମିନ୍ସ ବିନା ସ୍କୋରରୁ ଖେଳ ଆରମ୍ଭ କରିଥିଲେ। ତେବେ ଏହି ଦୁଇ ବ୍ୟାଟ୍ସମ୍ୟାନ ଦୀର୍ଘ ସମୟଧରି ବ୍ୟାଟିଂ କରିବା ସହ ନବମ ଉଇକେଟରେ ୪୧ ରନ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଏହି ଯୋଡି ଭାଙ୍ଗିବାକୁ ଭାରତକୁ ୧୦୫ଟି ବଲ୍‌ ଆବଶ୍ୟକ କରିଥିଲା। ହୋଲ୍ଡର ୬୫ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ସହ ୩୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ମହମ୍ମଦ ସାମିଙ୍କ ଅଫଷ୍ଟମ୍ପ ବାହାର ବଲକୁ ଖେଳିବାକୁ ହୋଲ୍ଡର ପ୍ରୟାସ କରିଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ଉଇକେଟକିପର ରିଷଭ ପନ୍ତ କ୍ୟାଚ୍‌ ଧରିବାରେ ତ୍ରୁଟି କରି ନ ଥିଲେ। ସାମି ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଏହାପରେ କୁମିନ୍ସ ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାର କ୍ଲିନ୍‌ ବୋଲ୍ଡ ହେବା ପରେ ଓ୍ବେଷ୍ଟଇଣ୍ଡିଜ ଅଲଆଉଟ ହୋଇଥିଲା। କୁମିନ୍ସ ଆଶ୍ଚର୍ଯ୍ୟଜନକ ଭାବେ ୪୫ଟି ବଲ୍‌ ଖେଳିଥିଲେ ମଧ୍ୟ ଖାତା ଖେଳିପାରି ନ ଥିଲେ। ସାନନ୍‌ ଗାବ୍ରିଏଲ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଇଶାନ୍ତ ଶର୍ମା ସର୍ବାଧିକ ୫ ଉଇକେଟ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମି ଓ ଜଡେଜା ୨ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୯୬.୪ ଓଭରରେ ୨୯୭ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୭୪.୨ ଓଭରରେ ୨୨୨ ଅଲଆଉଟ
(ଚେଜ୍‌- ୪୮, ହୋଲ୍ଡର- ୩୯, ହେଟମେୟର- ୩୫, ହୋପ୍‌- ୨୪, କ୍ୟାମ୍ପବେଲ- ୨୩, ଇଶାନ୍ତ- ୫/୪୩, ସାମି- ୨/୪୮, ଜାଡେଜା- ୨/୬୪, ବୁମ୍‌ରା- ୧/୫୫)।
ଭାରତ ଦ୍ୱିତୀୟ ଇନିଂସ-୭୨ ଓଭରରେ ୧୮୫/୩
(କୋହଲି- ୫୧ *, ରାହାନେ- ୫୩* , ରାହୁଲ- ୩୮, ମୟଙ୍କ- ୧୬, ପୂଜାରା- ୨୫, ଚେଜ୍‌- ୨/୬୯, ରୋଚ୍‌- ୧/୧୮)।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?