Posted inଜାତୀୟ

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ପି.ଟି.): ଜାତିଗତ ପକ୍ଷପାତିତାରୁ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲା ଓ ପାୟଲ ତଡ୍‌ଭି ଆତ୍ମହତ୍ୟା କରିଥିବା ସେମାନଙ୍କ ମାଆ ଅଭିଯୋଗ କରିଛନ୍ତି। ଦେଶର ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରୁ ଜାତିଗତ ପକ୍ଷପାତିତାର ଅନ୍ତ ଘଟାଇବା ପାଇଁ ସେମାନେ ପିଟିଶନ୍‌ରେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଜଷ୍ଟିସ୍‌ ଏନ.ଭି. ରମାନା ଏବଂ ଅଜୟ ରାସ୍ତୋଗୀ’ଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଛାତ୍ର ରୋହିତ ଜାତିଗତ ଭେଦଭାବକୁ ନେଇ ୨୦୧୬ ଜାନୁୟାରୀ ୧୭ରେ ଆତ୍ମହତ୍ୟା କରିଥିଲେ। ସେହିବର୍ଷ ମେ ୨୨ରେ ଅନୁରୂପ କାରଣରୁ ଟିଏନ୍‌ ଟୋପିଓ୍ବାଲା ନ୍ୟାଶନାଲ ମେଡିକାଲ କଲେଜର ଆଦିବାସୀ ଛାତ୍ରୀ ପାୟଲ ଆତ୍ମହତ୍ୟା କରିଥିଲେ। ଉକ୍ତ ଶିକ୍ଷାନୁଷ୍ଠାନରେ ୟୁଜିସି ନିୟମାବଳୀ କାର୍ଯ୍ୟକାରୀ ହେଉ ନ ଥିବା ଉଭୟ ଆବେଦନକାରିଣୀ ମାଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କୋର୍ଟଙ୍କୁ କହିଥିଲେ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସେମାନେ ଆତ୍ମହତ୍ୟା କରିଥିବାର ପ୍ରମାଣ ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସମାନତା, ଜୀବନ ଧାରଣ ଭଳି ମୌଳିକ ଅଧିକାର କାର୍ଯ୍ୟକାରୀ କରିବା ଏବଂ ଜାତିଗତ ପକ୍ଷପାତିତା ଦୂର କରିବା ପାଇଁ ଆବେଦନକାରୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଭୁଶୁଡିଲା ଘର, ଚାଲିଗଲା ୯ ଜୀବନ

ଚେନ୍ନାଇ,୧୯।୧୧: ତାମିଲନାଡୁର ଭେଲୋର ଜିଲା ପେରନାମବେଟରେ ଶୁକ୍ରବାର ପ୍ରବଳ ବର୍ଷାରେ ଘର ଭାଙ୍ଗି ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ...

ଫିଲ୍ମ ହେବ ରାହୁଲ ରେସ୍କ୍ୟୁ ଅପରେଶନ

ରାୟପୁର, ୧୮ା୬: ବୋର୍‌ଓ୍ବେଲରେ ଖସିପଡ଼ିଥିବା ଛତିଶଗଡ଼ର ୧୧ ବର୍ଷୀୟ ବାଳକ ରାହୁଲ ସାହୁଙ୍କ ଉଦ୍ଧାର କାର୍ଯ୍ୟ ନେଇ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି ହେବା ନେଇ...

ଦାରିଦ୍ର୍ୟତା ସବୁଠାରୁ ବୃହତ ଜାତି, ଏମପିଙ୍କୁ ମୋଦିଙ୍କ ୫ ମନ୍ତ୍ର..

ନୂଆଦିଲ୍ଲୀ,୫।୮ : ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଛି। ବିରୋଧୀ ଦଳ ଏକ ମହାମେଣ୍ଟ ଇଣ୍ଡିଆ ଗଠନ କରିଛନ୍ତି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ...

କର୍ନାଟକର କୃଷକ ତିଆରି କଲେ ଗଛରେ ଚଢି ପାରୁଥିବା ବାଇକ୍‌

ବେଙ୍ଗାଲୁର,୧୮।୬: ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ବଡ କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଅନେକ ଲୋକ ଏହି ଫସଲ କରିବାକୁ ପଛଘୁଞ୍ଚା...

ସୀମା ବିବାଦ ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକରେ…

ମୁମ୍ବାଇ,୧୦।୧୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ କହିଛନ୍ତି ମହାରାଷ୍ଟ୍ର କର୍ନାଟକ ସୀମା ବିବାଦ...

ତୁଷାରପାତରେ ଆଖି ବୁଜିଲେ ୩ ପର୍ବତାରୋହୀ

ସିମଲା,୨୫।୧୦: ହିମାଚଳ ପ୍ରଦେଶର କିନ୍ନୌର ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୩ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ମହାରାଷ୍ଟ୍ରର ବୋଲି ଜଣାପଡିଛି। ଏଯାଏ...

ଡବଲ ପାଓ୍ବାର ଡ୍ରାମା: ନା ଥକିଛି, ନା ରିଟାୟାର ହେବି, ମୁଁ ନିଆଁ: ଶରଦ ପାଓ୍ବାର

ମୁମ୍ବାଇ,୮।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାଓ୍ବାର ଡ୍ରାମା। ଦାଦା-ପୁତୁରା କଳି ଭିତରେ ଫଶିଯାଇଛନ୍ତି ସିନ୍ଦେ ସରକାର। ସେପଟେ ମହାରାଷ୍ଟ୍ର ମହାନାଟକର ଦର୍ଶକ ସାଜିଛି ଭାଜପା।...

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଭାଜପାରେ ଯୋଗ ଦେଲେ ୨ ବିଧାୟକ

ଇମ୍ଫାଲ,୮।୧୧: ମଣିପୁରରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସର ଦୁଇ ଜଣ ବିଧାୟକ...

Advertisement
Archives

Model This Week