କୋଭିଡ୍‌ ମୁକାବିଲାରୁ ଓହରିବ ଘରୋଇ ଆମ୍ବୁଲାନ୍ସ: ୨ ମାସ ହେଲା ଦିଆଯାଉନି ପ୍ରାପ୍ୟ

ଜଗତ୍‌ସିଂହପୁର ଅଫିସ,୧ା୬: ଜଗତ୍‌ସିଂହପୁର ଜିଲାରେ କରୋନା ସଂକ୍ରମିତଙ୍କ ପାଇଁ ସରକାରୀ ବାଦ୍‌ ୮ଟି ଘରୋଇ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିସହ ୧୦ଟି ଘରୋଇ ବୋଲେରୋ କୋଭିଡ୍‌ କାମରେ ଲାଗିଛି। କିନ୍ତୁ କରୋନା ସଂକ୍ରମିତଙ୍କ ପରିବହନ ପାଇଁ ଲାଗିଥିବା ୮ ଆମ୍ବୁଲାନ୍ସ ମାଲିକଙ୍କୁ ଧାର୍ଯ୍ୟ ସର୍ତ୍ତ ମୁତାବକ ଭଡା ଓ ଚାଳକଙ୍କୁ ଖାଇବା ଆଦି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସଂକ୍ରମିତଙ୍କ ସହ ଅଧିକାଂଶ ସମୟ ଏହି ଆମ୍ବୁଲାନ୍ସ ଚାଳକ ସମୟ କଟାଉଛନ୍ତି। କିନ୍ତୁ ସେମାନଙ୍କ ବିଶେଷ ଦାୟିତ୍ୱ ନିଆଯିବା ପରିବର୍ତ୍ତେ ହତାଦର କରାଯାଉଛି। ଏ ପରିସ୍ଥିତିରେ ଆମ୍ବୁଲାନ୍ସ ଚଳାଇବା ସମ୍ଭବ ନୁହେଁ ବୋଲି ସମ୍ପୃକ୍ତ ଆମ୍ବୁଲାନ୍ସ ମାଲିକମାନେ ରବିବାର ଯୁକ୍ତି ବାଢି କୋଭିଡ୍‌ ମୁକାବିଲାରୁ ଓହରିଯିବାକୁ ଚେତାବନୀ ଦେଇଛନ୍ତି।
ଆମ୍ବୁଲାନ୍ସ ମାଲିକ ଅଞ୍ଜନ ପ୍ରଧାନ ଓ ଚାଳକ ପ୍ରଭାତ ପଣ୍ଡା ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ସେମାନଙ୍କ ଭାବାବେଗ ସହ ଖେଳୁଛି। ଆମ୍ବୁଲାନ୍ସ ଲାଗିବା ସମୟରେ କୁହାଯାଇଥିଲା, ୧୫ ଦିନରେ ଭଡା ବାବଦ ଅର୍ଥ ଦିଆଯିବ। ପ୍ରତ୍ୟେକ ଦିନ ଚାଳକଙ୍କ ଖାଇବା ବାବଦରେ ୧୨୦ ଟଙ୍କା ହିସାବରେ ଦିଆଯିବ। କିନ୍ତୁ ଏଥିମଧ୍ୟରେ ୨ ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ଭଡା ମିଳୁନାହିଁ, କି ଚାଳକଙ୍କୁ ଖାଇବା ବାବଦ ଅର୍ଥ ଦିଆଯାଉନାହିଁ। ପ୍ରତ୍ୟହ କରୋନା ସଂକ୍ରମିତଙ୍କ ସହ ସେମାନେ ଅତି କମ୍‌ରେ ୪/୫ ଘଣ୍ଟା କଟାଉଛନ୍ତି। ଲୋକେ ସଂକ୍ରମଣ ଭୟରେ ସତର୍କତା ଅବଲମ୍ବନ କରୁଥିବା ବେଳେ ସେମାନେ ଜୀବନ ପ୍ରତି ବିପଦ ଜାଣି ମଧ୍ୟ ସେବାରେ ନିୟୋଜିତ ଅଛନ୍ତି। ଏହା ମଧ୍ୟରେ ଏକାଧିକ ଚାଳକ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସ ଛାଡି ପଳାଇଲେଣି। ଅଞ୍ଜନ ଏକଥା ମଧ୍ୟ କହିଛନ୍ତି, ଗତ ୩୦ ତାରିଖ ସକାଳୁ ସେ କୋଭିଡ୍‌ କାମରେ ଯାଇ ରାତିରେ ଭୋକିଲା ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ଫେରିଥିଲେ। ପରେ ପାଉଁରୁଟି ଖାଇ ଏହି ପରିସରସ୍ଥ ନିର୍ଦ୍ଦିଷ୍ଟ କୋଠରିରେ ସଙ୍ଗରୋଧ ଭାବେ ରାତ୍ରି ଯାପନ କରିଥିଲେ। ଘର, ଗାଁକୁ ଯାଇ ହେଉ ନ ଥିବାବେଳେ ଆର୍ଥିକ ଅନଟନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି। ଆର୍‌ଟିଓ, ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପରସ୍ପର ଆଡକୁ ଅଙ୍ଗୁଳି ଦେଖାଇ ଟଙ୍କା ଦେବାରେ ବିଳମ୍ବ କରୁଛନ୍ତି। ଏଥିମଧ୍ୟରେ ୩ ଥର ସେମାନେ ବନ୍ଦ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଖୁବ୍‌ କମ୍‌ ଦିନରେ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ପରେ ପ୍ରତାରିତ କରାଯାଇଛି। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ବିଜୟା ପଣ୍ଡା କହିଛନ୍ତି, ଶୁବ୍‌ଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଉଦ୍ୟମ ହେଉଛି। ଏଥିସହ ସେମାନଙ୍କୁ କୋଭିଡ୍‌ କାମରୁ ନିବୃତ୍ତ ନ ହେବା ପାଇଁ ବୁଝାଯାଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ

କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ...

ଖଣି ଶ୍ରମିକଙ୍କୁ ବୋନସ ନ ମିଳିବା ନେଇ ବିକ୍ଷୋଭ

ଟେନ୍‌ସା, ୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ରାଉରକେଲା ଇସ୍ପାତ କାରଖାନା ସହବନ୍ଧିତ ବରସୁଆଁ ଲୌହଖଣି (ସେଲ)ର ଶ୍ରମିକ ମାନଙ୍କୁ ବୋନସ ନ ମିଳିବା ନେଇ ବରସୁଆଁ...

ଘରୋଇ କଲେଜ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ବାପା

ବଡ଼ମ୍ବା,୯ା୯(ଡି.ଏନ.ଏ.): କଟକ ଜିଲା ବଡ଼ମ୍ବା ବ୍ଲକ ଅଧୀନ ବିଧାରପୁରଠାରେ ଥିବା ଏକ ଘରୋଇ କଲେଜ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କ ରବିବାର ରାତିରେ ଅସ୍ବାଭାବିକ...

ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା

ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍‌ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି।...

ଯାଜପୁର ଜିଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌

ଯାଜପୁର ଅଫିସ୍‌,୧୩।୫: କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌ ବୁଧବାର ଯାଜପୁର ଜିଲା ଗସ୍ତ କରି ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ...

ପୁରୀ: କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୧୫ା୪: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମଙ୍ଗଳବାରଠାରୁ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଶଯ୍ୟା...

ଚିଲିକାରୁ ୧୦୫ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବାଲୁଗଁା,୯ା୧୨(ଡି.ଏନ୍‌.ଏ.):ଚିଲିକାକୁ ଘେରି ମୁକ୍ତ କରିବା ପାଇଁ ହାଇକୋର୍ଟ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଖୋର୍ଦ୍ଧା ଜିଲାପାଳ କେ.ସୁଦର୍ଶନ...

ବର୍ଷା ନାହିଁ, ଶୁଖିଲା ପଡ଼ିଛି ଜମି

ସୋନପୁର, ୨।୮(ନି.ପ୍ର.)  ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାଭାବରୁ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଚାଷ ଜମି ଶୁଖିଲା ପଡିଛି। ଜିଲାର ଡୁଙ୍ଗୁରିପାଲି ଓ ବିନିକା...

Advertisement
Archives

Model This Week