କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ

ନୟାଗଡ଼ ଅଫିସ,୬ା୯-ବହୁଦିନର ଦାବି ଓ ଆନ୍ଦୋଳନ ପରେ ଶେଷରେ ବୁଧବାର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିଛି ା ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଗୁରୁବାର ଠାରୁ ବିଧିବଦ୍ଧଭାବେ ପାଠପଢ଼ା ଆରମ୍ଭ ହୋଇଛି ା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଏସ.ଶ୍ରୀନିବାସନ୍‌ ବୁଧବାର ଏକାଦଶ ଶ୍ରେଣୀର ଉଦ୍‌ଘାଟନ କରିଥିବା ବେଳେ ସମସ୍ତ ଛାତ୍ରୀଛାତ୍ର,ଶିକ୍ଷକ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ା ବର୍ତ୍ତମାନ କେବଳ ବିଜ୍ଞାନ ବିଭାଗରେ ଏକାଦଶ ଶ୍ରେଣୀ ଖୋଲିଥିବା ବେଳେ ନିଜସ୍ବ ଗୃହକୁ ସ୍ଥାନାନ୍ତର ପରେ ଅନ୍ୟାନ୍ୟ ବିଭାଗ ଖୋଲାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ା ଚଳିତ ବର୍ଷ ଏକାଦଶ ଶ୍ରେଣୀ ପାଇଁ ଅସ୍ଥାୟୀଭାବେ ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଇଂଲିଶ ଆଦି ବିଷୟରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି ା ଏକାଦଶ ଶ୍ରେଣୀ ପାଇଁ ବର୍ତ୍ତମାନ ୪୦ଟି ସିଟ ମଞ୍ଜୁର ହୋଇଛି । ଗତବର୍ଷ ଦଶମରେ ପଢ଼ୁଥିବା ୪୨ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୮ଜଣ ପିଲା ଏକାଦଶରେ ନାମ ଲେଖାଇଥିବା ବେଳେ ଅନ୍ୟ ବିଦ୍ୟାଳୟରୁ ୧୨ ଜଣ ପିଲା ନାମ ଲେଖାଇଛନ୍ତି ା ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ ଗୃହର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ବିଦ୍ୟାଳୟ ସ୍ଥାନାନ୍ତର କରିବାକୁ ଅଭିଭାବକ ସଂଘ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲାପାଳ ଡ.ପୋମା ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟ୍‌ ଜୀବନ ନେଲା

ନୟାଗଡ଼ ଅଫିସ,୨।୩:ସୁନାଚେନ ଲୁଟ୍‌ କରି ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଜଣେ ଯୁବକ। ଲୋକେ ଆଇନ ହାତକୁ ନେଲେ ତାଙ୍କୁ ନିର୍ଦ୍ଧୂମ ପିଟିଥିଲେ। ଏଥିରେ ତାଙ୍କର...

ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧  ଓ ୨ ନଂ. ଆଦି...

ନଡ଼ିଆ ଗଛରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ରଣପୁର, (ସ୍ବପ୍ର)୨।୧୦: ନୟାଗଡ଼ ଜିଲା ରଣପୁର ବ୍ଲକ ବିରୁଡ଼ା ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ଘର ଆଗରେ ଥିବା ନଡ଼ିଆ ଗଛରୁ ବୁଧବାର ସକାଳେ ଦଶଫୁଟ ଲମ୍ବର...

ଖଣ୍ଡପଡ଼ା ସବ୍‌ଜେଲରୁ ଫେରାର କଏଦୀ ଗିରଫ

ଖଣ୍ଡପଡା,୧୪।୬(ସ୍ବ.ପ୍ର.): ନୟାଗଡ ଜିଲା ଖଣ୍ଡପଡା ସବ୍‌ଜେଲରୁ ପାଚେରି ଡେଇଁ ଫେରାର ଥିବା ଜଣେ କଏଦୀଙ୍କୁ ଫତେଗଡ଼ ଓ ଖଣ୍ଡପଡ଼ା ଥାନା ପୋଲିସ ଗିରଫ କରିଛି ।...

ଅଙ୍ଗନଓ୍ବାଡି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ: ଦିଆଗଲା ପୋକଖିଆ, ଫିମ୍ପି ଚାଉଳର ଭାତ

ନୂଆଗାଁ,୧୭।୧୦ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପୋକଖିଆ, ଫିମ୍ପିଲଗା ଚାଉଳର ଭାତ ଦିଆଯାଉଛି। ବୁଧବାର ଏହା...

୩ମାସ ଧରି ଅନ୍ଧାରରେ ୯ ଆଦିବାସୀ ଗାଁ

ଗଣିଆ,୧୯ା୧୧(ଡି.ଏନ.ଏ.): ପ୍ରତି ଗାଁର ସମସ୍ତ ପରିବାର ଯେପରି ବିଦ୍ୟୁତ୍‌ ସେବା ପାଇପାରିବେ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଥିବା କହୁଛନ୍ତି। ନୟାଗଡ଼ ଜିଲା ଗଣିଆ ବ୍ଲକର...

ତଳେ ପଟା ଉପରେ ଜାଳେଣି କାଠ: ଜବତ ଟ୍ରାକ୍ଟର ଛାଡିଦେଲା ବନ ବିଭାଗ; ହାତଗୁଞ୍ଜା ଦେଲେ ବଦଳିଯାଉଛି ନିୟମ

ନୟାଗଡ଼ ଅଫିସ,୨୩ା୨: ଶୁକ୍ରବାର ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ତଲାରିବନ୍ଧ ଅଞ୍ଚଳରୁ ବନ ବିଭାଗ ଜବତ କରିଥିଲା ଏକ ଜାଳେଣି କାଠ ବୋଝେଇ ଟ୍ରାକ୍ଟର। ଜବତ...

ରାସ୍ତା ଅଭାବ ଗୁରୁତର ରୋଗୀଙ୍କ ପାଇଁ କାଳ

ନୟାଗଡ଼ ଅଫିସ,୨୩।୨: ଗାଁକୁ ରାସ୍ତା ନ ଥିବାରୁ ଗୁରୁତର ରୋଗୀଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚା ଯାଇପାରୁନାହିଁ । ଆମ୍ବୁଲାନ୍ସ ଗାଁକୁ ଆସୁନାହିଁ । ଏପରି...

Advertisement
Archives

Model This Week