କେନ୍ଦ୍ରାପଡ଼ା ପ୍ରଶାସନର ଅଭିନବ ପ୍ରୟାସ :ଚିହ୍ନଟ ହେବେ ପାଣି ପାଇପ ମିସ୍ତ୍ରି

କେନ୍ଦ୍ରାପଡା ଅଫିସ, ୯ା୯- ଦେଶବିଦେଶରେ କାମ କରୁଥିବା କେନ୍ଦ୍ରାପଡା ଜିଲାର ପାଣି ପାଇପ ମିସ୍ତ୍ରିଙ୍କ ଚିହ୍ନଟୀକରଣ ପ୍ରକ୍ରିୟା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ। ଏନେଇ ଜିଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଜିଲା ଶ୍ରମ ବିଭାଗ, ପଞ୍ଚାୟତ ଓ ଏନ୍‌ଜିଓ ମାଧ୍ୟମରେ ଏହି କାରିଗରଙ୍କ ପରିଚୟ ସଂଗ୍ରହ କରାଯିବ ା ଏଥିସହ ପ୍ରତି ଶ୍ରମିକଙ୍କୁ ଜିଲା ପ୍ରଶାସନ ସହ ଯୋଗାଯୋଗ ରଖିବାକୁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଦିଆଯିବ ବୋଲି ଜିଲାପାଳ ବର୍ମା ସୂଚନା ଦେଇଛନ୍ତି ା ପାଣିପାଇପ ମିସ୍ତ୍ରିଙ୍କ ପ୍ରସଙ୍ଗରେ କେନ୍ଦ୍ରାପଡ଼ା ଜିଲା ଆଗୁଆ ା ଗତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ଉଲ୍ଲେଖ କରିଥିଲେ ା ତେବେ ଜିଲାର କର୍ମକୁଶଳୀଙ୍କ ସଂଖ୍ୟା ଓ ପରିଚୟ ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ ା ଦେଶ ବିଦେଶରେ କାର୍ଯ୍ୟ କରିବା ସମୟରେ ନିର୍ଯାତନାର ଶିକାର ହେଉଥିବା ଘଟଣା ଲୋକଲୋଚନକୁ ଆସିବା ପରେ ସେଠାରୁ ଫେରାଇ ଆଣିବା କଷ୍ଟକର ହୋଇପଡ଼େ। ଏ ସମ୍ପର୍କରେ ବର୍ମା କୁହନ୍ତି, ଜିଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ବ୍ଲକରେ ୮୦ ହଜାରରୁ ଊର୍ଦ୍ଧ୍ୱ ପାଣି ପାଇପ ମିସ୍ତ୍ରି ରହିଛନ୍ତି। ସେମାନେ ଦେଶ ଓ ବିଦେଶରେ ରହି ଏହି କାର୍ଯ୍ୟ କରୁଥିବା ପ୍ରାଥମିକ ସୂଚନା ମିଳିଛି ା ତେବେ ସେମାନଙ୍କ ପରିଚୟ ଓ କାର୍ଯ୍ୟସ୍ଥଳୀର ସୂଚନା ଜିଲା ପ୍ରଶାସନ ନିକଟରେ ରହୁ ନ ଥିବାରୁ ବିଭିନ୍ନ ଆପାଦକାଳୀନ ସ୍ଥିତି ସମୟରେ ସେମାନଙ୍କ ସହ ଯୋଗାଯୋଗ କରିହେଉନାହିଁ ା ଏଠାକାର କୁଶଳୀ କାରିଗରମାନେ ଦେଶ ବିଦେଶରେ ମଧ୍ୟସ୍ଥି, ଠିକାଦାର, ବିଲଡ୍‌ରଙ୍କ ଜରିଆରେ ପାଣିପାଇପ୍‌ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ମାତ୍ର ବହୁ ସମୟରେ ସେମାନେ ନିର୍ଯାତନାର ଶିକାର ହେଉଥିବା ଖବର ନଜରକୁ ଆସିଥାଏ। ଏହି ସମୟରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ଆବଶ୍ୟକତା ରହିଥିବାବେଳେ ତଥ୍ୟ ଅଭାବରୁ ଯୋଗାଯୋଗ ହୋଇପାରି ନ ଥାଏ।
ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାହାପଡ଼ାଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ୍‌ ପ୍ଲମ୍ବିଂ ଟେକ୍ନୋଲୋଜି (ଏସଆଇପିଟି)ରେ ପୁରାତନ ଓ ନୂତନ ମିସ୍ତ୍ରିଙ୍କ ପରିଚୟ ସବୁ ମଗାଯାଇଛି ା କାରିଗରଙ୍କ ଡାଟାବେସ ପ୍ରସ୍ତୁତ ହେବା ପରେ ଟୋଲ ଫ୍ରି ନମ୍ବର ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ା
ଏସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଜିଲାପାଳଙ୍କ ଏହି ଉଦ୍ୟମ ଜିଲାର ବହୁ ଦାଦନ ଶ୍ରମିକଙ୍କ ପାଇଁ ବରଦାନ ସଦୃଶ ହେବ ା ଜିଲାର ଏହି କୁଶଳୀ କାରିଗରମାନେ ଦିଲ୍ଲୀ, କଲିକତା ଭଳି ସହରାଞ୍ଚଳ ଛଡା ବିଦେଶରେ ମଧ୍ୟ କାର୍ଯ୍ୟକରି ନିଜର ପ୍ରତିଭାର ପରିଚୟ ଦେଇପାରିଛନ୍ତି।
ତେବେ କ୍ଷୋଭର ବିଷୟ, ଦେଶ ବିଦେଶରେ ରହୁଥିବା ଏହି କାରିଗରମାନେ ଖୁବ୍‌ କମ୍‌ ରୋଜଗାର କରିଥାନ୍ତି। ସେମାନେ ବହୁ ସମୟରେ ଭିସା, ପାସପୋର୍ଟ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନିର୍ଯାତନା ଶିକାର ହୋଇଥିବା ଘଟଣା ବହୁ ସମୟରେ ପଦାକୁ ଆସିଥାଏ। ପୂର୍ବରୁ ବୈଷୟିକ ଜ୍ଞାନ କୌଶଳର ସାର୍ଟିଫିକେଟ ସମସ୍ୟା ଥିବାବେଳେ ପଟ୍ଟାମୁଣ୍ଡାଇ ପ୍ଲମ୍ବିଂ ଇନଷ୍ଟିଚ୍ୟୁଟ କାର୍ଯ୍ୟକାରୀ ହେବାପରେ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ା ଏସମ୍ପର୍କରେ ଶ୍ରମିକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ପାଣି ପାଇପ ମିସ୍ତ୍ରିଙ୍କ ଚିହ୍ନଟ ପରେ କୁଶଳୀ କାରିଗର ଭାବେ ଜିଲା ଶ୍ରମ ବିଭାଗରେ ନିଜର ନାମ ପଞ୍ଜୀକରଣ କରିପାରିବେ ା ଫଳରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରୁ ପୁଣି ୩ ଦଲାଲ ଗିରଫ

