କେସିଙ୍ଗା ଏନ୍‌ଏସିରେ ଶୁଖିଲା ଖାଦ୍ୟ ବଣ୍ଟନ କଲା ମାନବ ସେବା ଟ୍ରଷ୍ଟ

କେସିଙ୍ଗା,୧୫।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୬ ନଂ. ୱାର୍ଡରେ ମାନବ ସେବା ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବୁଧବାର ବଣ୍ଟନ କରାଯାଇଛି। ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ସହରର ସାହି ବସ୍ତିରେ ରହୁଥିବା ଗରିବ ତଥା ଶ୍ରମିକଶ୍ରେଣୀୟ ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କାମ ଅଭାବରୁ ନିଜର ପେଟପାଟଣା ପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଏକ ଦୁର୍ଦ୍ଦିନ ସମୟରେ କେସିଙ୍ଗା ସହରରେ ସାଧାରଣ ଲୋକଙ୍କୁ ସହାୟତାର ହାତ ବେଇଛି ମାନବ ସେବା ଟ୍ରଷ୍ଟ। ପ୍ରତିଦିନ ସହରର ବିଭିନ୍ନ ୱାର୍ଡରେ ୨୦୦ରୁ ୩୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ମହନୀୟତାର ଟ୍ରଷ୍ଟ ପରିଚୟ ଦେଇଆସୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଗତ ୨୫ମାର୍ଚ୍ଚରୁ ନିରବଛିନ୍ନ ଭାବେ ଏହି ବଣ୍ଟନ କାର୍ଯ୍ୟ ଜାରି ରହିଛି। ଉକ୍ତ ୱାର୍ଡରେ ବୁଧବାର ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ନିଆଲ, ସଭାପତି ସଚିନ ଜୈନ, ଫିଲ୍ମ ତାରକା ସୁମନ ପ୍ରିୟା, ଯୁବନେତା ପ୍ରଦୀପ ଦାସ, ସିଲୁ ପରିଡା, ରଞ୍ଜନ ବେହେରା, ପିଣ୍ଟୁ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ। ପ୍ରତିଟି ଘରଘର ବୁଲି ନିଆଲ ଗରିବ ଲୋକଙ୍କୁ ସଚେତନ କରେଇବା ସହ ସାମାଜିକ ଦୂରତା ନିୟମ ରକ୍ଷା କରି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ନିରନ୍ତର ଚାଲିଥିବା ଏହି ସେବା ଲକ୍‌ଡାଉନ ଅବଧି ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଭାପତି ସଚିନ ଜୈନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇଗୋଡ଼ା ଗ୍ରାମ ପୁନଃସ୍ଥାପନ କାର୍ଯ୍ୟ ସମୀକ୍ଷା: ୨୦ ମଧ୍ୟରେ ମିଳିବ ଅନୁକମ୍ପା ଅର୍ଥ

ଅନୁଗୋଳ ଅଫିସ, ୯।୮-ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସାରୁଆଳିକୁ ବିସ୍ଥାପିତ ହୋଇଥିବା ନୂଆ ରାଇଗୋଡ଼ା ଗ୍ରାମବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ...

ଟିକିରା ନଦୀରେ ବୁଡ଼ି ଜଣେ ମୃତ

କଣିହାଁ, ୧୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଟୋଲକବେଡା ଗ୍ରାମର ପଞ୍ଚାନନ ସାହୁ(୫୮) ଗୁରୁବାର ଟିକିରା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।...

ସେମିଷ୍ଟର ପରୀକ୍ଷା ବିରୋଧରେ ବିକ୍ଷୋଭ

କଟକ ଅଫିସ, ୪।୧୨: ରାଜାବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜରେ ସେମିଷ୍ଟର ପରୀକ୍ଷା ପ୍ରତିବାଦରେ ବୁଧବାର ଛାତ୍ରୀଛାତ୍ରମାନେ କଳେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ...

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

ପୁରୀ ଅଫିସ, ୧୦ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ...

ମା ଦଣ୍ଡ କାଳୀଙ୍କ ପ୍ରସିଦ୍ଧ  ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ 

ପୁରୁଷୋତ୍ତମ ପୁର,୨୫/୩(ଡିଏନ୍ଏ) ଗଞ୍ଜାମ ଜିଲ।ର ପ୍ରସିଦ୍ଧ ମା ଦଣ୍ଡ କାଳୀ ଙ୍କ ୨୧ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ଗତ ତିନି ବର୍ଷ ହେଲା ମହାମାରି...

ଆବାସ ଯୋଜନାରୁ ବଁଚିତ୍‌ ପରିବାର: କ୍ଲବ ଘର ପାଲଟିଛେ ଆଶ୍‌ରେ ଥଲ୍‌

  ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍‌...

ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା

ଛେଣ୍ଡିପଦା,୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାଟକ ମୁଣ୍ଡା ପଞ୍ଚାୟତରେ ହାତୀ ଆକ୍ରମଣରେ ବୁଧବାର ୨ ଜଣଙ୍କ ଜୀବନ ଯାଇଛି । ମୃତକଦ୍ୱୟ ହେଲେ ଚନ୍ଦ୍ରପୁର...

ପୋଖରୀ ଖୋଳା ବନ୍ଦ କଲା ପ୍ରଶାସନ

ଓଡ଼ଗାଁ,୨୨ା୪(ସ୍ବ.ପ୍ର.): ଲକ୍‌ଡାଉନ ସମୟରେ ଓଡ଼ଗାଁ ବ୍ଲକ କୋରପିଠା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପୋଖରୀ ଖୋଳା କାରନାମା ପଦାରେ ପଡିଛି। ଲୋକେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି...

Advertisement
Archives

Model This Week