କୋରିଆ କାର୍‌ଭାନ୍‌

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କୋରିଆ ରିପ୍ଲବିକ୍‌ ରାଷ୍ଟ୍ରଦୂତଙ୍କ ଦ୍ୱାରା ପ୍ରତିବର୍ଷ ଭାରତର ଦୁଇଟି କିମ୍ବା ତିନୋଟି ରାଜ୍ୟରେ ଆୟୋଜିତ ହେଉଥିବା ‘କୋରିଆ କାରଭାନ୍‌’ କାର୍ଯ୍ୟକ୍ରମ ଚଳିତବର୍ଷ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା କୋରିଆ ଏବଂ ଓଡ଼ିଶା ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ବାଣିଜ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ ସମ୍ବନ୍ଧକୁ ବିକଶିତ କରିବା। କାର୍ଯ୍ୟକ୍ରମରେ ବିଶ୍ୱପ୍ରସିଦ୍ଧ କୋରିଆ ଟାଏକୋଣ୍ଡୋ ତରଫରୁ ଦମଦାର ଟାଏକୋଣ୍ଡୋ ପ୍ରଦର୍ଶିତ ହୋଇଥିଲା। ୪୬ଜଣ କୋରିଆ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଏହି ଟାଏକୋଣ୍ଡୋ ଭୁବନେଶ୍ୱରରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଅବସରରେ କୋରିଆ ରାଷ୍ଟ୍ରଦୂତ ସିନ୍‌ ବଙ୍ଗକିଲ୍‌ କହିଥିଲେ, ଭାରତର ୨୮ଟି ରାଜ୍ୟ ୨୮ଟି ଦେଶ ଭଳି ମନେହୁଏ। ଜାତି, ଭାଷା, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ଲାଗନ୍ତି। ଓଡ଼ିଶା ଓ କୋରିଆ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଓଡ଼ିଶାରେ ଯେଉଁ ପ୍ରାକୃତିକ ସମ୍ବଳ ରହିଛି କୋରିଆ ତାହାକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ଚାହୁଁଛି ବୋଲି ସେ କହିଥିଲେ। ଓଡ଼ିଶାର ସାଂସ୍କୃତିକ ପ୍ରାଚୁର୍ଯ୍ୟତାକୁ ଅନୁଭୂତ କରିବା ପାଇଁ ଏହି ଭ୍ରମଣକାରୀ ପ୍ରତିନିଧି ଦଳ ରାଜ୍ୟରେ ଥିବା ସାଂସ୍କୃତିକସ୍ଥଳ ଗୁଡ଼ିକୁ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟା ବର୍ଷାରେ ଜଳାର୍ଣ୍ଣବ ଭୁବନେଶ୍ୱର

ଭୁବନେଶ୍ୱର,୪।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ହେଲେ ଶନିବାର ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୧ଟାଠାରୁ ୪ଟା ପର୍ଯ୍ୟନ୍ତ...

ମହିଳା ମାଓବାଦୀଙ୍କ ଆମତ୍ସମର୍ପଣ

ମାଲକାନଗିରି, ୨୧।୧(ଡି.ଏନ.ଏ)-ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛି। ସେ ହେଲେ...

ସର୍କୁଲାର ଜାରି କଲେ ପରିବହନ କମିଶନର: ଯେକୌଣସି ଆର୍‌ଟିଓରେ ଡିଏଲ୍‌ ଆବେଦନ କରିହେବ

କଟକ ଅଫିସ, ଭୁବନେଶ୍ୱର,୨ା୧୧ (ବ୍ୟୁରୋ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ...

ଅଭିଯୁକ୍ତଙ୍କ କଥାରେ ରହୁନି ତାଳମେଳ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରଉଚରା କରୁଛି...

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।...

ସବୁଠୁ ତତଲା ଟିଟିଲାଗଡ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ର...

ବୁଣାକାରଙ୍କ ସହ ରହିଛି ‘ବୟନିକା’

ଭୁବନେଶ୍ୱର, ୯। ୮ (ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ...

ସିଡିଏମ୍‌ଓଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ: ଭବିଷ୍ୟତରେ ଓଡ଼ିଶାରେ ଡାକ୍ତର ଅଭାବ ରହିବ ନାହିଁ, ସମସ୍ତଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜ୍ୟରେ ନୂତନ ସ୍ବାସ୍ଥ୍ୟନୀତି ପ୍ରଣୟନ ସହ ଖୁବ୍‌ଶୀଘ୍ର ଭିଜନ-୨୦୨୫ ଅନୁଯାୟୀ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏ ଦିଗରେ ରାଜ୍ୟ ସରକାର...

Advertisement
Archives

Model This Week