‘କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିପାରୁନି ରାଜ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ ହେବେ। ବିଶେଷଭାବେ ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଏହି ବଜେଟରୁ ସବୁଠୁ ବେଶି ଲାଭ ପାଇପାରିବେ। ପ୍ରତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ ବରଦାନ ସଦୃଶ। ସମସ୍ତ ରାଜ୍ୟ ସରକାର ଏହି ଦିଗରେ କାର୍ଯ୍ୟକରି କେନ୍ଦ୍ର ବଜେଟର ଲାଭ ଉଠାଇ ପାରିବେ। ଓଡିଶା ସରକାର କେନ୍ଦ୍ରୀୟ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକ ପ୍ରସ୍ତାବ ପଠାଉ ନ ଥିବାବେଳେ ମିଳୁଥିବା ଅନୁଦାନର ଠିକ୍‌ ଖର୍ଚ୍ଚ କରିପାରୁ ନାହାନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାମ ମାଧବ କହିଛନ୍ତି ଯେ, ରାଜ୍ୟ ସରକାର ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ରୁ ୬ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି। ଚଳିତବର୍ଷ କେନ୍ଦ୍ରୀୟ ଟିକସରେ ଓଡିଶାର ଅଂଶ, କେନ୍ଦ୍ରୀୟ ଅନୁଦାନ ଏବଂ ରେଳ ବିକାଶ ପାଇଁ ୭୩,୫୯୬ କୋଟି ଟଙ୍କାର ଅନୁଦାନ ମିଳିବ। ଓଡିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। କିନ୍ତୁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରି ନ ପାରି ରାଜ୍ୟ ସରକାର ସବୁବେଳେ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଚଳିତ କେନ୍ଦ୍ରୀୟ ବଜେଟରେ ପଛୁଆ ବର୍ଗଙ୍କୁ ସହାୟତା ଦେବା ଏବଂ ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣିଛନ୍ତି। କୃଷକଙ୍କ ହିତ ପାଇଁ ମୋଦି ସରକାର ବଜେଟରେ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କରିବା ପାଇଁ ନିଷ୍ପତ୍ତି ହୋଇଛି, ଯାହା ଆଗାମୀ ଦିନରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ହେବାରେ ସହାୟକ ହେବ। ଓଡିଶାର ବିଭିନ୍ନ ଜିଲାରେ ପାଣିର ସମସ୍ୟା ରହିଛି। ଯଦି ରାଜ୍ୟ ସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଚାଷ ପାଇଁ କୁସୁମ ଯୋଜନାରେ ଚାଷୀଙ୍କୁ ସୌରଚାଳିତ ପମ୍ପ ଯୋଗାଇ ଦିଆଯିବ, ଯାହାର ଫାଇଦା ଓଡିଶା ସରକାର ଉଠାଇ ପାରିବେ।
ଦେଶର ପ୍ରତ୍ନତତ୍ତ୍ୱ ବିଭାଗର ବିକାଶ ପାଇଁ ଶିକ୍ଷା ସଂସ୍ଥାନ ଖୋଲାଯିବ, ଏହାର ଫାଇଦା ମଧ୍ୟ ଓଡିଶା ସରକାର ନେଇପାରିବେ। ଆୟୁଷ୍ମାନ ଯୋଜନାର ଫାଇଦା ଓଡିଶାବାସୀ ଉଠାଇ ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦେଶରେ ୨୦ହଜାରରୁ ଊର୍ଦ୍ଧ୍ୱ ମେଡିକାଲକୁ ଆୟୁଷ୍ମାନ ଭାରତ ମାଧ୍ୟମରେ ଯୋଡାଯାଇଛି। ଓଡିଶାରେ ୬୦ପ୍ରତିଶତରୁ ଊର୍ଦ୍ଧ୍ୱ ପଛୁଆ ବର୍ଗ ଲୋକ ବସବାସ କରୁଛନ୍ତି। ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିଲେ ସେମାନଙ୍କୁ ବଡ ଫାଇଦା ମିଳିଥାଆନ୍ତା। କିନ୍ତୁ ସରକାର ଏଠି ଏହି ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ମାଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?