କୋଭିଡ୍‌ ହସ୍‌ପିଟାଲ ପରିଦର୍ଶନ କଲେ ଜିଲା ଦୌରାଜଜ୍‌

ରାୟଗଡ଼ା ଅଫିସ,୨ା୫: ରାୟଗଡ଼ା ଜିଲା ଦୌରାଜଜ୍‌ ତଥା ଡିଏଲ୍‌ଏସ୍‌ଏ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଶନିବାର ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଜଜ୍‌ଙ୍କ ସହ ମୁଖ୍ୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ, ଜିଲାପାଳ ପ୍ରମୋଦ କୁମାର ବେହେରା, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବି. ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଆଇନଜୀବୀ ପଦ୍ମନାଭ ଦାସ, ଶୁଭ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏଠାରେ କିଭଳି ପଦକ୍ଷେପ ନିଆଯାଇଛି, ସେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ସେ ହସ୍ପିଟାଲରେ ରହିଥିବା ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ସଂକ୍ରମିତଙ୍କ ପାଇଁ ଚିକିତ୍ସା ସୁବିଧା ଓ ସନ୍ଦିଗ୍ଧଙ୍କ ସ୍ବାବ ନମୁନା ସଂଗ୍ରହ ସୁବିଧା ଆଦି ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ଏହାପରେ ସେ କୁମୁଟିଲପେଟାସ୍ଥିତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। କୋଭିଡ୍‌-୧୯ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା

ଭବାନୀପାଟଣା/ଧର୍ମଗଡ଼,୯।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କଳାହାଣ୍ଡି ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ଟିଟିଲାଗଡ଼...

ଜଙ୍ଗଲରେ ଚାଲିଥିଲା ଚୋରାଚାଲାଣ ପ୍ରସ୍ତୁତି, ପହଞ୍ଚିଗଲା ପୋଲିସ

ମାଲକାନଗିରି,୨୬।୫(ଡି.ଏନ.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ପୋଲିସ ପାଟ୍ରୋଲିଂ ସମୟରେ ଜଙ୍ଗଲରୁ ୧୧୨ କେଜି ଗଞ୍ଜେଇ ଏବଂ ୨ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ...

ଶତାଧିକ ଲୋକଙ୍କ ଇନ୍ଦିରାଆବାସ ଅର୍ଥ ହଡ଼ପ

ମହାକାଳପଡ଼ା,୧୧।୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୧୯୯୯ ମହାବାତ୍ୟା ବହୁ ଧନଜୀବନ ନଷ୍ଟ କରିଥିଲା। ଗରିବ ଲୋକଙ୍କ ପାଇଁ ସରକାର ଦେଇଥିବା ଇନ୍ଦିରା ଆବାସ...

ଟ୍ରାପ୍‌ କ୍ୟାମେରା ଲେନ୍ସରେ ବନ୍ୟଜନ୍ତୁ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଟଣା ଓ ଘଟଗାଁ ରେଞ୍ଜରେ ଥିବା ଅଟେଇ ଜଙ୍ଗଲ ଏବେ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷାସ୍ଥଳୀ। ଅଟେଇ ଜଙ୍ଗଲରେ ବାଘ ସହିତ...

କରୋନା ଆକ୍ରାନ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

ମାଲକାନଗିରି,୨୬ା୪: ମାଲକାନଗିରି ଜିଲା ସଦରସ୍ଥିତ କୋଭିଡ୍‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମହିଳା ସୋମବାର ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ମହିଳା ଜଣକ କରୋନା ସଂକ୍ରମିତ...

ଜାତୀୟ ରାଜପଥରେ ଗୋରୁକୁ ଧକ୍କାଦେଲା ଟ୍ରକ: ୧ ମୃତ, ୨ ଗୁରୁତର

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ବିରଗୋବିନ୍ଦପୁର ପୋଲ ନିକଟରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଗୋଟିଏ...

ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ଉମରକୋଟ, ୨୯।୧୦(ସ୍ବ.ପ୍ର.) ପୁଅ ଭୁଲିଗଲେ ସ୍ନେହ ଶ୍ରଦ୍ଧା। ସାମାନ୍ୟ କଥାରେ ରାଗର ବଶବର୍ତ୍ତୀ ହୋଇ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ...

ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ମହିଳାଙ୍କୁ ଅସଦାଚରଣ ଘଟଣା: ଏଏସଆଇଙ୍କୁ ଗିରଫ କଲା ପୋଲିସ

କପ୍ତିପଦା,୬ା୧୧(ଡି.ଏନ୍‌.ଏ.)- ଏକ ପୁରୁଣା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କପ୍ତିପଦା ଥାନାର ତତ୍‌କାଳୀନ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ...

Advertisement
Archives

Model This Week