କୋଭିଡ-୧୯ ପରୀକ୍ଷାକେନ୍ଦ୍ର କାର୍ଯ୍ୟକ୍ଷମ ନେଇ ଦାବିପତ୍ର

ବାଲେଶ୍ୱର ଅଫିସ,୩।୬- ବାଲେଶ୍ୱର ଫକୀରମୋହନ ମେଡିକାଲ୍‌ କଲେଜ୍‌ ପରିସରରେ ଗତ ୩୧ ତାରିଖ ରାତି ୮ଟା ସମୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସ୍ବାବ ପରୀକ୍ଷା ପାଇଁ ଏକ ପରୀକ୍ଷଣ କେନ୍ଦ୍ରକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉଦ୍‌ଘାଟନ କରିଥିଲେ। କିନ୍ତୁ ଗତ ଦୁଇ ଦିନ ଧରି ଏହି ପରୀକ୍ଷାକେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଇ ନାହିଁ। ଏନେଇ ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ସରକାରୀ ମେଡିକାଲ୍‌ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ତରଫରୁ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ। ସ୍ଥାନୀୟ ଜିଲାପ୍ରଶାସନ ଏମ୍‌ସିଆଇ (ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ)ର ବିନା ଅନୁମତି ଏବଂ କୋଭିଡ୍‌-୧୯ ପରୀକ୍ଷଣର ଯନ୍ତ୍ରାଂଶ ନ ଥିବା ସତ୍ତ୍ୱେ ଉକ୍ତ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲା। ଦୁଇଦିନ ଭିତରେ ଉପରୋକ୍ତ ଅନୁମତି ସହ କୋଭିଡ୍‌-୧୯ ପରୀକ୍ଷା ଆରମ୍ଭ ହେବ ବୋଲି ଫକୀରମୋହନ ସରକାରୀ ମେଡ଼ିକାଲ କଲେଜର ଅଧ୍ୟକ୍ଷ ଡା. ରାମଚନ୍ଦ୍ର ଗିରି କହିଥିଲେ। ଅନ୍ୟପକ୍ଷରେ ଆସନ୍ତା ରବିବାର ସୁଦ୍ଧା ଏହା କାର୍ଯ୍ୟକ୍ଷମ ନହେଲେ ସୋମବାର ଠାରୁ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଗଣଧାରଣା ପାଇଁ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି। ଜିଲା କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ପ୍ରଦୀପ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ରାୟ, ଅନ୍ତର୍ଯ୍ୟାମୀ ପ୍ରଧାନ, ଖଗେନ୍ଦ୍ର ସାହୁ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା, ସମସ୍ତ ଅଞ୍ଚଳ ଜଳମୟ: ଜେସିବି ଯୋଗେ ଗ୍ରାମବାସୀ ନିର୍ମାଣ କଲେ ଡ୍ରେନ୍‌

କୃଷ୍ଣପ୍ରସାଦ,୮ା୮(ଡି.ଏନ.ଏ.): କୃଷ୍ଣପ୍ରସାଦ ବ୍ଲକରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁ ସମସ୍ତ ଅଞ୍ଚଳ ଜଳମୟ ହୋଇଉଠିଛି। ବର୍ଷା ପାଣିରେ ଗାଁ ଦାଣ୍ଡ ଉବୁଟୁବୁ...

ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର

ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍‌କୋନଗରରେ ଚାଲିଛି ଜୋର୍‌ଦାର ସାଜସଜ୍ଜା। ହାତରେ ଆଉ...

୧୬ ଚୋରି ବାଇକ୍‌ ଜବତ, ୫ ଗିରଫ

ଭଦ୍ରକ ଅଫିସ, ୫।୫: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୬ଟି ଚୋରି ବାଇକ୍‌ ଜବତ କରିଛି। ଏଥିସହ ଲୁଟେରା ଗ୍ୟାଙ୍ଗର...

ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ) କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ...

ଭିଡ଼ିଓ ଭାଇରଲ ପରେ ବନରକ୍ଷୀ ନିଳମ୍ବିତ

ଭଞ୍ଜନଗର,୫।୫(ଡି.ଏନ୍‌.ଏ.)- ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ବିଞ୍ଜିଗିରି ସେକ୍ସନର ବନରକ୍ଷୀ ଏମ.ଏମ୍‌. ରାଉଳ ଜଣେ କାଠ ଚୋରଙ୍କ ଠାରୁ ଲାଞ୍ଚ ନେବା...

ପୁରୀ ନାବାଳିକା ଗଣବଳାତ୍କାର ମାମଲା: ତୃତୀୟ ଅଭିଯୁକ୍ତ ରାମଚନ୍ଦ୍ର ଗିରଫ

ପୁରୀ ଅଫିସ, ୭।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ କୁମ୍ଭାରପଡ଼ା ପୋଲିସ ଶୁକ୍ରବାର ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ବ୍ରହ୍ମଗିରି...

ଉନ୍ନତୀକରଣ ଅପେକ୍ଷାରେ ଡ୍ରେନେଜ ବ୍ୟବସ୍ଥା

କଟକ ଅଫିସ, ୩୦।୯: କଟକ ଜିଲା ଡ୍ରେନେଜ ଡିଭିଜନ ପକ୍ଷରୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଟାଙ୍ଗି-ଚୌଦ୍ୱାର, ବାଙ୍କୀ, ବଡ଼ମ୍ବା, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କଲେ ୨ ସ୍ବେଚ୍ଛାସେବୀ

ପାଟଣା,୨୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨ ସ୍ବେଚ୍ଛାସେବୀ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ସେ ହେଲେ...

Advertisement
Archives

Model This Week