କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ

ସୋନପୁର,୪।୫(ନି.ପ୍ର.): ଲକ୍‌ଡାଉନ୍‌ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ ଛାତ୍ରୀଛାତ୍ର ସୋମବାର ସୋନପୁରରେ ପହଞ୍ଚତ୍ଛନ୍ତି । ୨ଟି ସ୍ବତନ୍ତ୍ର ବସ୍‌ରେ ମେଡିକାଲ କୋଚିଂ ନେଉଥିବା ଛାତ୍ରୀଛାତ୍ର ପହଞ୍ଚତ୍ବା ପରେ ସେମାନଙ୍କୁ ସିଧାସଳଖ ସରକାରୀ ଆଇଟିଆଇସ୍ଥିତ ଅସ୍ଥାୟୀ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି। ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ଦେବୀପ୍ରସାଦ ଦାଶ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଛାତ୍ର, ସେମାନଙ୍କ ଅଭିଭାବକଙ୍କୁ ସଚେତନ କରାଇଥିଲେ। ଏହି ଛାତ୍ରୀଛାତ୍ରମାନେ ନିଜ ଘରେ ଯତ୍ନରେ ୧୪ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବେ। ପ୍ରକାଶ ଯେ, ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ କୋଟାରେ ମେଡିକାଲ କୋଚିଂ ବନ୍ଦ ହୋଇଥିଲା। ଛାତ୍ରାବାସରେ ଅନ୍ତେବାସୀଙ୍କୁ ଠିକ୍‌ ଭାବେ ଖାଇବାକୁ ମିଳି ନଥିଲା। ଅନ୍ୟ ରାଜ୍ୟର ଛାତ୍ରୀଛାତ୍ରଙ୍କୁ ସେଠାକାର ସରକାର ନିଜ ରାଜ୍ୟକୁ ବସ୍‌ ଯୋଗେ ନେଇ ଯାଇଥିଲେ। ଓଡିଶାର ଛାତ୍ରୀଛାତ୍ରମାନେ ମାନସିକ ଚାପରେ ଥିଲେ । ସରକାରଙ୍କ ଅନୁମତି ପରେ ଅଭିଭାବକଙ୍କ ଅନୁରୋଧକ୍ରମେ ସୁବର୍ଣ୍ଣପୁର ଜିଲାପାଳ ବାନାର୍ଜୀ କୋଟାରେ ଥିବା ଛାତ୍ରୀଛାତ୍ରଙ୍କୁ ଆଣିବା ପାଇଁ ଉଦ୍ୟମ କରିଥିଲେ । ଅଭିଭାବକମାନେ ନିଜ ଖର୍ଚ୍ଚରେ ସେମାନଙ୍କ ପିଲାମାନଙ୍କୁ ଆଣିଥିଲେ। ଅନ୍ୟପକ୍ଷେ ସୁବର୍ଣ୍ଣପୁରରେ ଫସି ରହିଥିବା ରାଜସ୍ଥାନର ୩୩ଜଣ ଶ୍ରମିକ ସୋମବାର ରାତିରେ ସେ ବସ୍‌ରେ ନିଜ ଘର ଅଭିମୁଖେ ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଦେବାଂଶ

କୃଷ୍ଣପ୍ରସାଦ,୨୭୯।(ଡି.ଏନ୍‌.ଏ.): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷ ୭ ମାସର ଦେବାଂଶ ପାତ୍ର ସ୍ଥାନ ପାଇଛନ୍ତି। ସେ...

ସାପଧରାଳିଙ୍କ ଘରେ ୧୯ ଛୁଆ ଦେଲା ତମ୍ପ

କାକଟପୁର,୨୮।୬(ଡି.ଏନ୍‌.ଏ.)- ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ...

ଦେଶରେ ଉଗ୍ର ସ୍ଥିତି

ନୂଆଦିଲ୍ଲୀ,୨୨ା୫: ଭାରତରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି। ଅଦ୍ୟାବଧି ଦେଶରେ ୧ ଲକ୍ଷ...

ବଡ଼ଦାଣ୍ଡରେ ଗର୍ଜିଲେ ସାଧୁସନ୍ଥ:ବଡ଼ଆଖଡା ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୪-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଆକର୍ଷଣୀୟ ପ୍ୟାକେଜ...

ବରଗଡ଼ରେ ପୁଣି ୧୫୪ ଜଣଙ୍କୁ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ଟପିଲା

ବରଗଡ଼ ଅଫିସ,୨୭।୯: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଗତ କିଛିଦିନ ହେଲା, ପ୍ରତିଦିନ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ...

ଅର୍ବାନ ବ୍ୟାଙ୍କ ଓ ଚିଟ୍‌ଫଣ୍ଡ ଜମାକାରୀ ହତାଶ : ଦାବି ପୂରଣ ନ ହେଲେ ୨୩ରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୨- ମୟୂରଭଞ୍ଜ ଜିଲା ବାରିପଦାଠାରେ ଥିବା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଦୀର୍ଘ ବର୍ଷ ହେବ ପରିଚାଳନାଗତ ତ୍ରୁଟି ଯୋଗୁ ବନ୍ଦ ହୋଇ ପଡ଼ିଛି। ଏହି...

CORONAVIRUS UPDATE: ମାସକରେ ୧୨ ଜିଲାରେ ୧୩୮ ସଂକ୍ରମିତ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ରୋକିବା ସରକାରଙ୍କ ପକ୍ଷେ ବେଳକୁ ବେଳ ମୁସ୍କିଲ ହୋଇପଡୁଛି। ସରକାର...

ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌ : ୧୫ ଆହତ

ସୋର, ୨୭।୫(ଡି.ଏନ.ଏ.)-ସୋର ଥାନା ୧୬ନଂ. ଜାତୀୟ ରାଜପଥ ଛଅପୋଲିଆଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର...

Advertisement
Archives

Model This Week