Posted inଖେଳ

କୋହଲିଙ୍କୁ ଭାଲୁ ସହ ତୁଳନା କଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୧।୬- ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଶେଷଥର ପାଇଁ ଭାରତ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା ସେଠାରେ ଟେଷ୍ଟ ସିରିଜ ବିଜୟୀ ହେବାର ସୌଭାଗ୍ୟ ଲାଭ କରିଥିଲା। ଅଷ୍ଟ୍ରେଲିଆ ମାଟିରେ ଭାରତର ଏହା ପ୍ରଥମ ଟେଷ୍ଟ ସିରିଜ ବିଜୟ ଥିଲା। ବିରାଟ କୋହଲି ଓ ଷ୍ଟିଭ ସ୍ମିଥ୍‌ଙ୍କ ପରି ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ଉଭୟ ଦଳରେ ରହିଥିବାରୁ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଏହି ସିରିଜ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ତେବେ ଏହି ସିରିଜରେ ଭାରତୀୟ ଦଳର ଅଧିନାୟକ କୋହଲିଙ୍କୁ ସ୍ଲେଜିଂ କରିବାର କିଛି ଯୋଜନା ନାହିଁ ବୋଲି ଦୁର୍ଦ୍ଦର୍ଷ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ‘ଆମ ଟିମ୍‌ ପାଖରେ ଏମିତି କୌଣସି କାରଣ ନାହିଁ ଯେଉଁଥି ପାଇଁ କି ଆମେ ବିରାଟଙ୍କୁ ସ୍ଲେଜିଂ କରିବୁ। ଆମେ ବିରାଟଙ୍କୁ ଟାର୍ଗେଟ୍‌ କରିବୁ ନାହିଁ। ତାଙ୍କୁ ଟାର୍ଗେଟ୍‌ କରିବା ଅର୍ଥ ଭାଲୁ ଟାର୍ଗେଟ୍‌ କରିବା ପରି ହେବ। କୋହଲି ଏଭଳି ଜଣେ ଖେଳାଳି ଯାହାଙ୍କ ସହ ଲାଗିପାରିବ ନାହିଁ। ତାଙ୍କ ସହ ଲାଗିବା ଅର୍ଥ ତୁମ ପାଇଁ ସମସ୍ୟା ବଢ଼ିପାରେ’ ବୋଲି ଓ୍ବାର୍ନର ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଡିସେମ୍ବର ୩ରେ ୪ ମ୍ୟାଚ୍‌ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ବ୍ରିସବେନର ଆଇକନିକ ଗାବା ଷ୍ଟାଡିୟମ ପ୍ରଥମ ଟେଷ୍ଟ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସି ଖବର, ଷ୍ଟାଡିୟମରେ ବସି ଭାରତ-ଇଂଲଣ୍ଡ ମ୍ୟାଚ୍‌ ଉପଭୋଗ କରିପାରିବେ ଦର୍ଶକ!

ଚେନ୍ନାଇ,୨୨।୧: ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ସିରିଜରେ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳେ। ଚେନ୍ନାଇର ଚେପାକ ଷ୍ଟାଡିୟମ ଏବଂ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ...

ୟୁଏସ୍‌ ଓପନରୁ ଓହରିଲେ ଏହି ୨ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ, ୮ା୮ (ଏପି)-କରୋନା ଭାଇରସ ଆଶଙ୍କାରେ ଆଉ ଦୁଇଜଣ ଟପ୍‌ ମହିଳା ଟେନିସ ଖେଳାଳି ଏଲିନା ସ୍ବିତୋଲିନା ଓ କିକି ବର୍ଟେନ୍ସ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ...

ମା’ଙ୍କ ଦେହ ଖରାପ ଯୋଗୁ ଦଳ ସହ ଯିବେ ନାହିଁ ହରଭଜନ

ଚେନ୍ନାଇ, ୨୦।୮: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ଭାଗନେବା ଲାଗି କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଦଳ ଗୁରୁବାର ୟୁଏଇ ଅଭିମୁଖେ ଯାତ୍ରା କରିଛନ୍ତି।...

ସୟଦ ମୁସ୍ତାକ ଅଲି ଟି୨୦ : ମୁମ୍ବାଇକୁ ଜିତାଇଲେ ସୂର୍ଯ୍ୟ କୁମାର

ସୁରତ, ୨୬।୧୧ (ପି.ଟି.)- ଏଠାରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ପ୍ରତିଯୋଗିତାର ସୁପର ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ...

‘ରନ୍‌ ମେଶିନ’ ପାଲଟିଲେ ଋତୁରାଜ…

ଅହମ୍ମଦାବାଦ,୩।୧୨: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ଖେଳି ସେ ୧୩୧ ବଲ୍‌ରେ...

ପ୍ରୋ କବାଡ଼ି ଲିଗ୍‌: ଷ୍ଟିଲର୍ସ, ପଲ୍‌ଟନ ବିଜୟୀ

ପୁନେ, ୧୫।୯ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶନିବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ଓ ପୁନେରୀ ପଲ୍‌ଟନ ବିଜୟୀ ହୋଇଛନ୍ତି। ଶ୍ରୀ...

ଭାରତକୁ ମ୍ୟାଚ୍‌ ଜିତାଇ ପାରିଲେନି ଦୀପକ ଚହର, ପ୍ରେମିକା କହିଲେ…

କେପ୍‌ଟାଉନ୍‌,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ବିଜୟର ଦ୍ୱାର ଦେଶରେ ପହଞ୍ଚିବା ପରେ ତୃତୀୟ ଦିନିକିଆରେ ହାରିଯାଇଛି। ଶେଷ ୨ ଓଭରରେ ଭାରତକୁ ୮...

ଜନ୍ମ ପରେ ମତ୍ସଜୀବୀଙ୍କ ପିଲା ସହ ଅଦଳବଦଳ ହୋଇଯାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର; ଏପରି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଇତିହାସରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ କିମ୍ବଦନ୍ତୀ ବା ମହାନ...

Advertisement
Archives

Model This Week