କେନ୍ଦ୍ରରେ ବିକ୍ରି ହେବ ମାଛ ଖାଦ୍ୟ, ଔଷଧ

ଭଞ୍ଜନଗର,୧୪।୯(ଡି.ଏନ.ଏ)-ନବ ନିଯୁକ୍ତ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ ଶୁକ୍ରବାର ଭଞ୍ଜନଗର ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ନିଗମ ଅଧୀନରେ ଥିବା ରାଜ୍ୟର ଯାଅଁ।ଳ ଉତ୍ପାଦନ କେନ୍ଦ୍ର ଗୁଡ଼ିକର ବିକାଶ ସହ ଲାଭ ପରିମାଣ କିଭଳି ବୃଦ୍ଧି ପାଇବ ସେନେଇ ଯୋଜନା କରାଯିବ। ଭଞ୍ଜନଗର ଯାଅଁ।ଳ କେନ୍ଦ୍ରର ବିକାଶ ପାଇଁ ଆସିଥିବା ୮୪ ଲକ୍ଷ ଟଙ୍କା ତୁରନ୍ତ କିଭଳି ବିନିଯୋଗ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି। ଯାଅଁ।ଳ କେନ୍ଦ୍ର ପରିସରରେ ଚାଷୀଙ୍କ ପାଇଁ ରହିବା ଓ ପାଣି ବ୍ୟବସ୍ଥା କରାଯିବ। କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଭଞ୍ଜନଗର ଅଞ୍ଚଳରେ ମାଛ ଖାଦ୍ୟ ଏବଂ ଔଷଧ ଠିକ୍‌ ଭାବେ ମିଳୁନାହିଁ। ତେଣୁ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି। ଯାଅଁାଳ କେନ୍ଦ୍ର ପରିସରରେ ଆଗାମୀ ଦିନରେ ଖାଦ୍ୟ ଓ ଔଷଧ ନିଗମ ପକ୍ଷରୁ ବିକ୍ରି କରିବା ବ୍ୟବସ୍ଥା କରାଯିବ। ଭଞ୍ଜନଗର ଯାଅଁାଳ କେନ୍ଦ୍ର ପକ୍ଷରୁ ଚଳିତବର୍ଷ ୩ କୋଟି ୬୦ ଲକ୍ଷ ଯାଅଁାଳ ବିକ୍ରି ଯୋଜନା ଅଛି। ଶୁକ୍ରବାର ସୁଦ୍ଧା ୧ କୋଟି ୭୪ ଲକ୍ଷ ଉନ୍ନତମାନର ଯାଅଁାଳ ବିକ୍ରି ହୋଇଛି। ଚଳିତ ବର୍ଷ ଲକ୍ଷ୍ୟ ଅନୁସାରେ ଯାଅଁାଳ ବିକ୍ରି ହେବ। ଭଞ୍ଜନଗର ଯାଅଁାଳ କେନ୍ଦ୍ର ଲାଭରେ ଚାଲୁଥିବା ବେଳେ ଆଗାମୀ ଦିନରେ ଲାଭ ପରିମାଣ ଆହୁରି କିଭଳି ଅଧିକ ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ବଢ଼ାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଅଧ୍ୟକ୍ଷ ପଟ୍ଟନାୟକ ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଭଞ୍ଜନଗର ଯାଅଁାଳ କେନ୍ଦ୍ରର ପରିଚାଳକ ସରିଫ୍‌ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟଯେ ଭଞ୍ଜନଗର କେନ୍ଦ୍ରଟି ବହୁ ବର୍ଷ ହେବ ଲାଭରେ ଚାଲିଛି। ଏଠାରୁ ରାଜ୍ୟର ବିଭିନ୍ନ ଜିଲାକୁ ଯାଅଁାଳ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଶଂ ଜିଲାକୁ ଯାଅଁାଳ ପଠାଇବା ଯୋଜନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୨ା୮(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ୍‌.ଗୋପାଳପୁର ଗ୍ରାମର...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୩ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗୋଦାବରୀଶ ନଗର ତୃତୀୟ ଲାଇନରେ ଥିବା ଏକ ତେଜରାତି ଦୋକାନରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଲୋକେ...

ଟେଲିସ୍କୋପ୍‌ରେ ସୂର୍ଯ୍ୟୋପରାଗ ଦେଖିଲେ

ବ୍ରହ୍ମପୁର ଅଫିସ,୨୭ା୧୨-ବ୍ରହ୍ମପୁରରେ ସୂର୍ଯ୍ୟୋପରାଗର ପ୍ରଭାବ ଭୟକୁ ଦୂରେଇବା ପାଇଁ ବିଜ୍ଞାନ ଚେତନା ମଞ୍ଚ ବ୍ରହ୍ମପୁର ଶାଖା ପକ୍ଷରୁ ଟେଲିସ୍କୋପ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ନେଇ ଏକ...

ଝଗଡ଼ା ସମାଧାନ କରିବାକୁ ଯାଇ ଖାଇଲେ ମାଡ଼ : ଥାନାରେ ମାମଲା, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନ କରିବାକୁ ଯାଇ ତୃତୀୟ ବ୍ୟକ୍ତି ମାଡ଼ ଖାଇବା...

 ଜମିମାଫିଆଙ୍କ କବଜାରେ ରାଧାକୃଷ୍ଣଙ୍କ ଜମିକୁ ନେଇ ଅଭିଯୋଗ  

ପୁରୁଷୋତ୍ତମପୁର,୨୭/୧୨(ଡିଏନ୍ଏ) ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ସହର ଉପକଣ୍ଠରେ ରାଧାକୃଷ୍ଣ ମହାପ୍ରଭୁବିଜେ ନାମରେ ଥିବା ପ୍ରାୟ ଏକ ଏକରରୁ ଉର୍ଦ୍ଧ ଜମିକୁ ଜମି ମାଫିଆ ମାନେ...

ମୂଲିଆ ବେଶରେ ଧରିଲେ ଭିଜିଲାନ୍ସ ଅଧିକାରୀ

ବୁଗୁଡ଼ା,୧୯ା୨: ଗଞ୍ଜାମ ଜିଲା ଭଞ୍ଜନଗର ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ବୁଗୁଡ଼ା ଦାୟିତ୍ୱରେ ଥିବା ଓଭରସିୟର ଶୁକ୍ରବାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ସେ ହେଲେ ଉମା...

ଚାଉଳ ନେବା ପାଇଁ ଖରାରେ ଛିଡା ହେଉଛନ୍ତି ହିତାଧିକାରୀ: ଘରେ ପହଞ୍ଚାଇବାକୁ ପ୍ରଶାସନ ନିକଟରେ ଦାବି

ଗଞ୍ଜାମ, ୧୧।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ...

ଟ୍ରଲିରେ ମୃତଦେହ ନେଲେ ପରିବାର ଲୋକେ

ବ୍ରହ୍ମପୁର ଅଫିସ,୧୯ା୨ – ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ମେଡିକାଲରେ ମୃତ୍ୟୁ ଘଟିଥିବା ରୋଗୀଙ୍କୁ...

Advertisement
Archives

Model This Week