Posted inଖେଳ

କୋହଲିଙ୍କୁ ଦଳରେ ନେବା ସପକ୍ଷରେ ନ ଥିଲେ ଧୋନୀ, କର୍ଷ୍ଟେନ

ମୁମ୍ବାଇ,୨୨।୪(ପିଟି)- ଜାତୀୟ ଦଳରେ ବିରାଟ କୋହଲିଙ୍କ ଖେଳିବା ସପକ୍ଷରେ ନ ଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ମୁଖ୍ୟ କୋଚ୍‌ ଗ୍ୟାରୀ କର୍ଷ୍ଟେନ। ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର। କୋହଲିଙ୍କୁ ଜାତୀୟ ଦଳରେ ଖେଳାଇବା ନେଇ ମୁଁ ପ୍ରଥମେ ପ୍ରସ୍ତାବ ଦେଇଥିଲି। ହେଲେ ଧୋନୀ ଓ କର୍ଷ୍ଟେନ ମୋ କଥା କର୍ଣ୍ଣପାତ କରି ନ ଥିଲେ ବୋଲି ରବିବାର ‘ହାଓ୍ବଜାଟ’ ନାମକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି। ଦେଶର ଉଦୀୟମାନ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ଦିଆଯାଏ। ସେତେବେଳେ ମୁଁ ଚୟନ କମିଟି ମୁଖ୍ୟ ପଦରେ ଥିଲି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ କୋହଲିଙ୍କ ପ୍ରଦର୍ଶନ ଦେଖିବା ପରେ ମୁଁ ତାଙ୍କୁ ଜାତୀୟ ଦଳରେ ଚୟନ କରିବାକୁ ପ୍ରସ୍ତାବ ଦେଇଥିଲି। ହେଲେ ଅଧିନାୟକ ଧୋନୀ ଓ କୋଚ୍‌ କର୍ଷ୍ଟନ ଅଲଗା ମତ ଦେଇଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପରେ କୋହଲିଙ୍କୁ ଆହୁରି ମ୍ୟାଚ୍‌ ଖେଳିବାର ଆବଶ୍ୟକ ଥିବା ଉଭୟେ କହିଥିଲେ। କିନ୍ତୁ ମୁଁ କୋହଲିଙ୍କୁ ଜାତୀୟ ଦଳକୁ ଆଣିବା ସପକ୍ଷରେ ଥିଲି। ଏଣୁ ଏସ୍‌. ବଦ୍ରିନାଥଙ୍କୁ ଦଳରୁ ବାଦ୍‌ ଦିଆଯାଇ କୋହଲିଙ୍କୁ ଦଳରେ ସାମିଲ କରାଯାଇଥିଲା ବୋଲି ଭେଙ୍ଗସରକାର କହିଛନ୍ତି। ୨୦୦୮ ଅଗଷ୍ଟ ୧୮ ତାରିଖରେ କୋହଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂର୍ବତନ କ୍ରିକେଟ ପ୍ରଶାସକ ଆହୁରି କହିଛନ୍ତି, ତାଙ୍କ ଯୋଗୁ ସଚିନ ତେନ୍ଦୁଲକରଙ୍କୁ ବମ୍ବେ (ଏବେ ମୁମ୍ବାଇ) ଦଳରେ ସ୍ଥାନ ମିଳିଥିଲା। ସଚିନ ବହୁତ ଯୁବ ଥିବାରୁ ତାଙ୍କ ନିଷ୍ପତ୍ତିକୁ କେହି ସମର୍ଥନ କରି ନ ଥିଲେ। ଉଲ୍ଲେଖଥାଉ କି, ଭେଙ୍ଗସରକାର ବମ୍ବେ ଦଳର ଅଧିନାୟକ ଥିବାବେଳେ ସଚିନ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ନାଁରେ ରହିଛି ଏହି ଲଜ୍ଜାଜନକ ରେକର୍ଡ, କରିହେବ ନାହିଁ ବିଶ୍ୱାସ

ଆଇପିଏଲ୍‌ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଫାଇନାଲକୁ ସିଧା...

ହ୍ୟାଟ୍ରିକ ମ୍ୟାନ୍‌ ଚହରଙ୍କୁ୍‌ ପୂର୍ବତନ କ୍ରିକେଟରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୧।୧୧- ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ଉଇକେଟ ହାସଲ କରିବା ପରେ ମିଡିୟମ ପେସର ଦୀପକ ଚହରଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପୂର୍ବତନ...

କାଉଣ୍ଟି କ୍ରିକେଟ ନ ଖେଳନ୍ତୁ ବୁମ୍‌ରା

ନୂଆଦିଲ୍ଲୀ, ୧୧ା୫ (ପି.ଟି.)-ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳି କାଉଣ୍ଟି କ୍ରିକେଟ ଖେଳିବା ଲାଗି ବ୍ୟଗ୍ର ହେବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର...

ବିଶ୍ୱରେକର୍ଡ କଲେ ୪୧ ବର୍ଷୀୟ କ୍ରିକେଟର୍‌

ସୟଦ ମୁସ୍ତାକ ଅଲି ଟ୍ରଫି ଚଳିତ ସିଜନରେ ଯୁବ ଖେଳାଳିମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। କିନ୍ତୁ ରବିବାର ପୁଡୁଚେରୀର ୪୧ ବର୍ଷୀୟ ପେସର୍‌ ସାନ୍ଥା...

ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍‌ ମେସେଜ

ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି।...

କ୍ରିକେଟ ଜୀବନର ଶ୍ରେଷ୍ଠ ଦିନ ବାଛିଲେ ସଚିନ

ନୂଆଦିଲ୍ଲୀ,୧୬।୫ : କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ରବିବାର ୨୦୧୧ ବିଶ୍ୱକପ୍‌ ବିଜୟୀକୁ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ଦିନ ଭାବେ ଅଭିହିତ କରିଛନ୍ତି। କାରଣ...

ପଡ଼ିଆରେ ଅମ୍ପାୟାର୍‌ଙ୍କ ଏଭଳି ଶୈଳୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୬।୧୨: ମ୍ୟାଚ୍‌ରେ ଅମ୍ପାୟାରିଂ କରିବା ପ୍ରକୃତରେ ଏକ କଷ୍ଟକର କାର୍ଯ୍ୟ। ଅନ-ଫିଲ୍ଡ କିଛି ସେକେଣ୍ଡ ମଧ୍ୟରେ ଅମ୍ପାୟାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥାଏ। ଏହି...

ଜବରଦସ୍ତ ଫର୍ମରେ ଅଧିନାୟକ: ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ମାରି ଭାଙ୍ଗିଲେ ଏକାଧିକ ରେକର୍ଡ

ପୁଣେ,୨୩।୩: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ନୂଆ ଉପଲବ୍ଧି ହାସଲ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ଖେଳାଯାଉଥିବା...

Advertisement
Archives

Model This Week