Posted inଖେଳ

କୋଭିଡ-୧୯ : ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ୍ ସ୍ଥଗିତ

ଭୁବନେଶ୍ୱର, ୪.୩(କ୍ରୀଡ଼ା ପ୍ରତିନିଧି)-
ଆସନ୍ତା ନଭେମ୍ବର ରେ ଭାରତର ୪ଟି ସ୍ଥାନରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପକୁ ସ୍ଥଗିତ ରଖାଯାଇଛି। ବିଶ୍ଵ ଫୁଟବଲ୍ ର ସର୍ବୋଚ୍ଚ ସଂସ୍ଥା ଫିଫାର ପରାମର୍ଶ କ୍ରମେ ସର୍ବଭାରତୀୟ ଫୁଟବଲ ଫେଡେରେଶନ ଓ ସ୍ଥାନୀୟ ଆୟୋଜକ କମିଟି ପକ୍ଷରୁ ଶନିବାର ଏହା ପ୍ରକାଶ କରା ଯାଇଛି। କରୋନା ଭାଇରସ ସଂକ୍ରମଣ ସାରା ବିଶ୍ବରେ ମହାମାରୀ ଭଳି ପରିସ୍ଥିତି ସ୍ରୁଷ୍ଟି କରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବିଶ୍ୱକପ୍ ନଭେମ୍ବର ୨ରୁ ୨୧ ତାରିଖ ମଧ୍ୟରେ ଭାରତର ୫ ଟି ସ୍ଥାନ ରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ସେ ଗୁଡିକ ହେଲା ଭୁବନେଶ୍ୱର, କୋଲକାତା, ଗୁଆହାଟି, ଅହମ୍ମଦାବାଦ୍ ଓ ନଭି ମୁମ୍ବାଇ।
ଏହି ବିଶ୍ଵକପ ରେ ଆୟୋଜକ ଭାରତ ସମେତ ବିଶ୍ଵ ର ୧୬ ଟି ଦେଶ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। ପ୍ରଥମ ଥର ପାଇଁ ଭାରତ ଏଥିରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିଲା। ଫିଫା କନଫେଡେ଼ରେଶନ୍ ୱର୍କି ଗ୍ରୁପ୍ ଏ ନେଇ ନିଷ୍ପତ୍ତି ନେଇଛି। ବିଶ୍ଵକପ୍ ନୂଆ କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ ବୋଲି ଫିଫା କହିଛି।
ଅନ୍ୟ ପଟେ ଫିଫା ଏଭଳି ନିଷ୍ପତ୍ତି ନେବା ବୋଲି ଆଶା କରାଯାଉ ଥିଲା ବୋଲି ଏଆଇଏଫଏଫ କହିଛି। କୋଭିଡ଼ ୧୯ କାରଣରୁ ପ୍ରାୟ ଅଧିକାଂଶ ଖେଳ ବାତିଲ କିମ୍ବା ସ୍ଥଗିତ ହୋଇଛି। ତେଣୁ ଏହି ବିଶ୍ଵ କପ୍ ସ୍ଥଗିତ ହୋଇଛି। ଆମକୁ ଏହାକୁ ଗ୍ରହଣ କରିବାକୁ ହେବା ବୋଲି ଏଆଇ ଏଫ୍ ଏଫ୍ ସାଧାରଣ ସମ୍ପାଦକ କୁସଲ୍ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଫାଇନାଲରେ ପହଞ୍ଚିପାରିବନି ଭାରତ

ନୂଆଦିଲ୍ଲୀ,୧୦।୧୦: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଭାରତ ବିଶ୍ୱକପ ଜିତିବା ସମ୍ଭାବନା ସହ ଜଡିତ ଏକ...

ଶହୀଦଙ୍କୁ ସଲାମ କଲେ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୫।୪: ଛତିଶଗଡରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ଦେଶର ୨୨ ସାହସୀ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଅନେକ ଗୁରୁତର ଆହତ ହୋଇଛନ୍ତି। ଏତେ ସଂଖ୍ୟକ...

ଧୋନୀଙ୍କ ପଣ୍ଡିତ ଅବତାର

ନୂଆଦିଲ୍ଲୀ,୧୧।୮:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖନ୍ତି ନାହିଁ। କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ...

ରାଇଜିଂ ଷ୍ଟାରଙ୍କ ଆକ୍ସନ ଅପେକ୍ଷାରେ କଳିଙ୍ଗ

ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଟୁର୍ନାମେଣ୍ଟରେ ଆମେରିକା ଓ ବ୍ରାଜିଲ ପରି ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ବିପକ୍ଷରେ ଖେଳିବାକୁ ଥିଲେ ହେଁ ଭାରତର ଭଲ ପ୍ରଦର୍ଶନକୁ...

୧୫୭ ରନ୍‌ ଦୂରରେ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ୍‌, ୭।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ୍‌ ଟେଷ୍ଟ ଜିତିବା ପାଇଁ ଭାରତକୁ ଦରକାର ଆଉ ୧୫୭ ରନ୍‌। ୨୦୯ ରନ୍‌ର...

ଟି-୨୦ ବିଶ୍ୱକପ୍‌ ପାଇଁ ନିଜ ଦଳ ବାଛିଲେ ଗାଭାସ୍କର: ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ବାଦ୍‌

ନୂଆଦିଲ୍ଲୀ,୮।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯିବ। ଦଳ ଘୋଷଣା ପୂର୍ବରୁ ଏହା କୁହାଯାଉଛି ଯେ,...

ଆଇପିଏଲରେ ହର୍ଶଲଙ୍କ ସ୍ବତନ୍ତ୍ର ରେକର୍ଡ

ମୁମ୍ବାଇ,୩୧।୩: ଚଳିତ ଆଇପିଏଲରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ...

ଭାଙ୍ଗିଲା ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ

ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର...

Advertisement
Archives

Model This Week