Posted inଖେଳ

କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି

ପ୍ୟାରିସ, ୨ା୬-ବ୍ରିଟେନ୍‌ର ଜୋହାନା କୋଣ୍ଟା ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସେ ୨୩ତମ ସିଡ୍‌ ଡୋନା ଭେକିକ୍‌ଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଫଳରେ ୨୦୧୭ରେ ଓ୍ବିମ୍ବେଲଡନ ପରେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ କ୍ୱାର୍ଟରଫାଇନାଲ ଖେଲିବାକୁ ଯାଉଛନ୍ତି। ୨୮ବର୍ଷୀୟ ୨୬ତମ ସିଡ୍‌ ଖେଳାଳି କୋଣ୍ଟା ତାଙ୍କ ପରବର୍ତ୍ତୀ ମ୍ୟାଚରେ ୨୦୧୬ ଚାମ୍ପିୟନ ଗାର୍ବିନ ମୁଗୁରୁଜା କିମ୍ବା ଗତବର୍ଷ ରନର୍ସଅପ୍‌ ସ୍ଲୋନ୍‌ ଷ୍ଟିଫେନ୍ସଙ୍କୁ ଭେଟିବେ। ଏଥିରେ ସେ ଯଦି ବିଜୟ ହାସଲ କରନ୍ତି ତେବେ ୧୯୮୩ ପରେ ବ୍ରିଟେନର ପ୍ରଥମ ମହିଳା ଖେଳାଳି ହିସାବରେ ସେମିଫାଇନାଲରେ ପ୍ରବେଶ କରିବାର ଗୌରବ ଅର୍ଜନ କରିବେ। କୋଣ୍ଟାଙ୍କର ଏଥର କ୍ଲେ-କୋର୍ଟ ସିଜନ ଖୁବ୍‌ ଭଲ ରହିଛି। ମରକ୍କୋ ଏବଂ ରୋମ୍‌ ଡବ୍ଲ୍ୟୁଟିଏ ଫାଇନାଲ ଖେଲି ସାରିଛନ୍ତି। ଏଠାରେ ମଧ୍ୟରେ ସେ ତାଙ୍କର ଫର୍ମର ନମୁନା ଦେଖାଇ ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଗାଭାସ୍କରଙ୍କ ସତର୍କବାଣୀ

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତର ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର ହାର୍ଦ୍ଦିକ...

ପ୍ରାୟ ୪୦ ଦିନ ପରେ ନିଜ ପାଦରେ ଛିଡ଼ା ହେଲେ ପନ୍ତ, ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୦।୧: ସୁସ୍ଥ ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଡିସେମ୍ବର ୩୦ରେ ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସେ। ଏହାପରେ ପନ୍ତ ଡାକ୍ତରଖାନାରେ...

ବୟସ ଜାଲିଆତି ରୋକିବାକୁ ବୋର୍ଡର ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌

ନୂଆଦିଲ୍ଲୀ,୨।୧୦(ପି.ଟି.)- କ୍ରିକେଟରେ ବୟସ ଜାଲିଆତି ଏବେ ଉତ୍କଟ ସମସ୍ୟା ରୂପେ ଉଭା ହୋଇଛି। ଏହାକୁ ରୋକିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା

ମୁମ୍ବାଇ,୧୨।୪: ଆଇପିଏଲ୍‌ ୨୦୨୨ରେ ପ୍ରତିଦିନ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳୁଛି। ଚଳି ଆଇପିଏଲ୍‌ର ୨୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୮ ଉଇକେଟ୍‌ରେ ଗୁଜରାଟ ଟାଇଟାନ୍ସକୁ ଦଳକୁ...

କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍‌ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ...

ଅଲୋଡ଼ା ତାଲିକାରେ ଓ୍ବାର୍ନର

ମାଞ୍ଚେଷ୍ଟର,୫।୯: ଚଳିତ ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନରଙ୍କ ଖରାପ ଫର୍ମ ଜାରି ରହିଛି। ସେ ଏଠାରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ...

ଏକାସଙ୍ଗେ ଖେଳିପାରନ୍ତି ଧୋନୀ, ସଚିନ

ମେଲବୋର୍ନ,୧୫।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାସଙ୍ଗେ ପୁଣି ଥରେ କ୍ରିକେଟ ପଡ଼ିଆରେ ନଜର ଆସିପାରନ୍ତି। ସଚିନ...

ସେହ୍ବାଗଙ୍କୁ ପଛରେ ପକାଇଲେ ରାହୁଲ

ସେଞ୍ଚୁରିଆନ,୨୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନରେ ୧୨୨ ରନ୍‌ର ଅପରାଜିତ ପାଳି ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଶତକ ସହ...

Advertisement
Archives

Model This Week