Posted inଜାତୀୟ

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ପି.ଟି.): ଜାତିଗତ ପକ୍ଷପାତିତାରୁ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲା ଓ ପାୟଲ ତଡ୍‌ଭି ଆତ୍ମହତ୍ୟା କରିଥିବା ସେମାନଙ୍କ ମାଆ ଅଭିଯୋଗ କରିଛନ୍ତି। ଦେଶର ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରୁ ଜାତିଗତ ପକ୍ଷପାତିତାର ଅନ୍ତ ଘଟାଇବା ପାଇଁ ସେମାନେ ପିଟିଶନ୍‌ରେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଜଷ୍ଟିସ୍‌ ଏନ.ଭି. ରମାନା ଏବଂ ଅଜୟ ରାସ୍ତୋଗୀ’ଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଛାତ୍ର ରୋହିତ ଜାତିଗତ ଭେଦଭାବକୁ ନେଇ ୨୦୧୬ ଜାନୁୟାରୀ ୧୭ରେ ଆତ୍ମହତ୍ୟା କରିଥିଲେ। ସେହିବର୍ଷ ମେ ୨୨ରେ ଅନୁରୂପ କାରଣରୁ ଟିଏନ୍‌ ଟୋପିଓ୍ବାଲା ନ୍ୟାଶନାଲ ମେଡିକାଲ କଲେଜର ଆଦିବାସୀ ଛାତ୍ରୀ ପାୟଲ ଆତ୍ମହତ୍ୟା କରିଥିଲେ। ଉକ୍ତ ଶିକ୍ଷାନୁଷ୍ଠାନରେ ୟୁଜିସି ନିୟମାବଳୀ କାର୍ଯ୍ୟକାରୀ ହେଉ ନ ଥିବା ଉଭୟ ଆବେଦନକାରିଣୀ ମାଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କୋର୍ଟଙ୍କୁ କହିଥିଲେ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସେମାନେ ଆତ୍ମହତ୍ୟା କରିଥିବାର ପ୍ରମାଣ ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସମାନତା, ଜୀବନ ଧାରଣ ଭଳି ମୌଳିକ ଅଧିକାର କାର୍ଯ୍ୟକାରୀ କରିବା ଏବଂ ଜାତିଗତ ପକ୍ଷପାତିତା ଦୂର କରିବା ପାଇଁ ଆବେଦନକାରୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ଭାଗବଣ୍ଟାକୁ ନେଇ ମହାଭାରତ: ବଡ଼ ଭାଇର ଚୋଟରେ ସାନ ଭାଇ, ମାଉସୀ ଶାଶୁ ଲହୁଲୁହାଣ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ ହିଂସା କାରଣରୁ ବଡ଼ଭାଇ ବି.ଦଣ୍ଡ ରେଡ୍ଡୀଙ୍କ କାତି ଚୋଟରେ ସାନଭାଇ…

‘ଯୁଦ୍ଧବିରତି ଉଲ୍ଲଂଘନ କଲେ ଉପଯୁକ୍ତ ଜବାବ ଦେବୁ..’, ଆମେରିକାକୁ ଇରାନର ଚେତାବନୀ

ତେହରାନ,୨୧।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୁଣିଥରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ପକ୍ଷ ଦ୍ୱାରା ଗ୍ରହଣ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ କଲେ ୩୯ ଯୋଡି, ଯୋଗ ଦେଲେ ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ …

ବଲାଙ୍ଗୀର, ୨୧।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆରେ ମଙ୍ଗଳବାର ଏକ ଅଭିନବ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…

ଟିମ କୁକ୍‌ଙ୍କ ବାର୍ଷିକ ଆୟ ୫୨୫ କୋଟି, ଏବେ ତାଙ୍କର କେତେ ସମ୍ପତ୍ତି? ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଓ୍ବାଶିଂଟନ,୨୧।୪: ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ଗୋଟିଏ ଆପଲରୁ ଏକ ବଡ଼ ଖବର ଆସିଛି। ଆପଲର ଏକ ଯୁଗ ଶେଷ ହେବାକୁ ଯାଉଛି। ଆପଲର ସିଇଓ…

ଏହି ଜିଲାରେ ସ୍କୁଲ, କଲେଜ ଛୁଟି ୪ ଦିନ ବଢ଼ିଲା, ପ୍ରବଳ ଗରମକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ୱର,୨୧।୪: ବଲାଙ୍ଗୀର ଜିଲାରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ୪ ଦିନ ବଢ଼ିଲା। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି…

ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି ହେଲେ NCP ଅଧ୍ୟକ୍ଷ

ମୁମ୍ବାଇ,୨୧।୪: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP)ର ଅଧ୍ୟକ୍ଷ ଏବଂ ରାଜ୍ୟ ସଭା ଏମପି ଶରଦ ପାୱାରଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ…

ଷ୍ଟିଲ୍‌ସିଟିରେ ରାଷ୍ଟ୍ରପତି: ଅଭିଭାଷଣରେ କହିଲେ ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ, ସଂଗ୍ରାମ ହେଉଛି…

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଷ୍ଟିଲସିଟି ରାଉରକେଲାରେ ମଙ୍ଗଳବାର ପହଞ୍ଚିଛନ୍ତି। ଏଠାରେ…

ପ୍ରଧାନମନ୍ତ୍ରୀଙ୍କୁ ‘ଝାଲମୁଢ଼ି’ ଖୁଆଇଥିବା ଦୋକାନୀଙ୍କ ମାସିକ ଆୟ ଜାଣିଲେ ଉଡ଼ିଯିବ ହୋସ୍‌

କୋଲକାତା,୨୧।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ତାଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri