କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର ଏ ନେଇ ସୂଚନା ଦିଆଯାଇଛି। ୬୯ ବର୍ଷୀୟ ଏହି ପୂର୍ବତନ ଫୁଟବଲର ତଥା ଅନ୍ତର୍ଜାଜୀତୟ ଷ୍ଟ୍ରାଇକର ସେଲ୍‌ଟିକ କ୍ଲବ ତରଫରୁ ଖେଳି କ୍ୟାରିୟର ଆରମ୍ଭ କରିଥିଲେ। ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା ଓ ସେ ମଧ୍ୟ ଆଦୌ ଅସୁସ୍ଥ ନ ଥିଲେ। ତେବେ ଏହା ସତ୍ତ୍ୱେ ସେ କରୋନ ପଜିଟିଭ ଥିବା ଜଣାପଡିଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ସେଲ୍ଫ ଆସୋଲେଶନ ନିଜକୁ ରଖି ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ। ଡଲଗ୍ଲିଶ୍‌ ୧୯୭୭ରେ ଲିଭରପୁଲ କ୍ଲବ୍‌ରେ ଯୋଗ ଦେଇଥିଲେ। ତେବେ ଏହାପୂର୍ବରୁ ସେ ସେଲଟିକ ତରଫରୁ ଖେଳି ୪ଥର ସ୍କଟିଶ ଲିଗ୍‌ ଟାଇଟଲ ଜିତିଥିଲେ। ନିଜର ସ୍ବର୍ଣ୍ଣିମ ୧୩ ବର୍ଷର କ୍ୟାରିୟରରେ ସେ ୮ଟି ଇଂଲିଶ ଲିଗ୍‌ ଟାଇଟଲ, ୩ ଫା କପ୍‌ ଓ ୩ ୟୁରୋପିଆନ୍‌ କପ୍‌ ଟାଇଟଲ ହାସଲ କରିଥିଲେ। ଲିଭରପୁଲ ତରଫରୁ ସେ ୫୧୫ଟି ମ୍ୟାଚ୍‌ ଖେଳି ୧୭୨ଟି ଗୋଲ ସ୍କୋର କରିଥିଲେ।
କୋଚ୍‌ ହିସାବରେ ତାଙ୍କ ତତ୍ତ୍ୱାବଧାନରେ ବ୍ଲାକ୍‌ବର୍ନ ରୋଭର୍ସ ୧୯୯୫ରେ ପ୍ରିମିୟର ଲିଗ୍‌ ଟାଇଟଲ ହାସଲ କରିଥିଲା। ଡଲ୍‌ଗ୍ଲିସ୍‌ ମଧ୍ୟ ସ୍କଟଲାଣ୍ଡ ତରଫରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୧୮ରେ ତାଙ୍କୁ ମହାରାଣୀ ଏଲିଜାବେଥ-୨ ନାଇଟ୍‌ ଉପାଧିରେ ଭୁଷିତ କରିଥିଲେ। କରୋନା ଭାଇରସ୍‌ରୁ ମୁକ୍ତ ହୋଇ ସେ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ଆଶା କରାଯାଉଛି। ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ବ୍ରିଟେନରେ ୯,୦୦୦ ଲୋକ ପ୍ରାଣ ହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ ପୂର୍ବରୁ ତୁର୍କୀରେ ଟ୍ରେନିଂ ନେବେ ନୀରଜ, ହିମା

ନୂଆଦିଲ୍ଲୀ, ୭।୪(ପି.ଟି.): ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଓ ଧାବିକା ହିମା ଦାସଙ୍କ ସମେତ ଭାରତର ଶ୍ରେଷ୍ଠ କେତେଜଣ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ...

ନିଃସର୍ତ୍ତ ସହଯୋଗ ଲାଗି ଶ୍ରଦ୍ଧାଙ୍କ ଗୁରୁତ୍ୱ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ କ୍ୟୁଟ୍‌ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଏକ ଛୋଟ ହାତୀ ତାର...

ପୁଅକୁ କରୋନା ହୋଇଥିବା ଶୁଣି ହୃଦ୍‌ଘାତରେ ଚାଲିଗଲା ବାପାଙ୍କ ଜୀବନ

ପାତ୍ରପୁର,୧୭ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସପଙ୍ଗ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ କରୋନା ସଂକ୍ରମଣ ହୋଇଥିବା ଖବର ଶୁଣି ବାପାଙ୍କ...

କୋଭିଡ୍‌-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର

ସିଡ୍‌ନୀ,୩।୬(ପି.ଟି.): କୋଭିଡ୍‌- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍‌ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ...

କୋହଲି ଜଣେ ମଣିଷ, ମେଶିନ ନୁହେଁ

ନୂଆଦିଲ୍ଲୀ, ୨୭।୯:କିଙ୍ଗସ ଏକାଦଶ ପଞ୍ଜାବଙ୍କ ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କୁ କଡ଼ା ସମାଲୋଚନା କରାଯାଇଛି। କୋହଲି କେବଳ ପଞ୍ଜାବ ବିପକ୍ଷରେ...

ମ୍ୟାଚ୍‌ ଫିକ୍ସିଂ ମାମଲା: ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ,୨।୫ (ପି.ଟି.): ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ହାନ୍ସି କ୍ରୋନିଏ ସାମିଲ ଥିବା ବହୁ ଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ମାମଲାରେ ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ...

ଜାପାନକୁ ହାଲ୍‌କା ନେଉନାହୁଁ: ରିଡ୍‌

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଜାପାନ ବିପକ୍ଷ ସେମିଫାଇନାଲକୁ ଗୁରୁତ୍ୱର ସହ ନେଉଛନ୍ତି ଭାରତ କୋଚ୍‌ ଗ୍ରାହାମ୍‌...

ଖରାରେ କଠିନ ଅଭ୍ୟାସ ପରେ ଆଇସ୍‌ ବାଥ୍‌ର ମଜା ନେଲେ କୋହଲି

ଦୁବାଇ, ୩।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଆଇପିଏଲ୍‌କୁ ଭାରତ...

Advertisement
Archives

Model This Week