କଟକ ଅଫିସ,୫।୪: କଟକ ଏସ୍‌ସିବି ମେଡିକାଲରୁ ରବିବାର ପୁଣି ୩ ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଏସ୍‌ସିବି...

ଶ୍ରୀମନ୍ଦିର କଳାହାଟ ଦ୍ୱାର ଲାଗି ଆସିଲା ୫୦୦ କେଜି ରୁପା ଚାଦର

ପୁରୀ ଅଫିସ,୨୫।୬: ଶ୍ରୀମନ୍ଦିରର କଳାହାଟ ଦ୍ୱାରକୁ ରୁପା ଛାଉଁଣି କରାଯିବ। ଏଥିଲାଗି ଶନିବାର ୫୦୦ କେଜି ରୁପା ଚାଦର ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା...

ନିଯୁକ୍ତିି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିଃ...

ଧିମେଇଛି ଜଟଣୀ ଓଭରବ୍ରିଜ୍‌ କାମ

ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍‌.ଏ.): ଜଟଣୀ ଓଭରବ୍ରିଜ୍‌୍‌ ନିର୍ମାଣ ହେଲେ ବହୁ ଲୋକ ଉପକୃତ ହେବେ। ୨୦୨୨ ଏପ୍ରିଲ ପହିଲାରେ ଏହି ଓଭରବ୍ରିଜ୍‌ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ...

ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର...

ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷଙ୍କ ପରଲୋକ

କଟକ ରୋଡ,୨୨।୨(ଡି.ଏନ୍‌.ଏ.): ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷ ଭଗତରାମ ଗୁପ୍ତାଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। କିଛିଦିନ ପୂର୍ବେ...

କୋର୍ଟଙ୍କ ନିର୍ଦ୍ଦେଶରେ ସଞ୍ଜୟ, ପ୍ରଣବଙ୍କ ନାଁରେ ମାମଲା

ନବରଙ୍ଗପୁର,୨୩ା୫(ବି.ପ୍ର.): ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କୁ ଗୋଇଠା ମାରିବା ଏବଂ ମହିଳାମାନଙ୍କୁ ଠେଲାପେଲା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ...

ବ୍ୟବଚ୍ଛେଦ ପୂର୍ବରୁ ଶିଶୁକନ୍ୟାର ଆଖି ଗାଏବ

ଅନୁଗୋଳ,୨୦ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ଜଣେ ଶିଶୁକନ୍ୟାର ମୃତଦେହରୁ...

Advertisement
Archives

Model This Week