Posted inଖେଳ

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ ଆୟୋଜନ ହେବାକୁ ଥିବା ଶୁଟିଂ ବିଶ୍ୱକପ୍‌କୁ ମଧ୍ୟ ବାତିଲ କ ରାଯାଇଛି। ଏହି ଶୁଟିଂ ବିଶ୍ୱକପ୍‌ ପ୍ରଥମେ ମାର୍ଚ୍ଚ ୧୫ରୁ ୨୦ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବାର ଠିକ୍‌ ୪ ଦିନ ପୂର୍ବରୁ ଏହା ମେଗା ଇଭେଣ୍ଟକୁ ମେ’ ମାସକୁ ଘୁଞ୍ଚାଇ ଦିଆଯାଇଥିଲା। କୋଭିଡ-୧୯ ମହାମାରୀ କାରଣରୁ ନୂଆଦିଲ୍ଲୀ ଆୟୋଜକ କମିଟି ଏହି ରାଇଫଲ/ ପିସ୍ତଲ ଓ ଶଟ୍‌ଗନ ବିଶ୍ୱକପ୍‌କୁ ବାତିଲ କରିବାକୁ ବାଧ୍ୟ ହୋଇଛି ବୋଲି ବିଶ୍ୱ ଶୁଟିଂର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) କହିଛି।
ଗତ ମାସ ଇଭେଣ୍ଟକୁ ସ୍ଥଗିତ ରଖିବା ପରେ ବିଶ୍ୱକପ୍‌କୁ ଦୁଇଟି ଭାଗରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଇଫଲ ଓ ପିସ୍ତଲ ପ୍ରତିଯୋଗିତାକୁ ମେ ୫ରୁ ୧୩, ଶଟ୍‌ଗନ୍‌ ପ୍ରତିଯୋଗିତାକୁ ଜୁନ୍‌ ୨ରୁ ୯ ତାରିଖ ମଧ୍ୟ ଆୟୋଜନ କରିବାକୁ ସ୍ଥିର ହୋଇଥିଲା। ପରେ ଶଟ୍‌ଗନ୍‌ ପ୍ରତିଯୋଗିତାକୁ ମେ ୨୦ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶେଷରେ ଆଇଏସ୍‌ଏସ୍‌ଏଫ୍‌ ଓ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ଟୁର୍ନାମେଣ୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ମଧ୍ୟ ଟୁର୍ନମେଣ୍ଟ ଆୟୋଜନ ନ କରିବାକୁ ଏନ୍‌ଆଇଏଆଇ ଉପରେ ଚାପ ପଡୁଥିଲା। କେବଳ ସେତିକି ନୁହଁ ଆଇଏସ୍‌ଏସ୍‌ଏଫ୍‌ ଆଜରବୈଜାନର ବାକୁରେ ଜୁନ୍‌ ୨ରୁ ଜୁଲାଇ ୩ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ବିଶ୍ୱକପ୍‌କୁ ମଧ୍ୟ ବାତିଲ କରିଛି।
ଆମ ଆଥଲେଟ, ଅଫିସିଆଲ, ଷ୍ଟାଫ୍‌ ଓ ଶୁଟିଂ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି ଏନ୍‌ଆରଏଆଇ ତରଫରୁ କୁହାଯାଇଛି। ଜୁନ୍‌ରେ ଆୟୋଜନ ହେବାକୁ ଥିବା ମ୍ୟୁନିକ୍‌ ବିଶ୍ୱକପ୍‌କୁ ବାତିଲ କରିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ୩ଥର ଅଲିମ୍ପିକ୍‌ ପଦକ ଜିତିଥିବା ତାରକା ଶୁଟର ରାଜମୋଣ୍ଡ ଡେଭେବେକ୍‌ ନୂଆଦିଲ୍ଲୀ ବିଶ୍ୱକପ୍‌କୁ ବାତିଲ କରିବାକୁ ଅପିଲ କରିଥିଲେ। ଡେବେଭେକ୍‌ ୨୦୦୦ ସିଡନୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ମଧ୍ୟ ୫ଥର ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକଦିବସୀୟ କ୍ରିକେଟରରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ସବୁ ବୋଲରଙ୍କଙ୍କ ସ୍ବପ୍ନ ଥାଏ। ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୯ଟି ହ୍ୟାଟ୍ରିକ ହୋଇଛି। ପ୍ରଥମ ହ୍ୟାଟ୍ରିକ ବେଶ୍‌ ରୋଚକ ଥିଲା। ସାଧାରଣତଃ...

ଟୁର୍‌ ଡି’ ଫ୍ରାନ୍ସରେ ମାଟେଜଙ୍କ ପ୍ରଥମ ବିଜୟ

ପ୍ୟାରିସ, ୩ା୭: ଟୁର୍‌ ଡି’ ଫ୍ରାନ୍ସର ସାଇକେଲ ରେସ୍‌ର ୭ମ ଷ୍ଟେଜ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭିର୍ଜନଠାରୁ ଲି’ କ୍ରେସଟ ୨୪୯.୧ କିଲୋମିଟର ଦୂରତା ବିଶିଷ୍ଟ...

ସୂର୍ଯ୍ୟକୁମାର-ଈଶାନ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି କହିଲେ ଏହି ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ,୨୫।୩: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଖେଳାଳି ଚୟନକୁ ନେଇ ଆଲୋଚନା ଜାରି ରହିଛି। ଏପରି ସମୟରେ ଭାରତର ପୂର୍ବ...

ଆଇପିଏଲର ୧୧ ତମ ମ୍ୟାଚ୍‌: ଆରଆର ବନାମ ଡିସି…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ...

ଖେଳାଳିଙ୍କ ପେନ୍‌ସନରେ ବୃଦ୍ଧି କରିବ ବିସିସିଆଇ

ନୂଆଦିଲ୍ଲୀ,୧।୬-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଅଇ) କାର୍ଯ୍ୟକାରୀ ସଭାପତି ସି.କେ. ଖାନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)କୁ ପୂର୍ବତନ ଖେଳାଳିଙ୍କ ପେନ୍‌ସନରେ ବୃଦ୍ଧି...

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ...

ଭାରତ ବିପକ୍ଷ ସିରିଜ ପାଇଁ ଟିମ୍‌ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌; ୩ ଅଭିଜ୍ଞ ଖେଳାଳି ଫେରିଲେ

ପୋର୍ଟ ଅଫ ସ୍ପେନ,୨୭।୧: କ୍ରିକେଟ ୱେଷ୍ଟଇଣ୍ଡିଜ ପକ୍ଷରୁ ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି।...

ହୃଦ୍‌ଘାତର ସମ୍ମୁଖୀନ ହୋଇପାରନ୍ତି ୨୦୨୦ ଅଲିମ୍ପିକ୍ସରେ ଆଥ୍‌ଲେଟ

ଟୋକିଓ,୧୩।୯(ଏଏଫ୍‌ପି): ଟୋକିଓ ୨୦୨୦ ଅଲିମ୍ପିକ୍ସ ଗ୍ରୀଷ୍ମଋତୁରେ ଆୟୋଜନ ହେବାକୁ ଯାଉଛି। ବର୍ତ୍ତମାନ ଦେଶରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ସମାନ ପରିସ୍ଥିତି ଅଲିମ୍ପିକ୍ସରେ ମଧ୍ୟ ଦେଖାଦେବା...

Advertisement
Archives

Model This Week