କେସି ହାଇସ୍କୁଲରୁ ଇଂଲିଶ୍‌ ମାଧ୍ୟମ ସ୍କୁଲ ସ୍ଥାନାନ୍ତର ଦାବି: ପୁଣି ତେଜିଲା ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୫ା୬- ଗୋଷାଣୀନୂଆଗଁାସ୍ଥିତ ପୁରାତନ କେସି ହାଇସ୍କୁଲ ପରିସରରେ ଚାଲିଥିିବା ବେଆଇନ ଇଂଲିଶ ମାଧ୍ୟମ ସ୍କୁଲକୁ ଉଚ୍ଛେଦ ନେଇ ପୁଣି ତୀବ୍ର ବିରୋଧ ହୋଇଛି। ସୋମବାର ଏହାର ପ୍ରତିବାଦରେ ସାମାଜିକ ସଂଗଠନ ସଂସ୍କାରବାଦୀ ପକ୍ଷରୁ ପୁଣି ଧାରଣା ଦିଆଯାଇଥିଲା। କେସି ହାଇସ୍କୁଲ ଭଳି ବହୁପୁରାତନ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦୀର୍ଘ ମାସ ଧରି ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ପରିଚାଳିତ ହେଉଛି। ଏନେଇ ବହୁବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନେବାରେ ଶିକ୍ଷାବିଭାଗ ଅବହେଳା କରୁଥିବା ସେମାନେ ଅଭିଯୋଗ କରିବା ସହ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। କେସି ହାଇସ୍କୁଲ ପରିସରେ ଚାଲିଥିବା ଘରୋଇ ଇଂଲିଶ ସ୍କୁଲର ଏନ୍‌ଓସି ନ ଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି। ଏହାସତ୍ତ୍ୱେ ଉକ୍ତ ଘରୋଇ ଇଂଲିଶ ମିଡିୟମ ସ୍କୁଲ ଏକ ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ ପରିସରରେ ଦୀର୍ଘ ମାସ ଧରି ପରିଚାଳିତ ହେଉଛି।
ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି। ଏଥିସହ କେସି ହାଇସ୍କୁଲର ଶେଷ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଘରୋଇ ଇଂଲିଶ ମାଧ୍ୟମ ସ୍କୁଲକୁ ପରିଚାଳନା ପାଇଁ ଦିଆଯାଇଥିବା ଅନୁମତିର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଜଣେ ବରିଷ୍ଠ ଶିକ୍ଷକଙ୍କୁ କେସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦେବା, କେସି ହାଇସ୍କୁଲ ସମେତ କେସି ଟାଉନ, କେସି ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାରୀକରଣ କରିବା, ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରିବା, ସ୍ଥାନୀୟ ବାସୀନ୍ଦା ଓ ଅବିଭାବକଙ୍କୁ ନେଇ ଉପରୋକ୍ତ ତିନୋଟି ହାଇସ୍କୁଲର ନୂତନ ପରିଚାଳନା କମିଟି ଗଠନ କରାଯିବାକୁ ସଂଗଠନ କର୍ମକର୍ତ୍ତାମାନେ ଦାବି କରି ଧାରଣା ଦେଇଥିଲେ। ଜିଲାଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ସଂସ୍କୃତ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ସୁବାସ ଚନ୍ଦ୍ର ପ୍ରଧାନ ଧାରଣାସ୍ଥଳରେ ପହଞ୍ଚି ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ।
ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସଂଗଠନ ପକ୍ଷରୁ ଧାରଣାକୁ ସ୍ଥଗିତ ରଖାଯାଇଥିଲା। ଏକମାସ ମଧ୍ୟରେ ଉପରୋକ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବାକୁ ସଂଗଠନ ଚେତାବନୀ ଶୁଣାଇଛି। ସଭାପତି ତ୍ରିନାଥ ମହାରଣାଙ୍କ ସମେତ ଉପସଭାପତି ବଂଶୀଧର ଭୂୟଁା, ପ୍ରତାପ ଚନ୍ଦ୍ର ବେହେରା, କିଶୋର ଚନ୍ଦ୍ର ବ୍ରହ୍ମା, ନରସିଂହ ବେହେରା, ବଦ୍ରିପ୍ରସାଦ ପାତ୍ର, ବିଜୟ ଚନ୍ଦ୍ର ବିଷୋୟୀ , ପୁରାତନ ଛାତ୍ର ପ୍ରତାପ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଓ ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ୩ ହଜାର କର୍ମୀ

ପୋଲସରା,୫ା୯(ଡି.ଏନ୍‌.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ...

ମନ୍ଦିରରୁ ଚୋରି: ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତି ଉଦ୍ଧାର, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମସ୍ଥିତ କପିଳେଶ୍ୱରଙ୍କ ମନ୍ଦିରରୁ ଶନିବାର ସନ୍ଧ୍ୟାରେ ୧ଫୁଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିଥିବା ଅଭିଯୁକ୍ତ ରବିବାର...

୧୫ଫୁଟ୍‌ ତଳକୁ ଖସିଲା କାର

ପାରଳାଖେମୁଣ୍ଡି, ୨୩ା୫ (ଡି.ଏନ୍‌.ଏ): ଗଜପତି ଜିଲା ମୋହନା ବ୍ଲକ ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତା୍‌ରେ ମଙ୍ଗଳବାର ସକାଳେ ଭାରସାମ୍ୟ ହରାଇ ଏକ କାର୍‌...

ଗଞ୍ଜାମ ଜିଲାସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ,ପ୍ରତିମୂର୍ତ୍ତି ଉଦ୍‌ଘାଟିତ

ଛତ୍ରପୁର,୨।୧୦(ଡି.ଏନ୍‌.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲା ସଂସ୍କୃତି ବିଭାଗ...

ନକଲି ସାର୍ଟିଫିକେଟ୍‌ରେ ଚାକିରି ଘଟଣା: ଆଉ ୫ ଅଟକ, ୨ କାର୍‌ ଜବତ

ବ୍ରହ୍ମପୁର ଅଫିସ,୨୬ା୪: ନକଲି ସାର୍ଟିଫିକେଟରେ ଚାକିରି ଘଟଣା ଏବେ ସାରା ଓଡ଼ିଶାରେ ଚହଳ ପକାଇଛି। ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ...

ରଥକାଠ କଟା ସରିଲା, ପଠାଯିବ ପୁରୀ

ଭଞ୍ଜନଗର,୨।୪(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ରଥ ନିର୍ମାଣ ପାଇଁ କାଠ...

ପାରିବାରିକ କଳହରୁ ଘରେ ନିଆଁ ଲଗାଇଲେ

ଛତ୍ରପୁର,୧ା୧୧(ଡି.ଏନ୍‌.ଏ.): ଛତ୍ରପୁର ବିରେଶ୍ୱର ମନ୍ଦିର ନିକଟରେ ରହୁଥବା ଶଙ୍କର ବାହାଦୂର ପାରିବାରିକ କଳହରୁ ରବିବାର ରାତିରେ ନିଜ ଘରେ ନିଆଁ ଲଗାଇ ଫେରାର୍‌ ହୋଇଯାଇଛନ୍ତି। ଘର...

ଆସିକା ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା: ପୋଲିସ ଏନ୍‌କାଉଣ୍ଟରରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧ା୬- ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କୁ ଗତ ୨୨ ତାରିଖ ରାତ୍ର ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ...

Advertisement
Archives

Model This Week